ନୂଆଦିଲ୍ଲୀ:ସେବି ଦ୍ବାରା ଫ୍ୟୁଚର ଗ୍ରୁପ୍ ପ୍ରତିଷ୍ଠାତା କିଶୋର ବିୟାନି ଓ ଅନ୍ୟ କିଛି ପ୍ରବର୍ତ୍ତକଙ୍କ ପ୍ରତିଭୂତି ବଜାରରୁ ବର୍ଷେ ପାଇଁ ନିଲମ୍ବିତ ପରେ ବି ଏହାର ପ୍ରଭାବ କାରବାର ଉପରେ ପଡିନି । ପୂର୍ବରୁ ଅନୁମତି ଫ୍ୟୁଚର ଗ୍ରୁପ ଓ ରିଲାଏନ୍ସର ଚୁକ୍ତି ପ୍ରଭାବିତ ହେବନି ବୋଲି କମ୍ପାନୀ କହିଛି । ଫ୍ୟୁଚର ଗ୍ରୁପ ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ 24,713 କୋଟି ଟଙ୍କାରେ ବିକ୍ରି ପାଇଁ ଚୁକ୍ତି ହୋଇଛି ।
କମ୍ପାନୀ କହିଛି କି, କିଶୋର ବିୟାନି, କିଛି ଅନ୍ୟ ପ୍ରବର୍ତ୍ତକ ଓ ଫ୍ୟୁଚର କର୍ପୋରେଟ ରିସୋର୍ସ ପ୍ରାଇଭେଟ ଲିମିଟେଡ (FCRPL) ସେବି ଦ୍ବାରା ବୁଧବାର ଦିଆଯାଇଥିବା ଆଦେଶ ବିରୋଧରେ ଆବେଦନ ପାଇଁ ଯୋଜନା କରିଛନ୍ତି । ତେବେ ଏ ନେଇ ଫ୍ୟୁଚର ରିଟେଲ ଲିମିଟେଡ ପୁଞ୍ଜି ବଜାରକୁ ଜଣାଇଛି କି, ‘ ଏହି ଆଦେଶର କମ୍ପାନୀ ଯୋଜନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମେ ବୁଝୁଛୁ କି ସଂପୃକ୍ତ ପକ୍ଷ ଆବେଦନ କରିବା ପାଇଁ ସେମାନଙ୍କର ଆଇନଗତ ଅଧିକାର ବ୍ୟବହାର କରି ଏହି ଆଦେଶକୁ ଚ୍ୟାଲେଞ୍ଜ କରିବେ |
ସେପଟେ ଫ୍ୟୁଚର କର୍ପୋରେଟ ରିସୋର୍ସ ପ୍ରାଇଭେଟ ଲିମିଟେଡ ଆଉ ଏକ ବିବୃତ୍ତିରେ ଜଣାଇଛି କି, ସେବିର ଆଦେଶରେ କୌଣସି ମଧ୍ୟ ନିକଟ ଯୋଜନା ଅଧିନରେ ପ୍ରତିଭୂତିର ନେଣଦେଣକୁ ବାହାରେ ରଖାଯାଇଛି । ଏଣୁ ସେବିର ଆଦେଶ ଦ୍ବାରା ରିଲାଏନ୍ସ ଗ୍ରୁପ ସହ ଚାଲିଥିବା ଯୋଜନା ଆଗକୁ ବଢିବା ନେଇ କୌଣସି ବାଧା ଉପୁଜିବ ନାହିଁ ।