ନୂଆଦିଲ୍ଲୀ: ସରକାରଙ୍କ ରୋଗାଗ୍ରସ୍ତ ରାଜସ୍ବ ସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ବଜେଟ 2020-21ରେ ସେପରି କିଛି ବଡ ଘୋଷଣା ଆଶା ନାହିଁ । ଉପଭୋଗ ଓ ଚାହିଦାକୁ ବଢାଇବା ପାଇଁ ବ୍ୟକ୍ତିଗତ ଆୟକୁ ବୃଦ୍ଧି ସହ ଏକ ନିର୍ଦ୍ଦିଷ୍ଟ ନୀତି ତିଆରି କରାଯାଇପାରେ ।
ଉଦୌଗ ଦ୍ବାରା ଆୟକରକୁ ହ୍ରାସ କରିବାକୁ ପୁଣି ଦାବି ଉଠିଥିବା ବେଳେ ସରକାର ଅଡୁଆରେ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଆୟକର ହ୍ରାସ ହୁଏ, ଲୋକ ଟଙ୍କା ଖର୍ଚ୍ଚ ନ କରି ସଞ୍ଚୟ କରିପାରନ୍ତି ବୋଲି ସରକାରଙ୍କୁ ଆଶଙ୍କା ରହିଛି ।
ସେପ୍ଟେମ୍ବରରେ 1.45 କୋଟି ଟଙ୍କାର କର୍ପୋରେଟ ଟିକସ ହ୍ରାସ ପରେ ସରକାର ଟିକସ ହ୍ରାସ ନ କଲେ ରାଜକୋଷୀୟ ଘାଟା କମିପାରେ । ଅଧିକାରୀମାନେ କହିଛନ୍ତି ଯେ, ଏଥିପାଇଁ ଆହୁରି ପ୍ରସ୍ତୁତି କରିବାକୁ ହେବ । ଏପଟେ ଲୋକସଭାରେ କର ଆଇନ ସଂଶୋଧନ ବିଧେୟକ, 2019 ଉପରେ ବିତର୍କର ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ, ଏହି ମାସର ଆରମ୍ଭରେ ପ୍ରତ୍ୟକ୍ଷ କର ସଂଗ୍ରହରେ କୌଣସି ହ୍ରାସ ଦେଖିବାକୁ ମିଳିନି ।
ନଭେମ୍ବର ସୁଦ୍ଧା ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ 5 ପ୍ରତିଶତ ବଢିଛି । ଐତିହାସିକ ରୂପରେ ସର୍ବାଧିକ ପ୍ରତ୍ୟକ୍ଷ କର ସଂଗ୍ରହ ଆର୍ଥିକ ବର୍ଷ ଶେଷ ତ୍ରୈୟମାସରେ ହୋଇଥାଏ ।
ତେବେ ଏବେସୁଦ୍ଧା କେବଳ 17,354 କୋଟି ଟଙ୍କା ଏକତ୍ର କରାଯାଇଛି । ଯେତେବେଳେ କି ଲକ୍ଷ 1.05 ଲକ୍ଷ କୋଟି ଟଙ୍କା ଅଛି ।
ଅର୍ଥମନ୍ତ୍ରାଣଳୟ ପ୍ରଥମରୁ ହିଁ ଅନ୍ୟ ମନ୍ତ୍ରାଣଳୟକୁ ବଜେଟ ଦାବିକୁ ନିୟନ୍ତ୍ରଣ ପାଇଁ କହିଛି । ଏଥିସହ ବର୍ତ୍ତମାନ ଆର୍ଥିକ ସ୍ଥିତି ଅନୁସାରେ ନିଜର ଅନୁଦାନ ଅନୁରୋଧକୁ ସ୍ଥିତ ପାଇଁ ଜଣାଇଥିଲା ।
ଜିଏସଟି ପରିଷଦରେ କରାଯାଇଥିବା ଏକ ପ୍ରସ୍ତୁତି ଅନୁସାରେ, ଚଳିତ ବର୍ଷ ପାଇଁ ରାଜ୍ୟର କ୍ଷତିପୂରଣ ଆବଶ୍ୟକତା ପାଖାପାଖୀ 1.6 ଲକ୍ଷ କୋଟି ଟଙ୍କା ରହିବା ଆଶା ରହିଥି । ରାଜସ୍ବ ହ୍ରାସ ଓ ଜିଏସଟି କ୍ଷତିପୂରଣ ଦେବାରେ ବିଳମ୍ବ ଯୋଗୁଁ ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି ।