ETV Bharat / business

ଅକ୍ଟୋବର ପହିଲାରୁ ମିଳିତ ସତେଜ ମିଠା, ଲାଗୁ ହେଲା ଏହି ନିୟମ

author img

By

Published : Sep 28, 2020, 6:38 AM IST

ଆଉ ଆପଣଙ୍କୁ ବାସି ମିଠା କିଣି ଝିନଝଟର ସାମ୍ନା କରିବାକୁ ପଡିବନି । ଏଣୁ ଖୋଲାରେ ବିକ୍ରି ମିଠାର ବେଷ୍ଟ ବିଫୋର ଡେଟ ଦୋକାନୀ ଜଣାଇବା ହେଲା ବାଧ୍ୟତାମୂଳକ । ଅଧିକ ପଢନ୍ତୁ..

ଅକ୍ଟୋବର ପହିଲାରୁ ମିଳିତ ସତେଜ ମିଠା, ଲାଗୁ ହେଲା ଏହି ନିୟମ
ଅକ୍ଟୋବର ପହିଲାରୁ ମିଳିତ ସତେଜ ମିଠା, ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ପାର୍ବଣ ଆସୁଥିବା ବେଳେ ମିଠା ଦୋକାନୀଙ୍କ ପାଇଁ FSSAI ଆଣିଲା ନୂଆ ନିୟମ । ଏଣିକି ଦୋକାନୀଙ୍କୁ ଜଣାଇବାକୁ ପଡିବ କେତେ ଦିନ ଭିତରେ ନଷ୍ଟ ହେବ ମିଠା । ଅର୍ଥାତ ବଜାରରେ ବିକ୍ରି ଖୋଲା ମିଠାର ବେଷ୍ଟ ବିଫୋର ଡେଟ ଦର୍ଶାଇବା ହେବ ବାଧ୍ୟତାମୂଳକ । ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନିୟମ ।

ଗ୍ରାହକଙ୍କୁ ସତେଜ ଓ ସୁସ୍ଥକର ମିଠା ଯୋଗାଇବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପକ୍ଷରୁ ଏଭଳି ନିୟମ ଲାଗୁ ହୋଇଛି । ଏହା ଅନୁସାରେ ଅକ୍ଟୋବର 1ରୁ ଦୋକାରୀ ଗ୍ରାହକଙ୍କୁ ବିକ୍ରି କରୁଥିବା ମିଠାର ବ୍ୟବହାର ସମୟ ବିଷୟରେ ଜଣାଇବ । ଏହି ନିୟମ କେବଳ ପ୍ୟାକେଜ ମିଟା ନୁହେଁ ବରଂ ଖୋଲାରେ ମିଳୁଥିବା ମିଠାରେ ମଧ୍ୟ ଲାଗୁ ହୋଇଛି ।

ଏଫଏସଏସଏଆଇର ଏରି ନିୟମାକ ଗ୍ରାହକଙ୍କୁ ସତେଜ ପ୍ରଡକ୍ଟ କ୍ରୟ ନେଇ ସୁନିଶ୍ଚିତ କରିବ । ଖାଦ୍ୟ ସୁରକ୍ଷା ନିୟାମକ, 25 ସେପ୍ଟେମ୍ବର ତାରିଖ ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ନିରାପତ୍ତା କମିଶନରଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି , ଜନସାଧାରଣଙ୍କ ସ୍ବାର୍ଥରେ ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଯେ ପ୍ୟାକେଜ ହୋଇନଥିବା / ଖୋଲା ମିଠା କ୍ଷେତ୍ରରେ, ବିକ୍ରୟ ପାଇଁ ଆଉଟଲେଟରେ ମିଠା ଧାରଣ କରୁଥିବା ପାତ୍ର / ଟ୍ରେ ରେ ବାଧ୍ୟତାମୂଳକ ଭାବରେ ଉତ୍ପାଦର 'ବେଷ୍ଟ ବିଫୋର ଡେ ' ପ୍ରଦର୍ଶନ କରିବା ଅକ୍ଟୋବର 1ରୁ ବାଧ୍ୟତାମୂଳକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.