ETV Bharat / business

ବଦଳିବ ଶ୍ରମ ଆଇନ, ଜାଣନ୍ତୁ କଣ ମିଳିବ ଫାଇଦା

author img

By

Published : May 14, 2020, 10:19 PM IST

ଶ୍ରମିକଙ୍କୁ ରୋଜଗାର ଯୋଗାଇବା ଆମର ପ୍ରାଥମିକତା । ଏଥିପାଇଁ ଶ୍ରମ ଆଇନରେ ପରିବର୍ତ୍ତନ ସହ ବଦଳିବ ନିୟମ । ଏ ନେଇ ଅର୍ଥମନ୍ତ୍ରୀ ଆର୍ଥିକ ପ୍ୟାକେଜ ଘୋଷଣା ବେଳେ ଜଣାଇଛନ୍ତି ।

sitharaman announces govt work on change the labour law
ବଦଳିବ ଶ୍ରମ ଆଇନ , ଜାଣନ୍ତୁ କଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ କାମଧନ୍ଧା ଅଭାବରୁ ସଙ୍କଟରେ ପ୍ରବାସୀ ଶ୍ରମିକ । ଜୀବିକା ହରାଇ ଘର ବାହୁଡୁଛନ୍ତି ଶ୍ରମିକ । ସେମାନଙ୍କ ସୁରକ୍ଷା ପ୍ରତିପୋଷଣକୁ ନଜରେର ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ ଘୋଷଣା ବେଳେ ଶ୍ରମ ଆଇନ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି ।

ସହରରୁ ଫେରୁଥିବା ଶ୍ରମିକଙ୍କୁ ନିଜ ଗାଁରେ ମନରେଗା ଅଧିନରେ କାମ ଦିଆଯିବ । ଗତ 2 ମାସରେ ମନରେଗା ଜରିଆରେ ଅଧିକ ସଂଖ୍ୟାରେ ଶ୍ରମିକଙ୍କ ରେଜିଷ୍ଟ୍ରେସନ କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଶ୍ରମିକଙ୍କ ପାଇଁ ଚିନ୍ତିତ, ଏଥିପାଇଁ ସେମାନଙ୍କ ପାଇଁ ଲଗାତାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାର ଲାଭ ଶ୍ରମିକଙ୍କୁ ମିଳୁଛି । ହେଲେ ସରକାର ସ୍ଥାୟୀ ସମାଧାନ ଖୋଜୁଛନ୍ତି । ଯେପରି ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ।

ତେବେ ଶ୍ରମ ଆଇନରେ ସୁଧାର କାମ ସଂସଦରେ ଚାଲିଛି । କାରଣ ନିର୍ଦ୍ଧାରିତ ସର୍ବନିମ୍ନ ଶ୍ରମ ଲାଭ ପ୍ରାୟ 40 ପ୍ରତିଶତ ଶ୍ରମିକଙ୍କୁ ମିଳୁଛି । ଆଇନରେ ପରିବର୍ତ୍ତନ ଦ୍ବାରା ରୋଜଗାର ସୁଯୋଗ ସୃଷ୍ଟି ହେବ । ଏଥିସହ ଶ୍ରମିକଙ୍କ ଆର୍ଥିକ ଶୋଷଣ ମଧ୍ୟ ବନ୍ଦ ହେବ ।

ସମସ୍ତ ଦିଗକୁ ବିଚାର କରି ଆଇନରେ ପରିବର୍ତ୍ତନ କରାଯିବ । ପରେ ଆପୋଷ ସହମତିରେ ଏ ନେଇ ଘୋଷଣା କରାଯିବ । ସେ କହିଛନ୍ତି ଯେ, ବର୍ତ୍ତମାନ ଶ୍ରମ ଆଇନରେ କୌଣସି ସଙ୍ଗଠନରେ 10ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଶ୍ରମିକଙ୍କୁ ESI ଲାଭ ମିଳୁନି । ହେଲେ ଆଇନରେ ପରିବର୍ତ୍ତନ ପରେ ଏହି ଲାଭ ମିଳିବ । ସେହିପରି ଶ୍ରମିକଙ୍କ ସ୍ବାସ୍ଥ୍ୟ ପାଇଁ ସରକାର ଚିନ୍ତିତ । ଏଣୁ ସବୁ ଶ୍ରମିକଙ୍କ ବାର୍ଷିକ ସ୍ବାସ୍ଥ୍ୟ ଚେକଅପ ବାଧ୍ୟତାମୂଳକ ହେବ ।

ପ୍ଲାର୍ଟଫର୍ମ ଓ ଦିନ ମଜୁରିଆଙ୍କୁ ସାମାଜିକ ସୁରକ୍ଷା ସ୍କିମର ଲାଭ ମିଳିବ । ଆଉ ଯେଉଁଠି ବିପଦରେ ଶ୍ରମିକ କାମ କରୁଛନ୍ତି ସେଠାରେ ଇଏସଆଇସି ବାଧ୍ୟତାମୂଳକ ହେବ । ସାମାଜିକ ସୁରକ୍ଷା ସ୍କିମ ମଧ୍ୟ ପ୍ରତି ସ୍ଥାନରେ ଲାଗୁ ହେବ ।

ରାତିରେ କାମ କରିବା ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ମଧ୍ୟ କାମ ଚାଲିଛି । ଏଥିସହ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ସଂସଦରେ ଏ ନେଇ କାର୍ଯ୍ୟ ଜାରି ରହିଛି ।

ସମସ୍ତ କର୍ମଚାରୀଙ୍କୁ ନିଯୁ୍ତି ପତ୍ର ମିଳିବ । ଫଳରେ ସଙ୍ଗଠିତ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ । ସର୍ବନିମ୍ନ ବେତନ ନିୟମ ସରଳ ହେବ । ଏଥିସହ ସମସ୍ତ ଶ୍ରମିକଙ୍କୁ ନିର୍ଦ୍ଦିଷ୍ଚ ସମୟରେ ପେମେଣ୍ଟ ମିଳିବ । ଏଥିରେ ଅଣସଙ୍ଗଠିତ କ୍ଷେତ୍ର ମଧ୍ୟ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.