ETV Bharat / business

ସେପ୍ଟେମ୍ବରରେ ପାସେଞ୍ଜର ଯାନ ବିକ୍ରି 26 ପ୍ରତିଶତ ବୃଦ୍ଧି

author img

By

Published : Oct 16, 2020, 8:57 PM IST

ସେପ୍ଟେମ୍ବରରେ ପାସେଞ୍ଜର ଯାନର ହୋଲସେଲ ବିକ୍ରି ବାର୍ଷିକ ଆଧାରରେ 26.45 ପ୍ରତିଶତ ବୃଦ୍ଧି ହୋଇ 2,72,027 ୟୁନିଟରେ ପହଞ୍ଚିଛି । ଅଧିକ ପଢନ୍ତୁ..

ସେପ୍ଟେମ୍ବରରେ ପାସେଞ୍ଜର ଯାନ ବିକ୍ରି 26 ପ୍ରତିଶତ ବୃଦ୍ଧି
ସେପ୍ଟେମ୍ବରରେ ପାସେଞ୍ଜର ଯାନ ବିକ୍ରି 26 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଦେଶରେ ପାସେଞ୍ଜର ଯାନର ହୋଲସେଲ ବିକ୍ରି ବଢିଛି । ଏହି ମାସରେ ପାସେଞ୍ଜର ଯାନର ହୋଲସେଲ ବିକ୍ରି ବାର୍ଷିକ ଆଧାରରେ 26.45 ପ୍ରତିଶତ ବୃଦ୍ଧି ହୋଇ 2,72,027 ୟୁନିଟରେ ପହଞ୍ଚିଛି ।

2019 ସେପ୍ଟେମ୍ବର ମାସରେ 2,15,124 ପାସେଞ୍ଜର ଯାନର ବିକ୍ରି ହୋଇଥିଲା । ଗାଡି ନିର୍ମାଣକାରୀ କମ୍ପାନୀଙ୍କ ସଙ୍ଗଠନ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକ୍ଚର୍ସ (ସିଆମ)ର ସଦ୍ୟ ତଥ୍ୟ ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ଅବଧିରେ ଦୁଇ ଚକିଆ ଗାଡିର ବିକ୍ରି ପୂର୍ବ ବର୍ଷ ତୁଳନାରେ 11.64 ପ୍ରତିଶତ ବଢି 18,49,546 ୟୁନିଟରେ ପହଞ୍ଚିଥିଲା । ଯେତେବଳେ କି ଏହା ପୂର୍ବ ବର୍ଷ 16,56,658 ୟୁନିଟ ଥିଲା । ତେବେ ଚଳିତ ବର୍ଷ ସେପ୍ଟେମ୍ବରରେ 12,24,117 ମୋଟର ସାଇକେଲ ବିକ୍ରି ହୋଇଥିଲା । ଯାହାକି ପୂର୍ବ ବର୍ଷର 10,43,621 ୟୁନିଟ ତୁଳନାରେ 17.3 ପ୍ରତିଶତ ଅଧିକ ।

ସ୍କୁଟର ବିକ୍ରି ଗତ ବର୍ଷର 5,55,754 ୟୁନିଟ ତୁଳନାରେ ସାମାନ୍ୟ ବୃଦ୍ଧି ହୋଇ 5,56,205 ୟୁନିଟ ରହିଛି । 2020 ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ପାସେଞ୍ଜର ଯାନ ବିକ୍ରି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ 17.02 ପ୍ରତିଶତ ବଢି 7,26,232 ୟୁନିଟ ରହିଛି । ଗତ ବର୍ଷ ତୁଳନାରେ ଏହା 6,20,620 ୟୁନିଟ ରହିଥିଲା ।

ସେପ୍ଟେମ୍ବର ତ୍ରୟମାସ ଅବଧିରେ ଦୁଇଚକିଆ ଯାନ ବିକ୍ରି ଚଳିତ ଆର୍ଥିକ ବର୍ଷରେ 46,90,565 ୟୁନିଟ ରହିଛି । ଯାହାକି ଗତ ଆର୍ଥିକ ବର୍ଷର ସମାନ ଅବଧିରେ 46,82,571 ୟୁନିଟ ଥିଲା ।

ତେବେ ବାଣିଜ୍ୟିକ ଗାଡିର ବିକ୍ରିରେ ଏହି ସମୟରେ 20.13 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ବର୍ଷେ ତଳେ ସେପ୍ଟେମ୍ବର ତ୍ରୟମାସରେ 1,67,173 ବାଣିଜ୍ୟିକ ଗାଡି ବିକ୍ରି ହୋଇଥିଲା । ଯାହାକି ହ୍ରାସ ହୋଇ 1,33,524 ୟୁନିଟକୁ ଖସିଛି । ସମସ୍ତ ବର୍ଗର ଗାଡିର ମୋଟ ବିକ୍ରି ଦ୍ବିତୀୟ ତ୍ରୟମାସରେ ସାମାନ୍ୟ ହ୍ରାସ ହୋଇ 55,96,223 ୟୁନିଟରେ ପହଞ୍ଚିଛି । ଯେତେବେଳେ କି ପୂର୍ବ ବର୍ଷ 56,51,459 ଗାଡି ବିକ୍ରି ହୋଇଥିଲା ।

ସେହିପରି ସେପ୍ଟେମ୍ବର ମାସରେ ପାସେଞ୍ଜର ଯାନର ଖୁଚୁରା ବିକ୍ରି ବଢିଛି । ଏହି ମାସରେ ପାସେଞ୍ଜର ଯାନର ଖୁଚୁରା ବିକ୍ରି ବାର୍ଷିକ ଆଧାରରେ 9.81 ପ୍ରତିଶତ ବଢି 1,95,665 ୟୁନିଟରେ ପହଞ୍ଚିଛି । ଫେଡେରେଶନ ଅଫ ଅଟୋ​ମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ପକ୍ଷରୁ ସୂଚନା ଦିଆଯାଇଛି । ଫାଡା କହିଛି କି ଉପଭୋକ୍ତା ଏବେ ସାର୍ବଜନୀକ ପରିବହନ ବଦଳରେ ନିଜ ଗାଡିକୁ ପ୍ରାଥମିକତା ଦେଉଛନ୍ତି । ଉପଭୋକ୍ତାଙ୍କ ବ୍ୟବହାରରେ ଦେଖାଦେଉଥିବା ପରିବର୍ତ୍ତନ ହିଁ ପାସେଞ୍ଜର ଯାନ ବିକ୍ରି ବୃଦ୍ଧିର ମୁଖ୍ୟ କାରଣ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.