ETV Bharat / business

1400 ପଏଣ୍ଟ ଖସିଲା ସେନସେକ୍ସ, 11 ହଜାର ତଳେ ନିଫ୍ଟି - Sensex fall

ସେୟାର ବଜାରରେ ଭାରୀ ପଡିଛି କୋରୋନା ଭାଇରସ । କାରବାର ଶେଷ ଦିନର ଆରମ୍ଭରୁ ଚିତପଟ୍ଟାଙ୍ଗ ବଜାର । 1450 ପଏଣ୍ଟ ଖସିଲା ସେନସେକ୍ସ । ସେପଟେ ଆରବିଆଇର ପ୍ରତିବନ୍ଧକ ପରେ ୟେସ ବ୍ୟାଙ୍କ ସେୟାର ତୀବ୍ର ଗତିରେ ହ୍ରାସ ପାଉଛି ।

Sensex plunges over 1,450 points; Nifty below 11,000
ବୁଡିଲା ୟସ ବ୍ୟାଙ୍କ ସେୟାର
author img

By

Published : Mar 6, 2020, 12:13 PM IST

ମୁମ୍ବାଇ: ସେୟାର ବଜାରରେ ଭାରୀ ପଡିଛି କୋରୋନା ଭାଇରସ । କାରବାର ଶେଷ ଦିନର ଆରମ୍ଭରୁ ଚିତପଟ୍ଟାଙ୍ଗ ବଜାର । 1450 ପଏଣ୍ଟ ଖସିଲା ସେନସେକ୍ସ । ସେପଟେ ଆରବିଆଇର ପ୍ରତିବନ୍ଧକ ପରେ ୟେସ ବ୍ୟାଙ୍କ ସେୟାର ତୀବ୍ର ଗତିରେ ହ୍ରାସ ପାଉଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 1459.52 ପଏଣ୍ଟ ହ୍ରାସ ପାଇଥିଲା । ପରେ ପୁଣି ସାମାନ୍ୟ ସୁଧୁରି କିଛି କ୍ଷଣ ପରେ 1,131.54 ପଏଣ୍ଟ କମ ସହ 37,339.07 ରେ କାରବାର କରୁଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 300 ପଏଣ୍ଟ ହ୍ରାସ ସହ କାରବାର ଆରମ୍ଭ କରିଛି । ଏବେ ଏହା 10,926.55 ପଏଣ୍ଟରେ କାରବାର କରୁଛି ।

ଗୁରୁବାର ସେନସେକ୍ସ 38,470.61 ଓ ନିଫ୍ଟି 11,269 ପଏଣ୍ଟରେ ବନ୍ଦ ହୋଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ଟଙ୍କା ଉଠାଣରେ କଟକଣା ଓ ନିର୍ଦ୍ଦେଶକ ମଣ୍ଡଳ ଭଙ୍ଗ ପ୍ରଭାବ ବଜାର ଉପରେ ପଡିଛି । ୟେସ ବ୍ୟାଙ୍କ ସେୟାର ସକାଳ କାରବାରରେ 50 ପ୍ରତିଶତ ହ୍ରାସ ପାଇଥିଲା ବେଳେ ଏବେ ଏହା ଆହୁରୀ ତଳମୁହାଁ ହେବାରେ ଲାଗିଛି । ସେପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସେୟାର 6 ପ୍ରତିଶତ ଖସିଲାଣି ।

ବ୍ରୋକର ଅନୁସାରେ କୋରୋନା ଭାଇରସକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଅନ୍ତର୍ଜାତୀୟ ସେୟାର ବଜାରରେ ଭାରୀ ହ୍ରାସ ଜାରି ରହିଛି । ଏହାର ପ୍ରକୋପରେ ଘରୋଇ ସେୟାର ବଜାର ମଧ୍ୟ ଟଳମଳ ସ୍ଥିତିରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.