ମୁମ୍ବାଇ: ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁଣି ଥରେ ଆଧାର ଆଧାରିତ ଅନଲାଇନ ସଞ୍ଚୟ ଖାତା ଖୋଲିବା ସୁବିଧା ଆରମ୍ଭ କରିଛି । ବ୍ୟାଙ୍କର ୟୋନୋ ପ୍ଲାର୍ଟଫର୍ମ ମାଧ୍ୟମରେ ଡିଜିଟାଲ ସଞ୍ଚୟ ଖାତା ଖୋଲିବା ପାଇଁ ଏହି ସୁବିଧାର ବ୍ୟବହାର କରାଯାଇପାରିବ ।
YONO(ୟୁ ଓନଲି ନିଡ ୱାନ) ବ୍ୟାଙ୍କର ବ୍ୟାଙ୍କିଙ୍ଗ ଏବଂ ଜୀବନଶୈଳୀ ସହ ସଡିତ ସେବାର ମିଶ୍ରଣ ସେବା ।
ଏସବିଆଇ ଏକ ବିଜ୍ଞପ୍ତିରେ କହିଛି କି , 'କୁଇକ୍ ସେଭିଂ ଆକାଉଣ୍ଟ'ର ଏହି ଅଫର ଅନୁଯାୟୀ ଗ୍ରାହକ ସଂପୂର୍ଣ୍ଣ କାଗଜହୀନ ଅଭିଜ୍ଞତା ପାଇବେ । ଏହି ସଞ୍ଚୟ ଖାତା ପାଇଁ ଗ୍ରାହକଙ୍କୁ କେବଳ ପାନ ନମ୍ବର ଏବଂ ଆଧାର ନମ୍ବର ଦେବାକୁ ପଡିବ ।
ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି କି ଏହି ଆକାଉଣ୍ଟରେ ଗ୍ରାହକଙ୍କୁ ସଞ୍ଚୟ ଖାତାର ସମସ୍ତ ଫିଚର ମିଳିବ । ଏଥିପାଇଁ ସେମାନଙ୍କୁ ବ୍ୟାଙ୍କ ଶାଖା ଯିବାକୁ ମଧ୍ୟ ପଡିବନାହିଁ ।
ୟୋନୋ ମାଧ୍ୟମରେ କୁଇକ ସଞ୍ଚୟ ଖାତା ଖୋଲୁଥିବା ସମସ୍ତ ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ସେମାନଙ୍କ ନାଁରେ ରୂପେ ଏଟିଏମ ସହ ଡେବିଟ କାର୍ଡ ଜାରି କରିବ ।