ETV Bharat / business

ସୁଦୃଢ ସେୟାର ବଜାର: ଆସିଲେ ମୋଦି, ମାଲାମାଲ ହେଲେ ନିବେଶକ - near

ବହୁମତ ପାଇ ପୁଣି ଥରେ ମୋଦି କ୍ଷମତାକୁ ଫେରିବା ପରେ ମାଲାମାଲ ସେୟାର ବଜାର । ଫଳାଫଳ ଆସିବା ଦିନ ଠାରୁ ଲଗାତାର ବଢିଚାଲିଛି ସେୟାର ତୀର । ଗତ ସପ୍ତାହ ରେକର୍ଡକୁ ଜାରି ରଖିବା ସହ ସେମାବାର ସବୁଜ ସଙ୍କେତରେ କାରବାର ଆରମ୍ଭ ହୋଇଛି ।

ଫାଇଲ ଫଟୋ
author img

By

Published : May 27, 2019, 1:54 PM IST

ନୂଆଦିଲ୍ଲୀ: ନିର୍ବାଚନୀ ନିଶାରେ ମାଲାମାଲ ନିବେଶକ । ମୋଦିଙ୍କ ଆସିବା ଖୁସିରେ ବଜାର ଗରମ । ଲଗାତାର ବଢିଚାଲିଛି ସେୟାର ବଜାର । ଗତ ସପ୍ତାହର ରେକର୍ଡ ବଜାୟ ରହିବା ସହ ସୋମବାର ସକାଳୁ ସେନସେକ୍ସ ସକରାତ୍ମକ ରହିଛି । ବ୍ୟାଙ୍କିଂ ସେୟାର ମଜବୁତ ଯୋଗୁଁ ସେୟାର ବୃଦ୍ଧି ପାଇଚାଲିଛି ।

ମଙ୍ଗଳବାର ସକାଳୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 100ପଏଣ୍ଟ ବଢି 39,530 ରହିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 30 ପଏଣ୍ଟ ବୃଦ୍ଧି ସହ 11,870 ରେ କାରବାର କରୁଛି ।

ତେବେ ଚଳିତ ସପ୍ତାହ ବଜାର ଉପରେ ରହିଛି ସମସ୍ତଙ୍କ ନଜର । ଏଥର ଦେଶର ଅଭିବୃଦ୍ଧି ହାର ସମେତ ବିଶ୍ବର ବହୁ ପ୍ରମୁଖ ରାଷ୍ଟ୍ରର ଜିଡିପି ଜାରି ହେବ ।

ଗତ ସପ୍ତାହରେ କାରବାରର ଶେଷ ଦିନରେ ସେନସେକ୍ସ 623 ପଏଣ୍ଟ ବଢିବା ସହ 39 ହଜାର 435 ଓ ନିଫ୍ଟି 187 ପଏଣ୍ଟର ଦ୍ରୁତ ବୃଦ୍ଧି ସହ 11,844 ରେ କାରବାର ବନ୍ଦ କରିଥିଲା ।

Intro:Body:

dfgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.