ନୂଆଦିଲ୍ଲୀ: ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ 9ଟି ରାଜ୍ୟରେ ହେଉଛି ଭୋଟ ଗ୍ରହଣ । ଏପଟେ ସପ୍ତାହର ପ୍ରଥମ ଦିନରୁ ବନ୍ଦ ରହିଛି କାରବାରର ଆଖଡାଶାଳ । ଉଭୟ ସେୟାର ଓ କମୋଡିଟି ବଜାରରେ ତାଲା ଝୁଲିଛି ।
ଚଳିତ ସପ୍ତାହରେ ମାତ୍ର 3ଦିନ ଖୋଲା ରହିବ ବଜାର । ସୋମବାର ନିର୍ବାଚନ, ବୁଧବାର ମହାରାଷ୍ଟ୍ର ଦିବସ ଯୋଗୁଁ କାରବାର ବନ୍ଦ । ଆଉ ଶନିବାର ଓ ରବିବାର ସର୍ବଦା ବନ୍ଦ ହିଁ ରହିଥାଏ ।
ତେବେ 3ଦିନର କାରବାରରେ ଅଶୋଧିତ ତୈଳ ଓ ଟଙ୍କାର ବିନିମୟ ମୁଲ୍ୟରେ ବୃଦ୍ଧି ଓ ହ୍ରାସ ସହିତ କମ୍ପାନୀର ତ୍ରୟମାସିକ ପରିମାଣ ଜଣାପଡିବ । ବିଶେଷ କରି ନିବେଶକଙ୍କ ଫୋକସରେ ତେଲ ରହିବ । କାରଣ ଇରାନରୁ ତେଲ କିଣା ବନ୍ଦ ପରେ ଦର କ୍ରମଶଃ ବଢିବା ନେଇ ଆଶଙ୍କା ରହିଛି ।