ETV Bharat / business

କୋଭିଡ-19 ଟୀକା ପରିବହନ: ଓମ୍ ଲଜିଷ୍ଟିକ୍ସ ସହ ସ୍ପାଇସଜେଟର ବୁଝାମଣା

author img

By

Published : Dec 10, 2020, 10:31 PM IST

କୋଭିଡ-19 ଟୀକା ପରିବହନ ପାଇଁ ତୟାର ସ୍ପାଇସଜେଟ । କ୍ଷମତାକୁ ମଜବୁତ ପାଇଁ ଓମ୍ ଲଜିଷ୍ଟିକ୍ସ ସହ ମିଳାଇଲା ହାତ । ଅଧିକ ପଢନ୍ତୁ..

କୋଭିଡ-19 ଟୀକା ପରିବହନ:  ଓମ୍ ଲଜିଷ୍ଟିକ୍ସ ସହ ସ୍ପାଇସଜେଟ ବୁଝାମଣା

ମୁମ୍ବାଇ: ଘରୋଇ କ୍ଷେତ୍ରର ବିମାନ କମ୍ପାନୀ ସ୍ପାଇସଜେଟ କୋଭିଡ-19 ଟିକା ପରିବହନ ପାଇଁ ଓମ ଲଜିଷ୍ଟିକ୍ସ ସହ ବୁଝାମଣା କରିଛି । ଏ ନେଇ ଗୁରୁବାର ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ।

କମ୍ପାନୀ କହିଛି ଯେ, କେବଳ କୋଭିଡ-19 ଟିକାକୁ ଦ୍ରୁତ ଓ ସହଜ ଯୋଗାଣକୁ ସୁନିଶ୍ଚିତ କରିବା ଏହି ରଣନୀତିକ ବୁଝାମଣା ଲକ୍ଷ୍ୟ । ଏଥିସହ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶୀତ ଭଣ୍ଡାରଗୃହର ଶୃଙ୍ଖଳା ମଧ୍ୟ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ।

ନିକଟରେ ସ୍ପାଇସଜେଟ କହିଛି କି, ଏହାର ମାଲପରିବହନ ସେବା ସ୍ପାଇସ ଏକ୍ସପ୍ରେସ ଶୂନ୍ୟରୁ 40 ଡିଗ୍ରୀ ସେଲସିୟସ ତଳୁ ଆରମ୍ଭ କରି 25 ଡିଗ୍ରୀ ସେଲସିୟସର ନିୟନ୍ତ୍ରିତ ତାପମାତ୍ରାରେ ଟିକା ଏବଂ ଔଷଧର ଗତିବିଧି ପାଇଁ ପ୍ରତିବଦ୍ଧ ରହିବ ।

ବିବୃତ୍ତିରେ କୁହାଯାଇଛି କି, ଓମ ଲଜିଷ୍ଟିକ୍ସର ବୈଶ୍ବିକ ଉପସ୍ଥିତି ଅଛନ୍ତି । ସମଗ୍ର ବିଶ୍ବରେ 1200ରୁ ଅଧିକ କାର୍ଯ୍ୟାଳୟ ଅଛି । ଆଉ ଭାରତରେ ଏହା 19000ରୁ ଅଧିକ ପିନକୋଡରେ ଏହା ସେବା ପ୍ରଦାନ କରୁଛି । ଏଣୁ ଏହି ବୁଝାମଣା ସ୍ପାଇସଜେଟ କ୍ଷମତାକୁ ମଜବୁତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.