ETV Bharat / business

ଜେଟ୍ ଏୟାରୱେଜ ମାମଲା: ଯାତ୍ରୀଙ୍କ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନେବାକୁ ସରକାରଙ୍କ ନିର୍ଦ୍ଦେଶ - Jet

ଜେଟ ଏୟାରୱେଜ ଉପରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ କଡା ନଜର । ଜେଟ ସହ ଜଡିତ ପ୍ରସଙ୍ଗରେ ବିଚାର କରିବାକୁ ବିମାନ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭୁ ।

ଫାଇଲ ଫଟୋ
author img

By

Published : Apr 16, 2019, 4:13 PM IST

ନୂଆଦିଲ୍ଲୀ: ଜେଟ ଏୟାରୱଜ ଉପରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ କଡା ନଜର । ଜେଟ ସହ ଜଡିତ ପ୍ରସଙ୍ଗରେ ବିଚାର କରିବାକୁ ବିମାନ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭୁ । ଯାତ୍ରୀଙ୍କ ଅଧିକାର ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ସୁରେଶ ପ୍ରଭୁ ଟ୍ବିଟ କରି କହିଛନ୍ତି ଯେ, ‘ ଟିକେଟ ଦାମ ନିୟନ୍ତ୍ରଣ, ଉଡାଣ ରଦ୍ଦ ଓ ଏୟାରୱେଜ ସମସ୍ୟା ସମୀକ୍ଷା କରିବାକୁ ବିମାନ ପରିଚାଳନା ମନ୍ତ୍ରାଳୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’ ଏଥିସହ ସମସ୍ତ ହିତାଧିକାରୀଙ୍କୁ ଯାତ୍ରୀଙ୍କ ହିତରେ କାମ କରିବାକୁ ଆହ୍ୱାନ ଦିଆଯାଇଥିବା ନେଇ ସେ କହିଛନ୍ତି ।

ଆର୍ଥିକ ସଂଙ୍କଟ ମଧ୍ୟ ଦେଇ ଗତି କରୁଥିବା ଜେଟ ଭବିଷ୍ୟତ ଅନ୍ଧାରରେ । ସଂନ୍ଧ୍ୟା ସୁଦ୍ଧା ନିଲାମ ନ ହେଲେ କମ୍ପାନୀରେ ତାଲା ପଡିବ । ସୂତା ଖିଅରେ ଝୁଲୁଛି ହଜାର ହଜାର କର୍ମଚାରୀଙ୍କ ଭାଗ୍ୟ । କେବଳ କର୍ମଚାରୀ ନୁହେଁ କମ୍ପାନୀ ସମସ୍ୟା ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାହକ । ମୁମ୍ବାଇରୁ ଦିଲ୍ଲୀ ଟିକେଟ ଦର 30 ରୁ 60 ହଜାର ଟଙ୍କା ଦେଇ ଯାତାୟତ କରୁଛନ୍ତି । ଏଥିପାଇଁ ଚିନ୍ତାରେ ଯାତ୍ରୀ ।

ବିଭିନ୍ନ କାରଣ ଯୋଗୁଁ 119 ବିମାନ ମଧ୍ୟରୁ ମାତ୍ର 7ଟି ଉଡାଉଛି କମ୍ପାନୀ । ଆଉ ଏବେ ସ୍ଥିତିକୁ ଆୟତ୍ତ କରିବାକୁ କମ୍ପାନୀ ଆସନ୍ତା 18 ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ଉଡାଣକୁ ମଧ୍ୟ ବନ୍ଦ ରଖିଛି ।

Intro:Body:

gf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.