ETV Bharat / business

କେନ୍ଦ୍ରର ଜିଏସଟି କ୍ଷତିପୂରଣ ବିକଳ୍ପକୁ ରାଜ୍ୟର ବିରୋଧ

author img

By

Published : Sep 16, 2020, 12:36 PM IST

ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ର ସରକାର ଗତ ମାସ ଶେଷରେ ରାଜ୍ୟକୁ 2ଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଉଛି କେନ୍ଦ୍ର ବ୍ୟାଙ୍କର ବିଶେଷ ୱିଣ୍ଡୋ ସୁବିଧାକୁ 97,000 କୋଟି ଟଙ୍କା ଋଣ ନିଅନ୍ତୁ, ଅଥବା ବଜାରରୁ 2.35 ଲକ୍ଷ କୋଟି ଟଙ୍କା ଋଣ ଯୋଗାଡ କରନ୍ତୁ । ଅଧିକ ପଢନ୍ତୁ..

Some states against borrowing options to meet GST shortfall: MoS Finance

ନୂଆଦିଲ୍ଲୀ: ଜିଏସଟି କ୍ଷତିପୂରଣ ଭରଣା ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥମୁନି ବିବାଦ । କିଛି ରାଜ୍ୟ ଜିଏସଟି ରାଜସ୍ବ ହ୍ରାସକୁ ପୁରା କରିବା ପାଇଁ କେନ୍ଦ୍ରର ପ୍ରସ୍ତାବିତ ଋଣ ଯୋଜନାକୁ ବିରୋଧ କରିଛନ୍ତି । ତେବେ କେନ୍ଦ୍ର କିନ୍ତୁ ରାଜ୍ୟକୁ ଗୋଟିଏ ବିକଳ୍ପ ଚୟନ ନେଇ ଅପିଲ କରିଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ ସୂଚନା ଦେଇଛନ୍ତି ।

ତେବେ ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ର ସରକାର ଗତ ମାସ ଶେଷରେ ରାଜ୍ୟକୁ 2ଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଉଛି କେନ୍ଦ୍ର ବ୍ୟାଙ୍କର ବିଶେଷ ୱିଣ୍ଡୋ ସୁବିଧାକୁ 97,000 କୋଟି ଟଙ୍କା ଋଣ ନିଅନ୍ତୁ, ଅର୍ଥବା ବଜାରରୁ 2.35 ଲକ୍ଷ କୋଟି ଟଙ୍କା ଋଣ ଯୋଗାଡ କରନ୍ତୁ ।

ଏ ନେଇ ଟାକୁର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ୍ତ ଉତ୍ତରରେ କହିଛନ୍ତି କି,‘ କିଛି ରାଜ୍ଯ ପ୍ରସ୍ତାବିତ ଉଭୟ ବିକଳ୍ପ ନେଇ ଆପତ୍ତି ପ୍ରକାଶ କରିଛନ୍ତି । ସେମାନଙ୍କୁ 2ଟି ମଧ୍ୟରୁ ଗୋଟିଏ ବିକଳ୍ପ ଚୟନ ପାଇଁ ଅନୁରୋଧ କରାଯାଉଛି । ଅନ୍ଯ ଏକ ପ୍ରଶ୍ନର ଉତ୍ତରେ ଠାକୁର ଦର୍ଶାଇଛନ୍ତି କି 31 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦ୍ରବ୍ୟ ଓ ସେବା କର( ଜିଏସଟି)ର ବକେୟା କ୍ଷତିପୂରଣ ଏପ୍ରିଲ-ଜୁଲାଇ ଅବଧିରେ 1,51,365 କୋଟି ଟଙ୍କା ଥିଲା ।

ବର୍ତ୍ତମାନ ଆର୍ଥିକ ବର୍ଷ 2020-21ରେ ସଂଗୃହିତ ଜିଏସଟି କ୍ଷତିପୂରଣ ସେସ ଏପ୍ରିଲ୍-ଜୁଲାଇ, 2020 ଅବଧି ପାଇଁ ଗ୍ରହଣୀୟ GST କ୍ଷତିପୂରଣ ଜାରି କରିବାକୁ ଯଥେଷ୍ଟ ନୁହେଁ ।

ଅଣ-ବିଜେପି ଶାସିତ 6ଟି ରାଜ୍ୟ / ୟୁଟି , ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ତେଲେଙ୍ଗାନା, ଛତିଶଗଡ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ଚିଠି ଲେଖି ଜିଏସଟି କ୍ଷତିପୂଣ ପାଇଁ ଋଣ ବିକଳ୍ପକୁ ବିରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.