ETV Bharat / business

ବିଜନେସ 2019: ମାନ୍ଦାବସ୍ଥାରୁ ବହୁଦୂରରେ ସ୍ମାର୍ଟଫୋନ

author img

By

Published : Dec 31, 2019, 2:04 PM IST

ମାନ୍ଦାବସ୍ଥାରୁ ସ୍ମାର୍ଟ ଉପାୟରେ ଦୂରେଇରହିଲା ସ୍ମାର୍ଟଫୋନ । ଏହି ଅତି ଆବଶ୍ୟକ ଯନ୍ତ୍ର ଉପରେ ପଡିନି ଧୀମା ଅର୍ଥବ୍ୟବସ୍ଥାର ପ୍ରଭାବ । 2019 ଭଳି ଆଗକୁ ମଧ୍ୟ ଏହାର ବିକ୍ରି ଓ ଉତ୍ପାଦନ ବଢିବା ଆଶା ରଖିଛନ୍ତି ବିଶେଷଜ୍ଞ ।

smartphone sales buck slowdown on strong urban rural demand
ବିଜନେସ 2019: ମାନ୍ଦାବସ୍ଥାରୁ ବହୁଦୂରରେ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଧୀମା ଅର୍ଥବ୍ୟବସ୍ଥା ଭିତରେ ହ୍ରାସ ପାଇଛି ଚାହିଦା । ହେଲେ ଫୋନ ଠାରୁ କାର ଓ ବିସ୍କୁଟ ବଜାରରେ ଭଲ ପ୍ରମାଣିତ ହୋଇଛି । ନୂଆ ନୂଆ ପ୍ରଡକ୍ଟର ଫିଚର ସହ ହୋଇଥିବା ଉତ୍ପାଦନ ସହ ସହରୀ ଓ ଗ୍ରାମୀଣ ବଜାରରେ 2019 ସମୟରେ ସ୍ମାର୍ଟଫୋନ ଚାହିଦା ଅଧିକ ରହିଛି ।

ଅନୁମାନ ରହିଛି ଯେ, 2019ରେ ଏ ବଜାରରେ ଅଭିବୃଦ୍ଧି 9 ପ୍ରତିଶତ ପାଖାପାଖି ରହିଛି । ଏଥିସହ ଆସନ୍ତା ବର୍ଷ ଏହା 12ରୁ 14 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନୂଆବର୍ଷରେ ମଧ୍ୟ ସ୍ମାର୍ଟଫୋନ ହ୍ୟାଣ୍ଡସେଟ ବଜାରରେ ଏଭଳି ବୃଦ୍ଧି ଜାରି ରହିବ ।

ଆଜି ସ୍ମାର୍ଟଫୋନ କେବଳ ବିଶ୍ବକୁ ନିକଟତର କରୁନାହିଁ , ବରଂ ବ୍ୟାଙ୍କ ନେଣଦେଣ , ସାମାଜିକ ସୂଚନା ସମ୍ପର୍କ, ପ୍ରମାଣ, ଘରୋଇ କ୍ରୟରୁ ଆରମ୍ଭ କରି ରାସ୍ତା ଜାଣିବା (ମ୍ୟାପ) ପର୍ଯ୍ୟନ୍ତ ଜରୁରୀ ପାଲଟିଛି । ସେପେଟ ସରକାର ମଧ୍ୟ ଆପଲ ଓ ଅନ୍ତର୍ଜାତୀୟ ଖ୍ୟାତି ଥିବା ଅନ୍ୟ ବ୍ରାଣ୍ଡକୁ ଭାରତରେ ହ୍ୟାଣ୍ଡସେଟ ତିଆରି କରିବାକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ନିର୍ଦ୍ଦେଶ ଦେଉଛନ୍ତି ।

ସରକାର ଚାହାନ୍ତି ଯେ, ଏହି ସବୁ କମ୍ପାନୀ ଭାରତରେ ନିଜର ମ୍ୟାନୁଫ୍ୟାକ୍ଚରିଙ୍ଗ ଓ ରପ୍ତାନୀ କାରବାରକୁ ନୂଆ କେନ୍ଦ୍ର ରୂପେ ବିକସିତ କରନ୍ତୁ । ଫଳରେ ଭାରତରେ ସ୍ମାର୍ଟଫୋନ ବଜାର ମଜବୁତ ହେବ ନେଇ ଆଶା ରହିଛି ।

2020ରେ ଭାରତରେ ସ୍ମାର୍ଟଫୋନ ବିକ୍ରି 10 ପ୍ରତିଶତ ପାଖାପାଖି ପର୍ଯ୍ୟନ୍ତ ରହିବ । ତେବେ 2019ରେ ଏହାର ବିକ୍ରି 9 ପ୍ରତିଶତ ପର୍ଯ୍ୟନ୍ତ ବଢିଛି ଆଗକୁ ଏହା 12ରୁ 14 ପ୍ରତିଶତ ବଢିପାରେ ବୋଲି ବଜାର ବିଶେଷଜ୍ଞ କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଆସୋସିଏଟ ନିର୍ଦ୍ଦେଶକ ତରୁଣ ପାଠକ ଅନୁମାନ କରିଛନ୍ତି ।

ସେ କହିଛନ୍ତି ଯେ, 2020 ସୁଦ୍ଧା ଭାରତରେ 70 କୋଟି ଲୋକଙ୍କ ପାଖରେ ସ୍ମାର୍ଟଫୋନ ରହିବ । ସେହିପରି ଆସନ୍ତା 4 ବର୍ଷରେ ଏପରି ହ୍ୟାଣ୍ଡସେଟର ବାର୍ଷିକ ବିକ୍ରି 1 ଅରବ ପର୍ଯ୍ୟନ୍ତ ରହିପାରେ । ଏକ ଗଣନା ଅନୁଯାୟୀ 2019ର ପ୍ରଥମ ତ୍ରୈୟମାସରେ 11.5 କୋଟି ସ୍ମାର୍ଟଫୋନ ବିକ୍ରି ହୋଇଛି ।

ବଜାରରେ ସିଆମି, ସାମସଙ୍ଗ, ଭିଭୋ, ଓପୋ ଓ ରିୟଲମି ଭଳି ବ୍ରାଣ୍ଡ ଛାଇରହିଛି । ବଜାରରେ 5000ରୁ 10,000 ଟଙ୍କା ବଦଳରେ 10,000-15000 ଟଙ୍କା ମଧ୍ୟରେ ଥିବା ଯନ୍ତ୍ର ପ୍ରତି ଅଧିକ ଆକର୍ଷଣ ରହିଛି । ଇଣ୍ଟରନ୍ୟାସନାଲ ଡାଟା କର୍ପୋରେସନ ଅନୁସାରେ ଭାରତରେ 80 ପ୍ରତିଶତ ଲୋକ 200 ଡଲର ଅର୍ଥାତ 15,000 ଟଙ୍କା ତଳକୁ ଅଧିକ ଫୋନ କିଣୁଛନ୍ତି । କିନ୍ତୁ 21-22 ହଜାରରୁ 35 ହଜାର ଟଙ୍କାରେ ମଧ୍ୟ ଭଲ ହ୍ୟାଣ୍ଡସେଟ ବିକ୍ରି ହେଉଛି ।

ତେବେ ଭାରତରେ ଏହି ସବୁ କମ୍ପାନୀର ନିବେଶ ବଢାଇବା ପାଇଁ ସରକାର କର୍ପୋରେଟ ଟିକସ ହ୍ରାସ କରିବା ସହ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି । ଏହା ଦ୍ବାରା ଅନ୍ତର୍ଜାତୀୟ କମ୍ପାନୀ ପ୍ରୋତ୍ସାହିତ ହେଉଛନ୍ତି ।ଏଭଳି ଭାବେ ଆଇଫୋନ ଏକ୍ସଆର ଭାରତରେ ନିର୍ମାଣ ଆରମ୍ଭ କରିଥିବା ବେଳେ Salcomp ମଧ୍ୟ ଦେଶରେ 2000 କୋଟି ଟଙ୍କାର ନିବେଶ ପାଇଁ ଘୋଷଣା କରିଛି ।

Salcomp ଆଇଫୋନ ପାଇଁ ଚାର୍ଜନ ମ୍ୟାନୁଫେକ୍ଚରିଙ୍ଗ କରୁଛି । ଏହାର ନୋଏଡା ୟୁନିଟ 2020 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବା ଆଶା ରହିଛି । ଆଉ ସେଠାରେ 10000 ଲୋକଙ୍କୁ ନିଯୁକ୍ତି ମିଳିପାରେ । ବଜାର ବିଶେଷଜ୍ଞଙ୍କ ମାନିବା ଅନୁଯାୟୀ 5 ଜି ନେଟୱର୍କ ସେବା ଆରମ୍ଭ ହେବା ପରେ ଓ ଅଧିକ ଉନ୍ନତ ସ୍ମାର୍ଟଫୋନ ଚାହିଦା ବଢିବ ।

ଟେକ ଏଆରସିରକ ସଂସ୍ଥାପକ କହିଛନ୍ତି ଯେ ଭାରତରେ 5 ଜି ଫୋନ ସଂଖ୍ୟା ବଢିପାରେ ।ହେଲେ ଭାରତରେ ଗ୍ରାହକଙ୍କୁ 10-15 ହଜାର ଟଙ୍କାରେ 5 ଜି ସ୍ମାର୍ଟଫୋନ ଯୋଗାଇବାକୁ 7ରୁ 8 ତ୍ରୈୟମାସ(24 ମାସ) ଲାଗିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.