ETV Bharat / business

ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ, ଅନଲାଇନ ପଢିବେ ଛାତ୍ରଛାତ୍ରୀ

author img

By

Published : May 17, 2020, 2:40 PM IST

ଅନଲାଇନ ଶିକ୍ଷା ଉପରେ ସରକାରଙ୍କ ଗୁରୁତ୍ବ । ଏହା ଅନୁଯାୟୀ ୱାନ କ୍ଲାସ ୱାନ ଚ୍ୟାନେଲ ଲଞ୍ଚ କରାଯିବ । ସେହିପରି ପିଲାଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବାକୁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ । ଅଧିକ ପଢନ୍ତୁ..

Top announcements on education by FM Nirmala Sitharaman
ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ, ଅନଲାଇନ ପଢିବେ ପିଲେ

ନୂଆଦିଲ୍ଲୀ: କୋଭିଡ-19 ପ୍ରଭାବରେ ଧିମେଇ ପଡିଥିବା ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ସରକାର 20 ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ ଆଣିଛନ୍ତି । ଏହା ଅଧିନରେ ପଞ୍ଚମ ଡୋଜର ଘୋଷଣାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ପୋଇଁ ଅର୍ଥମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ଆଗାମୀ ଦିନରେ ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ସୀତାରମଣ କହିଛନ୍ତି ।

ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ

ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ଅଗ୍ରାଧିକାର ଦେଇ ପିଏମ ଇ-ବିଧ୍ୟା କାର୍ଯ୍ୟକ୍ରମର ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ସମ୍ପୁର୍ଣ୍ଣ ରୂପେ ଅନଲାଇନ ଶିକ୍ଷା ବ୍ୟବସ୍ଥା ହେବ । ଏହା ଦ୍ବାରା ଦୂରରେ ରହୁଥିବା ଛାତ୍ରଙ୍କୁ ମଧ୍ୟ ବହୁତ ସାହାଯ୍ୟ ମିଳିବ ।

ୱାନ ନେସନ ୱାନ ଡିଜିଟାଲ ପ୍ରୋଗ୍ରାମ

ସେହିଭଳି ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପୂରା ଦେଶରେ ୱାନ ନେସନ ୱାନ ଡିଜିଟାଲ ପ୍ରୋଗ୍ରାମ ଆଣିଛନ୍ତି ସରକାର । ଏହି ଯୋଜନା ମାଧ୍ୟମରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୂରେ ଏକ ଚ୍ୟାନେଲ ଲଞ୍ଚ କରାଯିବ(ୱାନ କ୍ଲାସ ୱାନ ଚ୍ୟାନେଲ) । ଶିକ୍ଷା କ୍ଷେତ୍ରରକୁ ଧ୍ୟାରେ ରଖି କମ୍ୟୁନିଟି ରେଡିଓର ମଧ୍ୟ ସଦୁପଯୋଗ କରାଯିବ ।

ଦିବ୍ୟାଙ୍କ ପିଲାଙ୍କ ପାଇଁ ଇ କଣ୍ଟେଣ୍ଟ ଆସିବ

ଦିବ୍ୟାଙ୍ଗ ପିଲାଙ୍କୁ ଅନଲାଇନରେ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ । ଟପ୍‌ 100ଟି ବିଶ୍ୱବିଦ୍ୟାଳୟ ଦ୍ବାରା ଅନଲାଇନ କୋର୍ସ ମେ 30ରୁ ଆରମ୍ଭ ହେବ । ପିଲାଙ୍କ ମାନସିକ ସପୋର୍ଟ ପାଇଁ ‘ମନୋଦର୍ପଣ ଯୋଜନା’ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.