ETV Bharat / business

ଋଣ ବୋଝ ପ୍ରଭାବ, ଖସିଲା ଟେଲିକମ ରାଜସ୍ବ

author img

By

Published : Dec 12, 2019, 5:38 PM IST

ଆର୍ଥିକ ବର୍ଷ 2018-19ରେ ଟେଲିକମ ସେକ୍ଟରରେ ରାଜସ୍ବ 7 ପ୍ରତିଶତ ଖସିଛି । ଗୁରୁବାର ରାଜ୍ୟସଭାରେ ଦୂରସଞ୍ଚାର ମନ୍ତ୍ରାଣୟ ପକ୍ଷରୁ ଲିଖିତ ଜବାବରେ ଏ ନେଇ ସୂଚନା ଦେଇଛି ।

telecom revenue down 7 % in 2018-19 government
ଋଣ ବୋଝ ପ୍ରଭାବ , ଖସିଲା ଟେଲିକମ ରାଜସ୍ବ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2018-19ରେ ଟେଲିକମ ସେକ୍ଟରରେ ରାଜ୍ୟସ୍ବ 7 ପ୍ରତିଶତ ଖସିଛି । ଗୁରୁବାର ରାଜ୍ୟସଭାରେ ଦୂରସଞ୍ଚାର ମନ୍ତ୍ରାଣୟ ପକ୍ଷରୁ ଲିଖିତ ଜବାବରେ ଏ ନେଇ ସୂଚନା ଦେଇଛି ।

ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପାଖକୁ ମିଳିଥିବା ତଥ୍ୟ ମୁତାବକ, ଟେଲିକମ କ୍ଷେତ୍ର ଉପରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବାବଦରେ 2018-19 ରେ 1,44,681 କୋଟି ବକେୟା ଥିଲା । ଯାହାକି 2017-18ରେ 1,55,680 କୋଟି ଟଙ୍କା ଥିଲା । ଏହା ଫଳରେ ରାଜସ୍ବ 7.06 ପ୍ରତିଶତ କମିଛି ।

ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ପ୍ରତି ଉପଭୋକ୍ତାର ହାରାହାରି ରାଜସ୍ବ(ଏଆରିୟୁ) 2017-18ରେ 124.85 ଟଙ୍କା ହ୍ରାସ ପାଇଁ 2019 ମାର୍ଚ୍ଚରେ 71.39 ଟଙ୍କା ରହିଛି । ତେବେ ଦୂରସଞ୍ଚାର ବିଭାଗ ସେବା ପ୍ରଦାନ କରୁଥିବା କମ୍ପାନୀଙ୍କ ସହ ଏହି ସବୁ ସମସ୍ୟା ଉପରେ ଆଲେଚନା କରିଛି ବୋଲି ପ୍ରସାଦ ଉଚ୍ଚସଦନରେ ସୂଚନା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.