ନୂଆଦିଲ୍ଲୀ: ବଢିଛି ସେରମ ଇନଷ୍ଟିଚ୍ୟୁଟର କୋଭିଡ ଟିକା କୋଭିସିଲ୍କ ଦାମ । ପୂର୍ବ ତୁଳନା ଏବେ ଦେଢ ଗୁଣା ଦାମ ବୃଦ୍ଧି କରିଛି କମ୍ପାନୀ । ତେବେ କାହିଁକି ବଢିଲା ଟିକା ଦାମ ? ଏ ନେଇ ସ୍ପଷ୍ଟୀକରଣ ଦେଇଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ।
ଦେଶରେ କୋଭିଡ-19 ପାଇଁ ସବୁଠୁ ଅଧିକ କୋଭିସିଲ୍ଡ ଟିକାର ବ୍ୟବହାର ହେଉଛି । ହେଲେ ପୂର୍ବରୁ ଶସ୍ତା ଥିବା ଟିକା ଦାମ ବର୍ତ୍ତମାନ ବୃଦ୍ଧି ନେଇ କମ୍ପାନୀ କହିଛି କି ପ୍ରାରମ୍ଭିକ ଦାମ ଆଡଭାନ୍ସ ପାଣ୍ଠି ଉପରେ ଆଧାରିତ ଥିଲା । ହେଲେ ଏବେ ଟିକା ଉତ୍ପାଦନ କ୍ଷମତା ବଢାଇବା ପାଇଁ ଓ ଅଧିକ ନିବେଶ କରିବା ଜରୁରୀ ରହିଛି ।
ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ଏହି ସପ୍ତାର ଆରମ୍ଭରେ ଭ୍ୟାକ୍ସିନ ଦାମ ନିର୍ଦ୍ଧାରିତ କରିଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ନୂଆ ଚୁକ୍ତି ଲାଗି ଟିକା ଡୋଜ 400 ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ଡୋଜ ପ୍ରତି 600 ଟଙ୍କା ନିଦ୍ଧାରିତ କରିଛି ।
ଏସଆଇଆଇ ଆଷ୍ଟ୍ରାଜେନେକାର ଟିକା କୋଭିସିଲ୍ଡ ଉତ୍ପାଦନ କରେ । ଏହା ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ପ୍ରତି ଡୋଜ ପ୍ରତି 150 ଟଙ୍କା ମୂଲ୍ୟରେ ଟିକା ଯୋଗାଉଛି। ଏସଆଇଆଇ କହିଛି, ‘ଭାରତ ଟିକା ମୂଲ୍ୟ ଏବଂ ବୈଶ୍ବିକ ମୂଲ୍ୟ ମଧ୍ୟରେ ଏକ ଭୁଲ ତୁଳନା କରାଯାଇଛି । କୋଭିସିଲ୍ଡ ଆଜି ବଜାରରେ ଉପଲବ୍ଧ ସବୁଠାରୁ ଶସ୍ତା ଟିକା । ଟିକାର ପ୍ରାରମ୍ଭିକ ମୂଲ୍ୟ ‘ ବିଶ୍ବବ୍ୟାପୀ କମ ଥିଲା, କାରଣ ଏହା ଟିକା ଉତ୍ପାଦନର ବିପଦକୁ ସାମିଲ କରିଥିବା ଦେଶଗୁଡିକର ଅଗ୍ରୀମ ଅର୍ଥ ଉପରେ ଆଧାରିତ।
କମ୍ପାନୀ ବିବୃତ୍ତିରେ କହିଛି କି , ‘‘ ଭାରତ ସମେତ ସମସ୍ତ ସରକାରୀ ଟିକାକରଣ କାର୍ଯ୍ୟକ୍ରମ ପାଇଁ କୋଭିସିଲ୍ଡର ଦାମ ପ୍ରଥମେ ସବୁଠୁ କମ ଥିଲା । ତେବେ ବର୍ତ୍ତମାନର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ, ଭୂତାଣୁ କ୍ରମାଗତ ରୂପ ବଦଳୁଥିବା ବେଳେ ଜନସାଧାରଣ ବିପଦରେ ଅଛନ୍ତି । ଅନିଶ୍ଚିତତାକୁ ଚିହ୍ନଟ କରି ଆମକୁ ସ୍ଥିରତା ନିଶ୍ଚିତ କରିବାକୁ ପଡିବ, କାରଣ ମହାମାରୀର ମୁକାବିଲା ପାଇଁ ଏବଂ ଲୋକଙ୍କ ଜୀବନ ରକ୍ଷା କରିବାକୁ ଆମକୁ କ୍ଷମତା ବିସ୍ତାରରେ ନିବେଶ କରିବାକୁ ପଡିବ ।