ETV Bharat / business

ସ୍ବିଗିରେ ଯୋଡିହେବେ 36 ହଜାର ଷ୍ଟ୍ରିଟ ଭେଣ୍ଡର - ରାସ୍ତାକଡ ବ୍ୟବସାୟୀ

ଖୁସିଖବର! ସ୍ବିଗି 36 ହଜାର ଷ୍ଟ୍ରିଟ ଭେଣ୍ଡରଙ୍କ ଖାଇବାକୁ 125 ସହରରେ ଡେଲିଭର କରିବାକୁ ତୟାର । ଏଥିପାଇଁ କମ୍ପାନୀ ପିଏମ ସ୍ବନିଧି ଯୋଜନାକୁ ଧନ୍ୟବାଦ ଜଣାଇଛି।

ସ୍ବିଗିରେ ଯୋଡିହେବେ 36 ହଜାର ଷ୍ଟ୍ରିଟ ଭେଣ୍ଡର

author img

By

Published : Dec 10, 2020, 10:38 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ ସ୍ବିନିଧି) ଯୋଜନା ଅଧିନରେ ସ୍ବିଗି ରାସ୍ତାକଡ ବ୍ୟବସାୟୀ( ଷ୍ଟ୍ରିଟ ଭେଣ୍ଡର)ଙ୍କ ପାଇଁ 125 ସହରରେ ନିଜ ଯୋଜନାର ବିସ୍ତାର କରିବ । ଗୁରୁବାର ଅନଲାଇନ ଖାଦ୍ୟ ବିତରଣ ପ୍ଲାର୍ଟଫର୍ମ ସ୍ବିଗି ଏ ନେଇ ଟ୍ବିଟ କରି କହିଛି ।

ସ୍ବିଗିରେ ଯୋଡିହେବେ 36 ହଜାର ଷ୍ଟ୍ରିଟ ଭେଣ୍ଡର
ସ୍ବିଗିରେ ଯୋଡିହେବେ 36 ହଜାର ଷ୍ଟ୍ରିଟ ଭେଣ୍ଡର

ସ୍ବିଗି ଏକ ବିବୃତ୍ତିରେ ଜଣାଇଛି ଯେ, ପ୍ରଥମ ପର୍ଯ୍ୟାୟରେ କମ୍ପାନୀ 36 ହଜାର ଷ୍ଟ୍ରିଟ ଭେଣ୍ଡରଙ୍କୁ ଏହି ଯୋଜନା ସହ ଯୋଡିବ । ଯାହା ଅଧିନରେ 125 ସହରରେ ଏହାର ପ୍ଲାର୍ଟଫର୍ମ ଜରିଆରେ ଋଣ ଦିଆଯାଇଛି ।

ଏଥିପାଇଁ ସ୍ବିଗି ସହର ଆବାସ ଉନ୍ନୟନ ମନ୍ତ୍ରାଳୟ ସହ ଅହମ୍ମଦାବାଦ , ବାରଣାସୀ , ଚେନ୍ନାଇ , ଦିଲ୍ଲୀ ଓ ଇନ୍ଦୋରରେ ଏକ ପାଇଲେଟ ପ୍ରକଳ୍ପ ଲାଗୁ କରିଥିଲା । ଯାହା ଅଧିନରେ 300ରୁ ଅଧିକ ଷ୍ଟ୍ରିଟ ଭେଣ୍ଡର ଏହି ପ୍ଲାର୍ଟଫର୍ମ ସହ ଯୋଡି ହୋଇଯିବେ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଏହାର ପ୍ଲାଟଫର୍ମରେ ଯୋଗଦେବା ବେଳେ ଷ୍ଟ୍ରିଟ ଭେଣ୍ଡରମାନେ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ରେ ପଞ୍ଜୀକୃତ ହେବେ ଏବଂ ସେମାନଙ୍କୁ ଖାଦ୍ୟ ସୁରକ୍ଷା ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ ।

ସ୍ବିଗିର ସିଇଓ ବିବେକ ସୁନ୍ଦର କହିଛନ୍ତି ଯେ, ସୁରକ୍ଷା ଓ ସ୍ବଚ୍ଛତା ସହ ଉପଭୋକ୍ତାଙ୍କ ଘର ମୁହଁରେ ବିଭିନ୍ନପ୍ରକାର ଭୋଜନ ପହଞ୍ଚାଉଥିବା ପ୍ଲାର୍ଟଫର୍ମ ଭାବେ ଆମର ଚେଷ୍ଟା ରହିଛି କି , ଆମେ ସେହି ସବୁ ଷ୍ଟ୍ରିଟ ଫୁଡକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅତ୍ୟନ୍ତ ଆଗ୍ରହୀ । କାରଣ ଏହି ଦୋକାନୀ ଲକଡାଉନ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.