ETV Bharat / business

ଗଣେଶ ଚତୁର୍ଥୀରେ ଶିଖନ୍ତୁ ବୁଦ୍ଧିଦାତାଙ୍କଠୁ ଅର୍ଥ ନିବେଶର ମନ୍ତ୍ର

author img

By

Published : Aug 22, 2020, 7:46 PM IST

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ଅବସରେ ବିଘ୍ନବିନାଶକ, ବୁଦ୍ଧିଦାଦାତା ଶ୍ରୀଗଣେଷଙ୍କ ଠାରୁ ଶିଖନ୍ତୁ ନିବେଶର ପାଠ...

ଏହି ଗଣେଷ ଚତୁର୍ଥୀରେ ଶିଖନ୍ତୁ ବୁଦ୍ଧିଦାତାଙ୍କ ଠୁ ଅର୍ଥ ନିବେଶର ମନ୍ତ୍ର

ବିଜନେସ ଡେସ୍କ, ଇଟିଭି ଭାରତ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନବିନାଶକ । ଯଦିଓ କୋରୋନା ଯୋଗୁଁ ପୂଜା ମାହୋଲ ଫିକା ପଡିଛି, କିନ୍ତୁ ଘରେ ଘରେ ସମସ୍ତେ ଉତ୍ସାହର ସହ ବୁଦ୍ଧିଦାତାଙ୍କୁ ଭକ୍ତିର ସହ ସ୍ବାଗତ କରିଛନ୍ତି । ହିନ୍ଦୁ ଦେବ-ଦେବୀଙ୍କ ମଧ୍ୟରେ ସର୍ବପ୍ରଥମେ ଓ ସର୍ବାଧିକ ଗଣେଶଙ୍କ ପୂଜା କରାଯାଇଥାଏ । ସେ ଅଗ୍ରପୂଜ୍ୟ । ଏହା ପଛର କାରଣ ହେଉଛି ତାଙ୍କର ତୀଖ୍ନ ବୁଦ୍ଧି ଏବଂ ଶୀଘ୍ର ନିଷ୍ପତ୍ତି ନେବା କ୍ଷମତା ।

ଯଦି ଭଗବାନ ଗଣେଶଙ୍କୁ ଧ୍ୟାନର ସହ ପୂଜା କରାଯାଏ, ତେବେ ଗଣେଶ ଆମକୁ କେବଳ ଆଧ୍ୟାତ୍ମିକତା ନୁହେଁ ଅନ୍ୟାନ ଶିକ୍ଷା ଦେଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ଗଣେଶ ଆମକୁ ନିବେଶ ଜଗତରେ କେଉଁ ସବୁ ଜ୍ଞାନ ଦେଉଛନ୍ତି ...

ଶ୍ରୀ ଗଣେଷଙ୍କ ଠାରୁ ଶିଖନ୍ତୁ ନିବେଶର ପାଠ------
ଶ୍ରୀ ଗଣେଶଙ୍କ ଠାରୁ ଶିଖନ୍ତୁ ନିବେଶର ପାଠ------

ଶ୍ରୀ ଗଣେଶଙ୍କ ଠାରୁ ଶିଖନ୍ତୁ ନିବେଶର ପାଠ--

ଶିଖନ୍ତୁ ଆଉ ନିବେଶ କରନ୍ତୁ

ସର୍ବପ୍ରଥମେ ଆମେ ତାଙ୍କ ବଡ ମୁଣ୍ଡରୁ ଆରମ୍ଭ କରିବା । ଏହା ଆମକୁ ସର୍ବଦା ଶିଖିବା ଜାରି ରଖିବାକୁ ପରାମର୍ଶ ଦେଇଥାଏ ।

ଉଦାହରଣ ସ୍ବରୂପ- ଏକ ସୁଦୃଢ ନିବେଶ ଯୋଜନା କରିବା ପାଇଁ ଯୋଗ୍ୟ ଜ୍ଞାନ ଓ ଶିକ୍ଷାର ଆବଶ୍ୟକତା ରହିଥାଏ । ଏଥିପାଇଁ ସବୁବେଳେ ଭଲ ରିଟର୍ଣ୍ଣ ପାଇଁ ନିଜ ନିବେଶ ବିକଳ୍ପକୁ ସବୁବେଳେ ନୀରିକ୍ଷଣ ଓ ମୂଲ୍ୟାଙ୍କନ କରିବା ଏକ ଭଲ ବିଚାର ଅଟେ ।

ଧ୍ୟାନ ହିଁ ଚାବିକାଠି

ଭଗବାନ ଗଣେଶଙ୍କ ଆଖି ଛୋଟ ଏବଂ ସୂଚିତ । ଯାହାକି ଆମକୁ ସର୍ବଦା ଧ୍ୟାନମଗ୍ନ (ଫୋକସଡ) ଏବଂ ସତର୍କ ରହିବାକୁ ଶିଖାନ୍ତି ।

ଆଉ ଜଣେ ନିବେଶକଙ୍କୁ ସବୁବେଳେ ଆର୍ଥିକ ଯୋଜନାର ସୂକ୍ଷ୍ମ ବିବରଣୀ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରିବା ଉଚିତ । ଏହା ଅବାଞ୍ଛିତ ଅସୁବିଧାକୁ ଏଡାଇବା ପାଇଁ ବୀମା ଯୋଜନା ହେଉ କିମ୍ବା ପୋର୍ଟଫୋଲିଓ ହେଉ ।

କ୍ଷୁଦ୍ର ଜିନିଷର ମହତ୍ବ

ଗଣେଶଙ୍କ ବାହାନ ମୂଷା ଠାରୁ ଆମକୁ ଛୋଟ, କ୍ଷୁଦ୍ର ଜିନିଷର ମହତ୍ତ୍ବ ଶିଖିବା ଦରକାର । ଆପଣଙ୍କ ପୂର୍ଣ୍ଣ କ୍ଷମତା ପାଇଁ ସବୁଠୁ କମ ଟଙ୍କାର ଉପଯୋଗ ପାଇଁ ନିଶ୍ଚିତ କରିବା ମଧ୍ୟ ପ୍ରଭୁଙ୍କ ଠାରୁ ଅନୁକରଣ କରିବାର ଏକ ପ୍ରାକ୍ଟିକାଲ ଶିକ୍ଷା ଅଟେ ।

ଲାଭ ଓ କ୍ଷତି ଉଭୟ ସ୍ବୀକାର କରନ୍ତୁ

ଏକ ନିବେଶକଙ୍କୁ ସବୁବେଳେ ଲାଭ ଓ କ୍ଷତି ଉଭୟ ସ୍ବୀକାର କରିବା ଦରକାର । ଏଥିପାଇଁ ସବୁବେଳେ ସୁଦୃଢ ମଜୁବୁତ ହେବା ଜରୁରୀ । କାରଣ ଆପଣଙ୍କ ନିବେଶ ଯୋଜନା ସର୍ବଦା ଭଲ ରିଟର୍ଣ୍ଣ ଦେଇ ନ ପାରେ ।

ଏଠାରେ, ଭଗବାନ ଗଣେଶଙ୍କର ବଡ ପେଟ ଆମକୁ ଆର୍ଥିକ ନିଷ୍ପତ୍ତିର ଉଭୟ ଖରାପ ଏବଂ ଭଲ ଫଳାଫଳ ହଜମ କରିବାକୁ ଶିଖାଏ ।

ବିପଦକୁ ଚିହ୍ନନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ

ଭଗବାନ ଗଣେଶଙ୍କୁ ବିଘ୍ନବିନାଶକ ଭାବରେ ବିବେଚନା କରାଯାଏ, ଏହା ଆମକୁ ଜୀବନର ବିପଦ ଏବଂ କଠିନ ପର୍ଯ୍ୟାୟ ସହିତ ମୁକାବିଲା କରିବାକୁ ଏବଂ ନିରାପଦରେ ରହିବାକୁ ଶିଖାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.