ETV Bharat / business

Savings vs Borrowing: ସଞ୍ଚୟ ବନାମ ଋଣ, ଜାଣନ୍ତୁ କେଉଁଟି ବିନିଯୋଗର ସର୍ବଶ୍ରେଷ୍ଠ ବିକଳ୍ପ ?

author img

By

Published : Dec 17, 2021, 6:59 PM IST

Updated : Dec 17, 2021, 7:12 PM IST

ଅର୍ଥକୁ ଋଣ ଆକାରରେ ଆଣି କୌଣସି ବ୍ୟବସାୟରେ ବିନିଯୋଗ କରିବା ହୋଇଥାଏ ବିପଦ । ଏହାକୁ ନେଇ କାହିଁ କେତେ କାଳରୁ ଏକ ବିଶ୍ବାସ ରହିଆସିଛି । ଯେଉଁଥିରେ କୁହାଯାଇଛି ଷ୍ଟକ ମାର୍କେଟରେ ଅର୍ଥ ବିନିଯୋଗ କରିବା ଜୁଆ ଖେଳ ସଦୃଶ ହୋଇଥାଏ । କିନ୍ତୁ ଏଥିରେ ଯାହାର ଆଗ୍ରହ ରହିଛି ସେ ରିସ୍କ ଉଠାଇବାକୁ ପ୍ରସ୍ତୁତ ରହିବା ଆବଶ୍ୟକ । ତେବେ ଅର୍ଥ ଋଣ କରି କୌଣସି ବ୍ୟବସାୟରେ ବିନିଯୋଗ ନ କରିବା ନେଇ ଷ୍ଟକ ମାର୍କେଟର ଏକ୍ସପର୍ଟ ତୁମ୍ମା ବଲରାଜ ଦେଇଛନ୍ତି ପରାମର୍ଶ । ଅଧିକ ପଢନ୍ତୁ

ସଞ୍ଚୟ ବନାମ ଋଣ: ଜାଣନ୍ତୁ କେଉଁଟି ସର୍ବଶ୍ରେଷ୍ଠ ବିନିଯୋଗ

ହାଇଦ୍ରାବାଦ: ଯାହାର ପର୍ଯ୍ୟାପ୍ତ ଅର୍ଥ ଅଛି ଏବଂ ସେମାନଙ୍କର ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତି, ଏହା ଏକ ଭଲ ବିକଳ୍ପ। ଏପରି ସ୍ଥିତିରେ ଏଠାରେ ଆସିଥାଏ, ଷ୍ଟକ୍ ମାର୍କେଟ୍‌ର କଥା । ଯଦି ଆମେ ଷ୍ଟକ୍‌ ବ୍ରୋକରଙ୍କ ପରାମର୍ଶ ନେଇ ବଜାରରେ ବିନିଯୋଗ କରୁ ତେବେ ଆମ ପାଖରେ ବହୁତ ସୁବିଧା ରହିଥାଏ । ସମ୍ପ୍ରତି ସମୟରେ ଷ୍ଟକ୍ ମାର୍କେଟରେ ବିନିଯୋଗ ବହୁତ ମାତ୍ରାରେ ବୃଦ୍ଧି ପାଉଛି ଏବଂ ଅନେକ ଏଥିରୁ ଉପକୃତ ହେଉଛନ୍ତି । ଏହାକୁ ଦେଖି ଅଧିକ ଲୋକ ବଜାରରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ, ସେମାନେ ବିପୁଳ ପରିମାଣର ରୋଜଗାର ଆଶା କରି ବଜାରରେ ବିନିଯୋଗ କରିବାକୁ ଋଣ ନେଉଛନ୍ତି । କିନ୍ତୁ ଏଭଳି କ୍ଷେତ୍ରରେ ଷ୍ଟକ୍ ମାର୍କେଟ ବିଶେଷଜ୍ଞ ତୁମ୍ମା ବଲରାଜ କହିଛନ୍ତି ଯେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଷ୍ଟକ ମାର୍କେଟରେ ବିନିଯୋଗ କରିବା ପାଇଁ ଜଣେ ବିନିଯୋଗକାରୀକୁ ସର୍ବଦା ନିଜ ଅର୍ଥ ଉପରେ ନିର୍ଭର କରିବା ଉଚିତ । ଏପରି କରିବାକୁ ଷ୍ଟକ୍‌ ମାର୍କେଟ ବିଶେଷଜ୍ଞମାନେ କାହିଁକି କହୁଛନ୍ତି, କିଛି ଉଦାହରଣ ମାଧ୍ୟମରେ ଆସନ୍ତୁ ଜାଣିବା...

1. ଅର୍ଥ ବିନିଯୋଗ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ନରେଶ କହିଛନ୍ତି ଯେ, " ମୋତେ ୨୪ ବର୍ଷ ଓ ମୁଁ ନିକଟରେ ଚାକିରି ପାଇଛି । ମୁଁ ୭୫ ଲକ୍ଷ ଟଙ୍କାର ଏକ ଋଣ (term policy of Rs 75 lak)କରିବାକୁ ଚାହୁଁଛି । ଏଥିଲାଗି ମାସିକ ମୋତେ ୧୦ ହଜାର ଟଙ୍କା ବିନିଯୋଗ କରିବାକୁ ପଡ଼ିବ । ତେବେ ଆଗାମୀ ୧୫ ବର୍ଷ ପାଇଁ ମୋର ଆର୍ଥିକ ଯୋଜନା( financial plan) କ'ଣ ହେବ ?

  • ଉତ୍ତରରେ ଷ୍ଟକ୍‌ ମାର୍କେଟ ବିଶେଷଜ୍ଞ କହିଛନ୍ତି ଯେ ଆପଣଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏଭଳି ଟର୍ମ ପିଲିସି ନେବା ଭଲ କଥା । ଏଭଳି କ୍ଷେତ୍ରରେ ପ୍ରଥମେ ନିଶ୍ଚିତ କରନ୍ତୁ ଯେ ପଲିସି ରାଶି ଆପଣଙ୍କର ବାର୍ଷିକ ଆୟର 10-12 ପ୍ରତିଶତ ଅଟେ । ଏହି ରାଶି ଭାଗ କରିବାକୁ ଚେଷ୍ଟା କରନ୍ତୁ ଏବଂ ଭଲ ଦେୟ ଇତିହାସ (good payment history) ଥିବା ଦୁଇଟି କମ୍ପାନୀରୁ ଏହାକୁ ନିଅନ୍ତୁ । ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ ଅକ୍ଷମତା ବୀମା ପଲିସି ମଧ୍ୟ ବାଛନ୍ତୁ । ଯଦି ଆପଣଙ୍କର ସ୍ବାସ୍ଥ୍ୟ ବୀମା ପଲିସି ନାହିଁ, ତେବେ ଆପଣ ଏହାକୁ ନେବା ଉଚିତ୍ ।
  • ଏକ ଅଧିକ୍ରମିକ ନିବେଶ ଯୋଜନା (SIP) ମାଧ୍ୟମରେ ବିବିଧ ଇକ୍ବିଟି ମ୍ୟୁଚୁଆଲ୍ ଫଣ୍ଡରେ 10,000 ଟଙ୍କା ବିନିଯୋଗ କରନ୍ତୁ । ଏଥିରେ ସାମାନ୍ୟ ବିପଦ ଅଛି, କିନ୍ତୁ ଦୀର୍ଘ ସମୟ ମଧ୍ୟରେ ଭଲ ପ୍ରତ୍ୟାବର୍ତ୍ତନ ମିଳିବାର ସୁଯୋଗ ମଧ୍ୟ ରହିଛି । ଯଦି ଆପଣ 15 ବର୍ଷ ପାଇଁ ମାସକୁ 10 ହଜାର ଟଙ୍କା ବିନିଯୋଗ କରନ୍ତି । ତେବେ ଆପଣ 12%ର ଆନୁମାନିକ ରିଟର୍ଣ୍ଣ ସହିତ ପ୍ରାୟ 44 ଲକ୍ଷ 73 ହଜାର 565 ଟଙ୍କା ପାଇପାରିବେ । ଆପଣଙ୍କର ଆୟ ବଢିବା ସହିତ ଆପଣଙ୍କର ନିବେଶ ମଧ୍ୟ ବୃଦ୍ଧି କରନ୍ତୁ ।

2. ମହିପାଲ ଏକ ବ୍ୟକ୍ତିଗତ ଋଣ ନେଇ ସେୟାର ମାର୍କେଟରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ଋଣ ଉପରେ ବାର୍ଷିକ ସୁଧ ୧୩ ପ୍ରତିଶତ ରହିଛି । ସେ ପ୍ରଶ୍ନ କରିଛନ୍ତି ଯେ, " ଷ୍ଟକ୍‌ ମାର୍କେଟରେ ବିନିଯୋଗ କରେ ରିଟର୍ଣ୍ଣ ଅଧିକ ଲାଭ ମିଳିଥାଏ, ଏହା ସତ୍ୟ କି ନୁହେଁ ? ଯଦି ସତ ତେବେ କେଉଁ କ୍ଷେତ୍ରରେ ଧ୍ୟାନ ଦେବା ଉଚିତ ?"

  • ଏହାର ଉତ୍ତରରେ ଷ୍ଟକ୍‌ ମାର୍କେଟ ବିଶେଷଜ୍ଞ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଷ୍ଟକ୍‌ ମାର୍କେଟ ଭଲ ପ୍ରଦର୍ଶନ କରୁଛି । ଏହି ସମୟରେ ଯେଉଁମାନେ ବିନିଯୋଗ କରିଛନ୍ତି ସେମାନେ ଲାଭବାନ ହୋଇଛନ୍ତି । ଏହା ବି ଜାଣି ରଖିବା ଉଚିତ ଯେ ଷ୍ଟକ୍‌ ମାର୍କେଟରେ ଲାଭ ସହିତ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ । ଏଥିଲାଗି ସର୍ବଦା ନିଜ ଅର୍ଥ ବିନିଯୋଗ କରିବା ପାଇଁ ବ୍ୟବହାର କରିବା ଉଚିତ । ଏହାକୁ ଦୃଷ୍ଟିରେ ରଖି ଋଣ କରି ଅର୍ଥ ବିନିଯୋଗ କରିବା ଉଚିତ ନୁହେଁ । ଆପଣ ବ୍ୟକ୍ତିଗତ ଋଣ ନେଲେ ଏହାକୁ ସୁଧ ସହିତ ଟଙ୍କା ମଧ୍ୟ ପୈଠ କରିବାକୁ ପଡ଼େ । ମୋଟ ସୁଧର ହାର ୧୩ ପ୍ରତିଶତରୁ ଅଧିକ ରହିଥାଏ । ଋଣ କରି ବିନିଯୋଗ କରିବା ଅପେକ୍ଷା EMI ନେବା ଆବଶ୍ୟକ । ଆପଣ ୫ ବର୍ଷରୁ ଅଧିକ ସମୟ ଧରି ବିନିଯୋଗ କରିବାକୁ ଚାହୁଁଥିଲେ ଷ୍ଟକ୍‌ ମାର୍କେଟରେ ବିନିଯୋଗ କରିବା ଆବଶ୍ୟକ ।

3. ଶ୍ବେତା କହିଛନ୍ତି ଯେ ତାଙ୍କ ସନ୍ତାନକୁ ବର୍ତ୍ତମାନ ୬ ବର୍ଷ । ସେ PPFରେ ଅର୍ଥ ବିନିଯୋଗ କରିବା ସହିତ ସୁକନ୍ୟା ସମୃଦ୍ଧି ଯୋଜନାରେ ତା'ର ନାମକୁ ସାମିଲ କରିବାକୁ ଚାହୁଁଛନ୍ତି । ତେବେ ସେମାନେ ମାସକୁ ୮ ହଜାର ଟଙ୍କା ଦେଇପାରିବେ । ଏଥିଲାଗି କ'ଣ ବିନିଯୋଗ ବିକଳ୍ପ ରହିଛି ?

  • ପବ୍ଲିକ ପ୍ରୋଭିଡ଼େଣ୍ଟ ଫଣ୍ଡ(PPF) ଓ ସୁକନ୍ୟା ସମୃଦ୍ଧି ଯୋଜନା ସୁରକ୍ଷିତ । ଟିକସ ରିହାତି ପାଇଁ ଏହି ଦୁଇଟି ଯୋଜନାର ବ୍ୟବହାର କରାଯାଇପାରିବ । ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ଆବଣ୍ଟନ କରିବାକୁ ଚାହୁଁଥିବା ୫,000 ରୁ ୮,000 ଟଙ୍କା ବିନିଯୋଗ କରନ୍ତୁ । ଅବଶିଷ୍ଟ 3000 ଟଙ୍କା ହାଇବ୍ରିଡ୍ ଇକ୍ବିଟି ଫଣ୍ଡରେ ରଖନ୍ତୁ । ସୁକନ୍ୟା ସମୃଦ୍ଧି ବର୍ତ୍ତମାନ 7.6 ପ୍ରତିଶତ ସୁଧ ପାଉଛି । ଯଦି ଆପଣ 15 ବର୍ଷ ପାଇଁ ଏହି ଦୁଇଟି ଯୋଜନାରେ 8,000 ଟଙ୍କା ବିନିଯୋଗ ଜାରି କରନ୍ତି, ତେବେ ଆପଣ ହାରାହାରି 10 ପ୍ରତିଶତ ସୁଧ ହାର ସହିତ 30,50,158 ଟଙ୍କା ପାଇପାରିବେ ।

4. ସେପଟେ କ୍ରିଷ୍ଣା ପ୍ରଶ୍ନ କରିଛନ୍ତି ଯେ, "ମୁଁ ୨ ମାସ ମଧ୍ୟରେ ଚାକିରିରୁ ଅବସର ନେବାକୁ ଯାଉଛି । ଏହାପରେ ମୁଁ ମାସିକ ଲଗାତାର ଭାବେ ରୋଜଗାର କରିବାକୁ ଚାହୁଁଛି । ତେବେ ଏଥିଲାଗି ମୁଁ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ସ୍ଥାନରେ ଲିକ୍ବିଡ ଫଣ୍ଡରେ ଅର୍ଥ ବିନିଯୋଗ କରିପାରିବି କି ? "

  • ଉତ୍ତରରେ ବିଶେଷଜ୍ଞ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କଲେ, ଫିକ୍ସଡ଼ ଡିପୋଜିଟ ଅପେକ୍ଷା ଲିକ୍ବିଡ ଫଣ୍ଡ୍‌ସରେ ରିଟର୍ଣ୍ଣ ଅଧିକା ରହିଛି । ଅବସର ପରେ ନିଜର ଅର୍ଥକୁ ଆପଣ ବରିଷ୍ଠ ନାଗରିକଙ୍କ( Senior Citizen Scheme) ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଭାୟା ବନ୍ଦନା ଯୋଜନାରେ ପୋଷ୍ଟ ଅଫିସରେ ଡିପୋଜିଟ କରିପାରିବେ । ଏଥିଲାଗି ଆପଣ ସର୍ବାଧିକ ୧୫ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2021, 7:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.