ETV Bharat / business

ଏୟାରୱେଜରେ ଅଲୋଡା, କୋଳେଇ ନେଲା ସ୍ପାଇସ

ସ୍ପାଇସ ଜେଟ 100 ପାଇଲଟଙ୍କ ସମେତ 500 କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଆଗକୁ ମଧ୍ୟ ଆହୁରି କର୍ମଚାରୀଙ୍କୁ ଚାକିରୀ ଦେବା ନେଇ ନୂଆ ଆଶା ଦେଖାଇଛି ସ୍ପାଇସ ଜେଟ ।

author img

By

Published : Apr 20, 2019, 8:33 PM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଚାକିରୀ ହରାଇ ରାସ୍ତାକୁ ଓହ୍ଲାଇଥିବା ଜେଟର ହଜାର ହଜାର କର୍ମଚାରୀଙ୍କୁ ସାହାଯ୍ୟର ହାତ ବଢାଇଲା ସ୍ପାଇସ ଜେଟ । ଏବେ ସୁଦ୍ଧା କମ୍ପାନୀ 100 ପାଇଲଟଙ୍କ ସମେତ 500 କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଆଗକୁ ମଧ୍ୟ ଆହୁରି କର୍ମଚାରୀଙ୍କୁ ଚାକିରୀ ଦେବା ନେଇ ନୂଆ ଆଶା ଦେଖାଇଛି ସ୍ପାଇସ ଜେଟ ।

ଶସ୍ତା ବିମାନ ସେବା ପ୍ରଦାନ କରୁଥିବା ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ ଆଗାମୀ ଦିନରେ ତାର ପରିସରକୁ ଆହୁରି ବୃଦ୍ଧି କରିବାକୁ ଯୋଜନା ରଖିଛି । ଗୁରୁଗ୍ରାମସ୍ଥିତ ଏହି ବିମାନ କମ୍ପାନୀ ପ୍ରଥମରୁ ଅଧିକା 27 ବିମାନକୁ ସାମିଲ କରିସାରିଛି । ଜେଟ ଏୟାରୱେଜର ଅନୁପସ୍ଥିତିକୁ ପୂରଣ କରିବାକୁ ସ୍ପାଇସ ଜେଟ ଏପରି ବ୍ୟବସ୍ଥା କରିଥିବା ନେଇ କହିଛି ।

ଜେଟ ଏୟାରୱେଜର କର୍ମଚାରୀଙ୍କୁ ପ୍ରଥମ ପ୍ରାଥମିକତା ଦିଆଯାଉଛି । ସେମାନଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ପ୍ରୟାସ କରୁଛି ବୋଲି ସ୍ପାଇସ ଜେଟ ଅଧ୍ୟକ୍ଷ ଅଜୟ ସିଂହ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ଜେଟର ଦୁର୍ଭାଗ୍ୟଜନକ ବନ୍ଦ ଯୋଗୁଁ ତାର କର୍ମଚାରୀଙ୍କ ପରିସ୍ଥିତି ଦୟନୀୟ ହୋଇପଡିଛି । ଏଣୁ ସେମାନଙ୍କୁ ଚାକିରୀ ଦେବାକୁ ଆମେ ପ୍ରଥମେ ଚେଷ୍ଟା କରୁଛୁ । ନିକଟରେ ସ୍ପାଇସ ଜେଟ 200ରୁ ଅଧିକ କ୍ୟାବିନ କ୍ରୁ ଓ ଟେକନିକ ବିମାନ ଆଡ୍ଡା କର୍ମଚାରୀ ଏବଂ 100ରୁ ଅଧିକ ପାଇଲଟଙ୍କୁ ଚାକିରୀ ଦିଆଯାଇଛି । ଏପ୍ରିଲ 26ରୁ ମେ 2 ମଧ୍ୟରେ ସ୍ପାଇସ ଅଧିକରୁ ଅଧିକ ବିମାନ ଉଡାଣ ଭରିବା ନେଇ ଘୋଷଣା କରିଛି । ଆଉ ଏସବୁରେ ସେ ଜେଟ ଏୟାରୱେଜ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛି ।

ହତାସ ଜେଟ କର୍ମଚାରୀଙ୍କୁ ସାହାଯ୍ୟର ହାତ ବଢାଇଥିବା ସ୍ପାଇସ ଜେଟ ଏବେ ଏକ ନୂଆ ଆଶା ଦେଖାଇଛି ।

slug-arrangements for dibyang voters excited
format-avbbb
report-sadasiba patra
place-Phulabani(Kandhamal)
date-18.4.2019
କନ୍ଧମାଳ ଜିଲାରେ ଆଜି ଭୋଟଗ୍ରହଣ । ସମସ୍ତ ବ୍ୟବସ୍ଥା କରିଛନ୍ତି ଜିଲା ନିର୍ବାଚନ କର୍ତ୍ତୃପକ୍ଷ  । ସମସ୍ତେ ଯେମିତି ଭୋଟ ସୁରୁଖୁରୁରେ ଦେଇପାରିବେ ସେଥିପାଇଁ ନୁଆ ବ୍ୟବସ୍ତା କରାଯାଇଛି  । ଚଳିତ ବର୍ଷ ସବୁ ବୁଥ୍ ମାନଙ୍କରେ ହୁଇଲ୍ ଚେୟାର ବ୍ୟବସ୍ତା ହୋଇଛି  । ଦିବ୍ୟାଙ୍ଗଙ୍କ ପାଇଁ ରାମ୍ଫ ପ୍ରଭୃତି କରାଯାଇଛି  । ସେମାନଙ୍କୁ ସହଯୋଗ କରିବା ପାଇଁ ଜିଲା ନିର୍ବାଚନ କର୍ତ୍ତୃପକ୍ଷ ସ୍ବେଚ୍ଚାସେବୀଙ୍କୁ ନିୟୋଜିତ କରିଛନ୍ତି  । ସବୁ ବୁଥରେ ଦୁଇ ଜଣ ଲେଖାଏଁ ସ୍ବେଚ୍ଛାସେବୀ ରହିବେ  । ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲି ବାଲାଟ୍ ବ୍ୟବସ୍ତା ହୋଇଛି  । ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଦୃଷ୍ଟିବାଧିତ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି  । ସମସ୍ତେ ଭୋଟ ଦେବାକୁ ଆସନ୍ତୁ ବୋଲି ଅନୁରୋଧ ମଧ୍ୟ କରିଛନ୍ତି  । କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏପରି ଦଶ ହଜାରରୁ ଅଧିକ ନାନା ପ୍ରକାର ଭିନ୍ନକ୍ଷମ ଭୋଟର ଅଛନ୍ତି  ।
ବାଇଟ୍(1)ମୀନାକ୍ଷୀ ପାଳ,ଦୃଷ୍ଟିବାଧିତ ପ୍ରଥମ ଥର ଭୋଟ ଦେଉଥିବା ଭୋଟର
        (2) ବାବୁ ରାଓ,ଦିବ୍ୟାଙ୍ଗ ଭୋଟର
        (3) ନିତ୍ୟାନନ୍ଦ ମହାନ୍ତି,ପ୍ରିଜାଇଡିଙ୍ଗ ଅଧିକାରୀ,କେନ୍ଦୁପଦର ବୁଥ୍ ,ଫୁଲବାଣୀ
.....
ଫିଡ୍ ଏଫଟିପିରେ ଯାଇଛି  ।     

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.