ନୂଆଦିଲ୍ଲୀ: ଇ-ଯାନ ପ୍ରଚଳନ ନେଇ ଦାଖଲ ଯାଚିକା ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ସମସ୍ତ ସାର୍ବଜନୀନ ପରିବହନ ଓ ସରକାରୀ ବାହାନକୁ ଇ-ଯାନରେ ପରିଣତ କରିବାକୁ ସୁପ୍ରିମକୋର୍ଟରେ ଜନହିତକର ଯାଚିକା ଦାୟର ହୋଇଥିଲା।
ଏହି ଯାଚିକାରେ ବାୟୁ ପ୍ରଦୂଷଣ ଓ କାର୍ବନ ନିର୍ଗତ ଉପରେ ଲଗାମ ଲଗାଇବାକୁ ସମସ୍ତ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନକୁ କ୍ରମଶଃ ଇଲେକ୍ଟ୍ରୋନିକ ଯାନରେ ପରିଣତ ନେଇ କେନ୍ଦ୍ରର ନୀତିକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରାଯାଇଛି ।
ଅଣ ସରକାରୀ ସଂଗଠନ ସେଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେଶନ ପକ୍ଷରୁ ଏହି ଯାଚିକା ଦାୟର ହୋଇଥିଲା । ଏହାର ବିଚାର କରି ପ୍ରଧାନ ନ୍ୟାୟଧୀଶ ଏସ.ଏ ବୋବଡେ, ନ୍ୟାୟମୃର୍ତ୍ତି ବି ଆର ଗବଇ ଓ ନ୍ୟାୟମୃତ୍ତି ସୁର୍ଯ୍ୟ କାନ୍ତଙ୍କ ପୀଠ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଏହାର ଜବାବ 4 ସପ୍ତାହ ଭିତରେ ସଡକ ପରିବହନ ମନ୍ତ୍ରାଣଳୟକୁ ଦେବାକୁ ହେବ ।
ଏହି ଯାଚିକାରେ ଅଭିଯୋଗ କରାଯାଇଥିଲା କି, ପ୍ରଚଳିତ ବାହାନଗୁଡିକୁ ଇ-ଯାନରେ ପରିଣତ ନେଇ ସରକାରଙ୍କ ନିଜର ନୀତିକୁ ହିଁ ପାଳନ ପାଇଁ ପ୍ରୟାସ କରୁନାହାନ୍ତି । ତେବେ ଏହି ପ୍ରତିବନ୍ଧକର ସ୍ବର ବାୟୁ ପ୍ରଦୂଷଣ ରୋକିବା ପାଇଁ ବୋଲି ଆବେଦନକାରୀ ସଂସ୍ଥା କହିଛି ।
ଇ-ଯାନ ପାଇଁ ବ୍ୟାଟେରୀକୁ ଠିକରେ ଚାର୍ଜ ପାଇଁ ଭିତ୍ତିଭୂମି ସୁଦୃଢ ହେବା ଦରକାର ରହିଛି । ଆଉ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ ।