ETV Bharat / business

ବ୍ୟାନ ପରେ ଗୁଗୁଲ ପ୍ଲେ ଓ ଆପଲ ଆପ ଷ୍ଟୋରରୁ ହଟିଲା ଟିକଟକ - ପ୍ଲେ ଷ୍ଟୋରରୁ ହଟିଲା ଟିକଟକ

ବ୍ୟାନର 12 ଘଣ୍ଟା ମଧ୍ୟରେ ଆକ୍ସନ । ଗୁଗୁଲ ପ୍ଲେ ଓ ଆପଲ ଆପ ଷ୍ଟୋରରୁ ହଟାଇଦିଆଯାଇଛି ଟିକଟକ । ତେବେ ପ୍ରତିବନ୍ଧକ ଲିଷ୍ଟରେ ରହିଥିବା ଅନ୍ୟାନ୍ୟ ଆପ ଏବେ ବି ଷ୍ଟୋରରେ ଉପଲବ୍ଧ ରହିଛି । ଅଧିକ ପଢନ୍ତୁ..

chinees app ban
chinees app ban
author img

By

Published : Jun 30, 2020, 12:52 PM IST

ନୂଆଦିଲ୍ଲୀ: ସରକାରଙ୍କ ଦ୍ବାରା ବ୍ୟାନ ଲଗାଯିବାର 12 ଘଣ୍ଟା ମଧ୍ୟରେ ଭାରତରେ ସବୁଠୁ ଲୋକପ୍ରିୟ ଆପ ଟିକଟକ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋରରୁ ହଟାଇ ଦିଆଯାଇଛି ।

ତେବେ ଗୁଗୁଲ ଇଣ୍ଡିଆ କିମ୍ବା ଆପଲ ଏବେ ସୁଦ୍ଧା ଆପ ହଟାଯିବା ନେଇ କୌଣସି ଅଧିକାରୀକ ବିବୃତ୍ତି ଜାରି କରିନାହାଁନ୍ତି । ସେପଟେ ପ୍ରତିବନ୍ଧକ ଲିଷ୍ଟରେ ରହିଥିବା 59 ଆପ ମଧ୍ୟରେ କ୍ୟାମ ସ୍କାନର, ୟୁସି ବ୍ରାଉଜର, ସେୟାର ଇଟ ଭଳି ଅନ୍ୟ ସବୁ ଆପ ଏବେ ବି ପ୍ଲେ ଓ ଆପଲ ଷ୍ଟୋରରେ ରହିଛି ।

ସୋମବାର ଭାରତ ସରକାର ଚୀନ ସହ ଜଡିତ 59 ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିରେ ବହୁତ ଲୋକପ୍ରିୟ ଆପ ଟିକଟକ ଓ ୟୁସି ବ୍ରାଉଜର ବି ସାମିଲ ଅଛି ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି, ବ୍ୟାନ ହୋଇଥିବା 59 ଆପ କାର୍ଯ୍ୟକଳାପ ଭାରତ ସାର୍ବଭୌମ ଓ ଏକତା, ପ୍ରତିରକ୍ଷା, ଦେଶର ସୁରକ୍ଷା ଏବଂ ସର୍ବସାଧାରଣ ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରମାଣ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.