ETV Bharat / business

ଲକଡାଉନ ପରେ ମହଙ୍ଗା ସ୍ମାର୍ଟଫୋନ, ଚାହିଦା ତୁଳନାରେ ନାହିଁ ଯୋଗାଣ - smartphone demand very high

ଲକଡାଉନରେ ପରେ ଶ୍ରମିକ ଅଭାବ ଯୋଗୁଁ ସମ୍ପୁର୍ଣ୍ଣ ରୂପେ ଆରମ୍ଭ ହୋଇପାରୁନାହିଁ ମୋବାଇଲ ଉତ୍ପାଦନ । ଏଥିଯୋଗୁଁ ଗ୍ରାହକଙ୍କ ଚାହିଦା ତୁଳନାରେ କମ୍ପାନୀ ଯୋଗାଣ କରିପାରୁନାହାନ୍ତି । ଏପଟେ ଆମଦାନୀ ଉପରେ ଅଧିକ ଖର୍ଚ୍ଚ ହେଉଥିବାରୁ ମୋବାଇଲ ମହଙ୍ଗା ହେଉଛି । ଅଧିକ ପଢନ୍ତୁ..

smartphones costlier
ଲକଡାଉନ ପରେ ମହଙ୍ଗା ସ୍ମାର୍ଟଫୋନ
author img

By

Published : Jun 13, 2020, 9:40 PM IST

ନୂଆଦିଲ୍ଲୀ: ଲକଡାଉନର ପ୍ରାୟ 2 ମାସ ପରେ ସାମାଜିକ ଦୂରତ୍ବ ସହ ଆର୍ଥିକ ଗତିବିଧି ଆରମ୍ଭକୁ ପ୍ରୋତ୍ସାହନ ମିଳିଛି । ଏହା ପରେ ବି ଉତ୍ପାଦନ ସେକ୍ଟରରେ କାମ ଠିକରେ ହେଇପାରୁନାହିଁ । ଏଥିଯୋଗୁଁ ଅନେକ ପ୍ରଡକ୍ଟ ରହିଛି, ଯେଉଁଥିରେ ଚାହିଦା ବହୁତ ରହିଥିଲେ ସୁଦ୍ଧା କମ୍ପାନୀ ଯୋଗାଣରେ ପଛୁଆ ରହିଯାଇଛି ।

ବଜାରରେ ଏବେ ପ୍ରବଳ ମାତ୍ରାରେ ସ୍ମାର୍ଟଫୋନ ଚାହିଦା ରହିଛି । କମ ଓ ମିଡିୟମ ବଜେଟ ସ୍ମାର୍ଟଫୋନ ଚାହିଦା ଏତେ ଅଧିକ ରହିଛି କି କ୍ରେତାଙ୍କୁ ନିରାଶ ହେବାକୁ ପଡୁଛି । ସ୍ମାର୍ଟଫୋନ ବଜାରରେ ସାଓମି ଓ ଓପୋର ମାର୍କେଟ ସେୟାର ବହୁତ ଅଧିକ ରହିଛି । ଏହି କମ୍ପାନୀଗୁଡିକ ବଜେଟ ଭିତରେ ଅଧିକ ସ୍ମାର୍ଟଫୋନ ବିକ୍ରି କରନ୍ତି ।

ଭାରତରେ ଉତ୍ପାଦନ ୟୁନିଟ ମେ ମାସରେ ଖୋଲିବାକୁ ଅନୁମତି ମିଳିଥିଲା, କିନ୍ତୁ ଏକ ମାସ ବି ଏ ପର୍ଯ୍ୟନ୍ତ ଠିକରେ କାମ ଆରମ୍ଭ ହେଇନାହିଁ । ଶ୍ରମିକ ଅଭାବ ଯୋଗୁଁ କାମ ଆରମ୍ଭ ହେଉନଥିବା କମ୍ପାନୀ କହିଛି । ଅନଲକରେ ପ୍ରତି ସେକ୍ଟରରେ ସମାନ ସ୍ଥିତି । ଶ୍ରମିକ ଅଭାବ ନେଇ ସବୁ ଅଭିଯୋଗ ଆଣୁଛନ୍ତି । ଏଭଳି ସ୍ଥିତି ସ୍ମାର୍ଟଫୋନ ଆମଦାନୀ କରିବାକୁ ପଡୁଛି ।

ପ୍ରକାଶ ଯେ, ସରକାର ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ବଳ ଦେବା ପାଇଁ ସ୍ମାର୍ଟଫୋନ ଆମଦାନୀ ଉପରେ 10 ପ୍ରତିଶତ କଷ୍ଟମ ଡ୍ୟୁଟି ଲଗାଇଥିଲେ । ଏହା ଫେବୃଆରୀରୁ ଲାଗୁ ହୋଇଛି । ଏହା ପରେ ମୋବାଇ କମ୍ପାନୀ ଦ୍ବାରା ଭାରତରେ ଉତ୍ପାଦନ ପାଇଁ ପ୍ରଚେଷ୍ଚା ବଢିଛି ।

ଏପେଟ 2020 ଏପ୍ରିଲ ପହିଲାରୁ ସରକାର ସ୍ମାର୍ଟଫୋନ ଉପରେ ଜିଏସଟି 12 ପ୍ରତିଶତରୁ ବଢାଇ 18 ପ୍ରତିଶତ କରିଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.