ETV Bharat / business

ଲକଡାଉନ ଭିତରେ ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟ

ଆଜିଠାରୁ କିଛିଟା ଲକଡାଉନ କଟକଣା କୋହଳ ହେବା ସହ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) ସହ ରାଜମାର୍ଗ ଡେଭଲପର୍ସ ଟୋଲ ପ୍ଲାଜାରେ ପୁଣି ଟୋଲ ଫି ସଂଗ୍ରହ ଆରମ୍ଭ କରିଛି ।

author img

By

Published : Apr 20, 2020, 6:53 PM IST

toll collection started on national highways
ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟ ଆରମ୍ଭ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶ ପରେ ସୋମବାର ଠାରୁ ଦେଶବ୍ୟାପୀ ଜାତୀୟ ରାଜପଥରେ ଟୋଲ ଫି ସଂଗ୍ରହ ଆରମ୍ଭ ହୋଇଛି । ତେବେ ଏହି ପଦକ୍ଷେପକୁ ପରିବହନ ଉଦ୍ୟୋଗ ବିରୋଧ କରୁଛି ।

କୋରୋନା ସଂକ୍ରମଣ ରୋକିବାକୁ ଜାରି ଲକଡାଉନ ମଧ୍ୟରେ ଅତ୍ୟବଶ୍ୟକ ସାମଗ୍ରୀର ନିରବିଚ୍ଛିନ ଯୋଗାଣ ପାଇଁ ମାର୍ଚ୍ଚ 25ରୁ ଟୋଲ ଫି ଆଦାୟ ବନ୍ଦ ରହିଥିଲା । ତେବେ ଆଜିଠାରୁ କିଛିଟା କଟକଣା କୋହଳ ହେବା ସହ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) ସହ ରାଜମାର୍ଗ ଡେଭଲପର୍ସ ଟୋଲ ପ୍ଲାଜାରେ ପୁଣି ଦେୟ ସଂଗ୍ରହ ଆରମ୍ଭ କରିଛି ।

ରାଜପଥ ନିର୍ମାଣକାରୀ କମ୍ପାନୀ ଆଇଆରବି ଇନଫାଷ୍ଟ୍ରକ୍ଚର ଡେଭଲପର୍ସ କହିଛନ୍ତି ଯେ, ଏନଏଚଏଆଇର ନିର୍ଦ୍ଦେଶ ଅନୁଯାୟୀ ରାତି 12ରୁ ଟୋଲ ସଂଗ୍ରହ ଆରମ୍ଭ କରିଛି । ଏହାର ମୁଖପାତ୍ର କହିଛନ୍ତି କି, "ନୋଡାଲ ଏଜେନ୍ସି ଗୁଡିକର ଟୋଲ ଅପରେସନ ପୁନଃ ଆରମ୍ଭ କରିବା ନିର୍ଦ୍ଦେଶରେ ଆମେ ଖୁସି। ଏହି କ୍ଷେତ୍ର ପାଇଁ ଏହା ଏକ ସକରାତ୍ମକ ସଙ୍କେତ । ଏଥୁରୁ ଜଣାପଡୁଛି ଯେ ଆମେ ପର୍ଯ୍ୟାୟକ୍ରମେ ସାମାନ୍ୟ ସ୍ଥିତିକୁ ଫେରିବାରେ ସକ୍ଷମ ହେବୁ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.