ETV Bharat / business

ହାଇଦ୍ରାବାଦ ଏୟାରପୋର୍ଟରେ ପହଁଞ୍ଚିଲା ସ୍ପୁଟନିକ ଭି’ର 30 ଲକ୍ଷ ଡୋଜ

author img

By

Published : Jun 1, 2021, 7:31 PM IST

Updated : Jun 1, 2021, 8:09 PM IST

କୋରୋନା ଭ୍ୟାକ୍ସିନ ସ୍ପୁଟନିକ ଭି’ର 30 ଲକ୍ଷ ଡୋଜ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଲା । ଅଧିକ ପଢନ୍ତୁ..

ହାଇଦ୍ରାବାଦ  ଏୟାରପୋର୍ଟରେ ପହଁଞ୍ଚିଲା ସ୍ପୁଟନିକ ଭି ର 30 ଲକ୍ଷ ଡୋଜ

ହାଇଦ୍ରାବାଦ: ଦେଶରେ ପହଞ୍ଚିଲା ଋଷର କୋରୋନା ଭ୍ୟାକ୍ସିନ ସ୍ପୁଟନିକ ଭି’ ର ସବୁଠାରୁ ବଡ କନସାଇନମେଣ୍ଟ । ସ୍ପୁଟନିକ ଭି’ ର 30 ଲକ୍ଷ ଡୋଜର କନସାଇନମେଣ୍ଟ ମଙ୍ଗଳବାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଛି ।

ଜିଏମଆର ହାଇଦ୍ରାବାଦ ଏୟାର କାର୍ଗୋ (GHAC) ର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି, ଭ୍ୟାକ୍ସିନ consignment ଋଷରୁ ସ୍ବତନ୍ତ୍ର ଭାବେ ଚାଟାର୍ଡ କାର୍ଗୋ ଆରୟୁ -9450 ହାଇଦ୍ରାବାଦ ବିମାନ ବନ୍ଦରରେ 03.43 ରେ ପହଞ୍ଚିଛି । ଏହା ପୂର୍ବରୁ ମଧ୍ୟ ଜିଏଚଏସି ଭ୍ୟାକ୍ସିନର ଅନେକ ଆମଦାନୀ ସିପମେଣ୍ଟକୁ ପାଇଛି । ହେଲେ ମଙ୍ଗଳବାର ଆସିଥିବା 56.6 ଟନର ସିପମେଣ୍ଟ ଭାରତରେ ଏବେ ସୁଦ୍ଧା ପ୍ରାପ୍ତ କରାଯାଇଥିବା କୋଭିଡ-19 ଟିକାର ସବୁଠୁ ବଡ ଆମଦାନୀ ସିପମେଣ୍ଟ । ଏହି ସିପମେଣ୍ଟ ସମସ୍ତ ପ୍ରକ୍ରିୟାକୁ ପୂରଣ କରିଛି । ଏହାକୁ 90 ମିନିଟ ରୁ କମ ସମୟରେ ପଠାଯାଇଛି ।

ସ୍ପୁଟନିକ ଭି (Sputnik V) ଭ୍ୟାକ୍ସି ପାଇଁ ସ୍ବତନ୍ତ୍ର ହ୍ୟାଣ୍ଡଲି୍ଙ୍ଗ ଓ ଭଣ୍ଡାରର ଆଭଶ୍ୟକତା ରହିଥାଏ । ଯାହାକୁ -20 ସେଲସିୟସ ତାପମାତ୍ରାରେ ରଖିବା ଆବଶ୍ୟକତା ରହିଥାଏ । ଡା. ରେଡ୍ଡୀଜ ଲାବୋରେଟରିଜ କୁ ସ୍ପୁଟନକ ଭିର ପ୍ରତିବନ୍ଧିତ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ମଞ୍ଜୁରୀ ମିଳିଛି ।

ଡା. ରେଡ୍ଡୀଜ ପ୍ରଥମେ ଆରଡିଆଇଏଫରୁ ଦୁଇ ଲକ୍ଷରୁ ଅଧିକ ଟିକା ପ୍ରାପ୍ତ ହୋଇଥିଲା । ନିକଟରେ ସଫ୍ଟ ଲଞ୍ଚ କରାଯାଇଥିବା ସ୍ପୁନଟନିକ ଭି ଭ୍ୟାକ୍ସିନର ପରିଚାଳନା ପାଇଁ ଆପୋଲୋ ହସ୍ପିଟାଲ ସହ ଚୁକ୍ତି କରିଛି ।

Last Updated : Jun 1, 2021, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.