ETV Bharat / business

ଟାଟାର ବଡ ଘୋଷଣା, କୋଭିଡରେ ମୃତ କର୍ମଚାରୀଙ୍କ ପରିବାରକୁ ମିଳିବ 60 ଲକ୍ଷ - tata employees covid death benefits

କୋଭିଡ ଯୋଗୁଁ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସମସ୍ତ ସୁବିଧା ଦେବ ଟାଟା ଷ୍ଟିଲ । ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢାଇବା ସହ 60 ଲକ୍ଷ ଟଙ୍କା ଦେବ ଆର୍ଥିକ ସହାୟତା । ଅଧିକ ପଢନ୍ତୁ..

ଟାଟାର ବଡ ଘୋଷଣା, କୋଭିଡରେ ମୃତ କର୍ମଚାରୀଙ୍କ ପରିବାରକୁ ମିଳିବ 60 ଲକ୍ଷ

author img

By

Published : May 26, 2021, 6:25 AM IST

ହାଇଦ୍ରାବାଦ: ଦେଶର କର୍ପୋରେଟ ଜଗତରେ ପ୍ରତିଷ୍ଠିତ ଟାଟା ଷ୍ଟିଲ ଏହାର କର୍ମଚାରୀଙ୍କ ପାଇଁ କଲା ବଡ ଘୋଷଣା । କୋଭିଡ ଯୋଗୁଁ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛି କମ୍ପାନୀ । ଦେଶରେ କର୍ପୋରେଟ କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲ ପ୍ରଥମ, ଯିଏ କୋଭିଡ ସଙ୍କଟ କାଳରେ କର୍ମଚାରୀଙ୍କ ସୁରକ୍ଷିତ ଭବିଷ୍ୟତ ଚିନ୍ତା କରିଛି ।

ଟାଟା ଷ୍ଟିଲ ଏକ ବିବୃତ୍ତି ଜାରି କରି କହିଛି କି, ମୃତକ କର୍ମଚାରୀଙ୍କ ଦ୍ବାରା ନୋମିନେଟ ବା ନାମିତ ରହିଥିବା ପରିବାରକୁ ଚିକିତ୍ସା ଲାଭ ଓ ଘର ଆଦି ସୁବିଧା ସହ ମୃତକଙ୍କ 60 ବର୍ଷ ଆୟୁ ଯାଏଁ ରହିଥିବା ସବୁ ବେତନ ମିଳିବ ।

କମ୍ପାନୀ ଏକ ଟ୍ବିଟରେ କହିଛି ଯେ, କୋଭିଡ -19 ଦ୍ବାରା ପ୍ରଭାବିତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ବିସ୍ତାର କରି ଟାଟା ଷ୍ଟିଲ କେୟାର ସହିତ ଏଜିଲିଟି ୱିଦ କେୟାରର ରାସ୍ତା ଆପଣେଇଛି । ଆମେ ଆମର କାର୍ଯ୍ୟ କରୁଛୁ ଏବଂ ଆପଣଙ୍କ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଆପଣଙ୍କ ଆଖପାଖର ଲୋକଙ୍କୁ ଏହି କଷ୍ଟଦାୟକ ସମୟରୁ ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ବାହାରକୁ ଯିବାକୁ ସାହାଯ୍ୟ କରନ୍ତୁ । ’’

ଟାଟା ଷ୍ଟିଲର ସାମାଜିକ ସୁରକ୍ଷା ଯୋଜନାରେ ମୃତକଙ୍କ ନାମିତ ପରିବାର ପାଇଁ ଏକ ସମ୍ମାନଜନକ ଜୀବନଧାରଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ପରିବାରକୁ ମୃତକଙ୍କ 60 ବର୍ଷ ବୟସ ପର୍ଯ୍ୟନ୍ତ ଶେଷ ବେତନ ପ୍ରଦାନ କରିବା ସହିତ ଚିକିତ୍ସା ସୁବିଧା ଏବଂ ଗୃହ ସୁବିଧା ମିଳିବ ।

ଏଥିସହ ଏହାର ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ, ଯେଉଁମାନେ ଦୁର୍ଭାଗ୍ୟବଶତଃ କୋଭିଡ -19 କାରଣରୁ ଚାକିରି ସମୟରେ ପ୍ରାଣ ହରାଇଥିଲେ ସେମାନଙ୍କ ଛୁଆକୁ କମ୍ପାନୀ ଭାରତରେ ସ୍ନାତକ ନହେବା ପର୍ଯ୍ୟନ୍ତ ସେମାନଙ୍କ ପିଲାମାନଙ୍କର ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.