ETV Bharat / business

ଲକଡାଉନ: SBI କର୍ମଚାରୀଙ୍କୁ ମିଳିବ ଅଧିକ ଦରମା - ଏସବିଆଇ କର୍ମଚାରୀ

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଅନବରତ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକା ଦରମା ଦେବ ।

SBI employees in branches to get extra pay during 21-day lockdown
ଲକଡାଉନ, ଏସବିଆଇ କର୍ମଚାରୀଙ୍କୁ ମିଳିବ ଅଧିକା ଦରମା
author img

By

Published : Mar 30, 2020, 5:08 PM IST

ନୂଆଦିଲ୍ଲୀ: ବିନାଶକାରୀ କୋରୋନା ଭାଇରସର ପ୍ରକୋପରୁ ବର୍ତ୍ତିବାପାଇଁ ସରକାର 21 ଦିନର ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ଅଚ-ଅଖ ଦୋକାନ ବଜାର ସବୁ ବନ୍ଦ । ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଅନବରତ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକା ଦରମା ଦେବ ।

ବ୍ୟାଙ୍କ କହିଛି ଯେ, ଲକଡାଉନ ସମୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରତି 6 ଦିନ ପିଛା ଗୋଟିଏ ଦିନର ଦରମା ଅଲଗା ଦିଆଯିବ । ଏ ନେଇ ଏସବିଆଇ ଏକ ସର୍କୁଲାରରେ ପ୍ରକାଶ କରିଛି ।

ସର୍କୁଲାରରେ କୁହାଯାଇଛି, କର୍ମଚାରୀଙ୍କ ନିଷ୍ଠା ଓ ନିସ୍ବାର୍ଥପର ସେବା ପାଇଁ ଅଧିକା ଦରମା ଦେବା ପାଇଁ ଏହି ବାସ୍ତବ ସମୟ । କର୍ମଚାରୀଙ୍କ ସୁରକ୍ଷା ପ୍ରତି ବ୍ୟାଙ୍କ ସମ୍ବେଦନଶୀଳ । ଏଣୁ ଏଭଳି ସମୟରେ ବ୍ୟାଙ୍କ ସର୍ବଦା ସେମାନଙ୍କ ସହ ରହିଛି । ସେହିପରି ଲକଡାଉନ ପରେ ଗ୍ଲୋବାଲ ମାର୍କେଟ, ଜିଆଇଟିସି , ଆଇଟି ସେବାରେ କାର୍ଯ୍ୟରତ କର୍ଚାରୀଙ୍କୁ ଅଧିକ ଦେୟ ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.