ନୂଆଦିଲ୍ଲୀ: ଆମେରିକା ଓ ଚୀନ ଟ୍ରେଡୱାର ପ୍ରଭାବରେ ହୁଲସ୍ତୁଲ ବିଦେଶୀ ଷ୍ଟକ ମାର୍କେଟ । ଚଳିତ ସପ୍ତାହରେ ଭାରତୀୟ ସେୟାର ବଜାରରେ ବିପୁଳ କ୍ଷତି । ଲମ୍ବା ଗ୍ୟାପରେ ସେନସେକ୍ସ ରେଖା ଲଗାତାର ତଳମୁହାଁ ରହିଛି । ଗତ 10ଦିନରେ ସେନସେକ୍ସ 1500 ଅଙ୍କ ହ୍ରାସ ପାଇ 37, 500 ଓ ନିଫ୍ଟି 433 ପଏଣ୍ଟ ଖସି କାରବାର ବନ୍ଦ କରିଛି ।
ଚୀନ ସାମଗ୍ରୀ ଉପରେ ଆମେରିକା ଆମଦାନୀ ଶୁଳ୍କ ଲଗାଇବା ପରେ ଘାଟାରେ କାରବାର । ନିବେଶକଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ପାଣିରେ ପଡିଯାଇଛି । ଚଳିତ ସପ୍ତାହ ଭାରୀ ମାତ୍ରାରେ ହ୍ରାସ ପାଇ ଶୁକ୍ରବାର ବନ୍ଦ ହୋଇଛି ବଜାର ।
ଚଳିତ ସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ1,500.27 ପଏଣ୍ଟ ହ୍ରାସ ପାଇ 37,462.99 ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 433 ପଏଣ୍ଟ କମି 11,278.90 ବନ୍ଦ ହୋଇଛି ।
ସପ୍ତାହର ପ୍ରଥମ କାରବାର ଦିନରୁ (ସୋମବାର) ସେନସେକ୍ସ ଗତ ସପ୍ତାହ ତୁଳନାରେ 362.92ଖସି 38,600.34ରେ ଓ ନିଫ୍ଟି 114 ପଏଣ୍ଟ କମି 11,598.25ରେ ବନ୍ଦ ରହିଥିଲା । ଘରୋଇ ବଜାରରେ ମାନ୍ଦାବସ୍ଥା ଏଯାଗୁଁ ମଙ୍ଗଳବାର ମଧ୍ୟ ଭାରୀ ହ୍ରାସ ସହ ସେନସେକ୍ସ 38,276.63 ଓ ନିଫ୍ଟି 11,497.90ରେ ବନ୍ଦ ହୋଇଥିଲା ।