ETV Bharat / business

କୋଭିଡ-19 ମୁକାବିଲା : ଷ୍ଟାର୍ଟଅପ ଦେବ 100 କୋଟିର ଅନୁଦାନ

କୋଭିଡ -19 କୁ ନିୟନ୍ତ୍ରଣ ପାଇଁ ସମାଧାନ ବାଟ କାଢୁଥିବା ଉଦ୍ଭାବକମାନଙ୍କ ପାଇଁ 100 କୋଟିର ଅନୁଦାନ ଦେବ ଷ୍ଟାର୍ଟଅପ କମ୍ୟୁନିଟି । ଅଧିକ ପଢନ୍ତୁ...

startup community launches rs 100 cr grant for innovators working on covid 19 solutions
କୋଭିଡ-19 ମୁକାବିଲା : ଷ୍ଟାର୍ଟଅପ ଦେବ 100 କୋଟିର ଅନୁଦାନ
author img

By

Published : Apr 1, 2020, 11:13 PM IST

ନୂଆଦିଲ୍ଲୀ: କୋଭିଡ-19 ସମାଧାନ ଉପରେ କାମ କରୁଥିବା ଉଦ୍ଭାବକମାନଙ୍କ ପାଇଁ 100 କୋଟି କୋଟିର ଅନୁଦାନ । ଭାରତୀୟ ଷ୍ଚାର୍ଟଅପ ସଂସ୍ଥାପକ, ନିବେଶ ପରାମର୍ଶଦାତା କମ୍ପାନୀ ସଦସ୍ୟ ତଥା ସ୍ବତନ୍ତ୍ର ପରାମର୍ଶଦାତାମାନେ ଏହି ଅନୁଦାନ ପାଇଁ ହାତ ମିଳାଇଛନ୍ତି ।

କୋଭିଡ -19 କୁ ନିୟନ୍ତ୍ରଣ କରିବା ପାଇଁ ସମାଧାନ ବାହାର କରିବାକୁ ଚେଷ୍ଟା କରୁଥିବା ଉଦ୍ଭାବକମାନଙ୍କ ପାଇଁ ଏହି ଅନୁଦାନ ରହିଛି । ସମଗ୍ର ବିଶ୍ବରେ ତାଣ୍ଡବ ମଚାଇଥିବା କୋରୋନା ମହାମାରୀ ହଜାର ହଜାର ଲୋକଙ୍କ ମୁଣ୍ଡ ନେଲାଣି । ଏହି ଭୟଙ୍କର ଭାଇରସ ସଙ୍କ୍ରମଣର ତୀବ୍ରତାକୁ ଅନୁଭବ କରି ସରକାର ଦେଶବ୍ୟାପି ଲକଡାଉନ ଜାରି ରଖିଛନ୍ତି ।

ଏକ ବିବୃତ୍ତିରେ କୁହାଯାଇଛି ଯେ, ମିଶନ ଆକ୍ଟ ( ଆକ୍ସନ କୋଭିଡ -19 ଟିମ) ଏପରି ଷ୍ଟାର୍ଟଅପ ପ୍ରତିଷ୍ଠାତା ଓ ସେମାନଙ୍କ କର୍ମଚାରୀଙ୍କୁ ଉତ୍ସ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ । ଯାହା ଏହି ମହାମାରୀ ବିରୋଧ ଲଢେଇରେ ବ୍ୟାପକ ପ୍ରଭାବ ଦେଖାଇବ ।

ଏହି ଗୋଷ୍ଠୀ ସହଭାଗୀ ଏନଜିଓ ଏବଂ ଉଦ୍ୟୋଗ ଲୋକଙ୍କ ସମର୍ଥନ ମଧ୍ୟ ପାଇବ । ଏହି ଗୋଷ୍ଠୀ ସରକାରୀ ଏଜେନ୍ସି ଗୁଡିକର ସହଯୋଗରେ ଏଭଳି ସମାଧାନ ଆଣିବ ଯାହା ଉତ୍ସାହଜନକ ଫଳାଫଳ ଦେଖାଇବ ବୋଲି ଆଶା ରହିଛି ।

@ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.