ETV Bharat / business

ମାସ ଶେଷରେ ଖାଲି ହୋଇଯାଉଛି କି ପକେଟ୍ ? ଜାଣନ୍ତୁ କେମିତି କରିବେ ସଞ୍ଚୟ

author img

By

Published : Jan 2, 2022, 2:22 PM IST

Updated : Jan 2, 2022, 5:59 PM IST

ଗାଡି କିଣିବାକୁ ଚାହୁଁଛନ୍ତି, ହେଲେ ପାଖରେ ପଇସା ନାହିଁ ? ମାସ ଶେଷରେ ଖାଲି ହୋଇଯାଉଛି କି ପକେଟ୍ ? ଏସବୁର କାରଣ ସଞ୍ଚୟର ଅଭାବ । ଶୂନ୍ୟ ସଞ୍ଚୟ ଅର୍ଥ ଚାପଗ୍ରସ୍ତ ଜୀବନ । ତେବେ ଚିନ୍ତା କରନ୍ତୁ ନାହିଁ, ଜାଣନ୍ତୁ କେମିତି କରିବେ ସଞ୍ଚୟ

ମାସ ଶେଷରେ ଖାଲି ହୋଇଯାଉଛି କି ପକେଟ୍ ? ଜାଣନ୍ତୁ କେମିତି କରିବେ ସଞ୍ଚୟ
ମାସ ଶେଷରେ ଖାଲି ହୋଇଯାଉଛି କି ପକେଟ୍ ? ଜାଣନ୍ତୁ କେମିତି କରିବେ ସଞ୍ଚୟ

ହାଇଦ୍ରାବାଦ: ଗାଡି କିଣିବାକୁ ଚାହୁଁଛନ୍ତି, ହେଲେ ପାଖରେ ପଇସା ନାହିଁ ? ମାସ ଶେଷରେ ଖାଲି ହୋଇଯାଉଛି କି ପକେଟ୍ ? ଏସବୁର କାରଣ ସଞ୍ଚୟର ଅଭାବ । ଶୂନ୍ୟ ସଞ୍ଚୟ ଅର୍ଥ ଚାପଗ୍ରସ୍ତ ଜୀବନ । ପ୍ରତିଟି ମଣିଷ ଜୀବନରେ ଅର୍ଥ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆର୍ଥିକ ସ୍ଥିତି ସୁଦୃଢ ଥିଲେ ମାନସିକ ଓ ପାରିବାରିକ ସ୍ଥିତି ମଧ୍ୟ ମଜବୁତ୍ ହୋଇଥାଏ । ଯେମିତି ଆୟ ଜରୁରୀ, ତାହାର ସଞ୍ଚୟ ମଧ୍ୟ ଜରୁରୀ । ଅନେକ କ୍ଷେତ୍ରରେ ଦେଖାଯାଏ, ଲୋକେ ହାତଖୋଲା ଖର୍ଚ୍ଚ କରିଥାନ୍ତି । ଯାହାଦ୍ବାରା ସଞ୍ଚୟ ଶୂନ୍ୟ ହୋଇଥାଏ ଏବଂ ଭବିଷ୍ୟତରେ ସେହି ବ୍ୟକ୍ତିଙ୍କୁ କଠିନ ସମୟ ଦେଇ ଗତି କରିବାକୁ ହୋଇଥାଏ । ଅର୍ଥାତ୍ ଆର୍ଥିକ ଅବ୍ୟବସ୍ଥା ମଣିଷକୁ ବିପଦଗାମୀ କରିଥାଏ । ତେଣୁ ଏକ ଚାପମୁକ୍ତ ଏବଂ ନିରାପଦ ଜୀବନ ଜିଇଁବାକୁ ହେଲେ ସଞ୍ଚୟ ନିତାନ୍ତ ଆବଶ୍ୟକ ।

ପ୍ରତ୍ୟେକ ବ୍ୟକ୍ତି ଟଙ୍କା ରୋଜଗାର କରିବାକୁ କଠିନ ପରିଶ୍ରମ କରନ୍ତି, ହେଲେ ସଞ୍ଚୟ କରିବାକୁ କମ୍ ଆଗ୍ରହ ଦେଖାନ୍ତି । ମାସିକ ଦରମାକୁ ମାତ୍ର ଗୋଟିଏ କି ଦୁଇ ସପ୍ତାହ ମଧ୍ୟରେ ଉଡାଇ ପକେଟ୍ ଖାଲି ହେବା ପରେ ନିରାଶାର ଅନ୍ଧକାର ମଧ୍ୟକୁ ନିଜକୁ ଠେଲି ଦେଇଥାନ୍ତି । ଏଭଳି ଆର୍ଥିକ ନିଅଣ୍ଟର ମୁଖ୍ୟ କାରଣ ଉପଯୁକ୍ତି ପ୍ଲାନିଂର ଅଭାବ । ତେଣୁ ଏହାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ସଞ୍ଚୟ ଅଭ୍ୟାସକୁ ବଢାଇବା । ତେବେ ଜାଣନ୍ତୁ କିପରି ସଞ୍ଚୟକୁ ନିଜର ଅଭ୍ୟାସରେ ପରିବର୍ତ୍ତନ କରିବେ...

ଅଯଥା କିଣାକିଣିରୁ ଦୂରେଇ ରୁହନ୍ତୁ(Avoid buying non-essential items):

ଲୋକଙ୍କୁ ବିଭିନ୍ନ ପ୍ରକାର ଜିନିଷ ଉପରେ ଖର୍ଚ୍ଚ କରିବାର ଅଭ୍ୟାସ ଅଛି । କେହି ନିଜର ସଉକ ପୁରା କରିବାକୁ ଖର୍ଚ୍ଚ କରିଥାନ୍ତି ତ ଆଉ କେହି ଖାଇବା ପିଇବାରେ ଟଙ୍କା ଉଡାଇଥାନ୍ତି । ଏହି ଅଭ୍ୟାସ ଧୀରେ ଧୀରେ ବ୍ୟକ୍ତିଙ୍କୁ ଖାଲି ହାତ କରିଦେଇଥାଏ । ଏପରିକି ଏହି ବଦଭ୍ୟାସ ତାଙ୍କୁ ଅନେକ ସମୟରେ ଋଣ ବା ଉଧାର କରିବାକୁ ବାଧ୍ୟ କରିଥାଏ । ଏଭଳି ଲଜ୍ଜାଜନକ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ନିଜର ଅଭ୍ୟାସ ବଦଳାନ୍ତୁ ଏବଂ ଅଯଥା କିଣାକିଣାରୁ ଦୂରେଇ ରୁହନ୍ତୁ । ଯଦ୍ବାରା ଆପଣଙ୍କ ସଞ୍ଚୟ ବଢିପାରିବ ।

ସଞ୍ଚୟର ଅଭ୍ୟାସ କରନ୍ତୁ (Make saving a habit):

ଆପଣ ଯାହା ବି ରୋଜଗାର କରୁଛନ୍ତି ଅଥବା ଯେତେବେଳେ ଦରମା ପାଉଛନ୍ତି, ସେଥିମଧ୍ୟରୁ କିଛି ଅର୍ଥରାଶି ସବୁବେଳେ ଅଲଗା ଜମା ରଖନ୍ତୁ । ଅବଶିଷ୍ଟ ଅର୍ଥ ମଧ୍ୟରେ ହିଁ ସମସ୍ତ ଯୋଜନା କରିବାକୁ ଚେଷ୍ଟା କରନ୍ତୁ । ଆଜିକାଲି ବ୍ୟାଙ୍କଗୁଡିକ ବେତନର ଏକ ଛୋଟ ଅଂଶ ସ୍ଥାୟୀ ଡିପୋଜିଟ୍‌କୁ ସ୍ଥାନାନ୍ତର କରୁଛନ୍ତି, ଯାହା ଅନଲାଇନ ବ୍ୟାଙ୍କିଙ୍ଗ ଜରିଆରେ ଯାଞ୍ଚ କରାଯାଇପାରିବ । ସର୍ବଦା 'ସଞ୍ଚୟ ପରେ ହିଁ ବ୍ୟୟ' ମନ୍ତ୍ର ମନେରଖିବା ଉଚିତ୍ ।

ଲକ୍ଷ୍ୟ ଆଧାରରେ ନିଷ୍ପତ୍ତି ନିଅନ୍ତୁ(Goal-centric decisions):

ସବୁବେଳେ ଭାବନ୍ତୁ ବର୍ତ୍ତମାନ ସମୟରେ କ'ଣ ଆବଶ୍ୟକ ଏବଂ ଭବିଷ୍ୟତ ପାଇଁ କଣ ଜରୁରୀ । ତାହା ଅନୁଯାୟୀ ଯୋଜନା ବନାନ୍ତୁ । କାରଣ ସଞ୍ଚୟ ଯୋଜନାକୁ ସୁଦୃଢ କରିଥାଏ । ଯଦି ତିନି ଚାରି ମାସ ପରେ ଆପଣଙ୍କୁ ଟଙ୍କାର ଆବଶ୍ୟକତା ଥିବ ତେବେ ଏଥିପାଇଁ ଆପଣ କଣ କରିବେ ? ଏଭଳି ମନୋଭାବ ସହ ତିନି ଚାରି ବର୍ଷ ପାଇଁ ସେହି ହିସାବରେ ନିଜର ସଞ୍ଚୟ ବଢାନ୍ତୁ । ଏହାବ୍ୟତୀତ ପ୍ରତ୍ୟେକ ଲକ୍ଷ୍ୟ ନିର୍ଦ୍ଧିଷ୍ଟ ସମୟ ଏବଂ ଧନ ଆବଶ୍ୟକ କରିଥାଏ । ତେଣୁ ଏହିପ୍ରକାର ମନୋଭାବ ସହ କାର୍ଯ୍ୟ ସଞ୍ଚୟ କରନ୍ତୁ । ପରବର୍ତ୍ତୀ ସମୟରେ ନିଜ ଆବଶ୍ୟକତା ଅନୁସାରେ ବିଭିନ୍ନ ନିବେଶ ବିକଳ୍ପ ସମ୍ପର୍କରେ ଚିନ୍ତା କରୁନ୍ତୁ ଏବଂ ସଠିକ୍ ବିକଳ୍ପରେ ହିଁ ନିବେଶ କରନ୍ତୁ ।

ସଉକ ଅପେକ୍ଷା ଆବଶ୍ୟକତାକୁ ଗୁରୁତ୍ବ ଦିଅନ୍ତୁ (Give preference to needs over luxuries)

ବିଶେଷଜ୍ଞଙ୍କ ମୁତାବକ, ଗୋଟିଏ ଗୋଟିଏ ପଇସା ବି ଗୁରୁତ୍ବପୂର୍ଣ୍ଣ । ଏହି ଉକ୍ତି ଉପରେ ଆମେ ବିଶ୍ବାସ ରଖିବା ଜରୁରୀ । ତେବେଯାଇ ଆମେ ଖର୍ଚ୍ଚ ଏବଂ ବଜେଟ୍‌ ଉପରେ କଡା ନିୟନ୍ତ୍ରଣ ରଖିପାରିବା । ଏଥିସହ ଭୋଗବିଳାସ ଏବଂ ବଦଭ୍ୟାସ ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ବୁଝିବା ଦରକାର । ନିଜର ସବୁ ଖର୍ଚ୍ଚ ପୁରା କରିବା ଲାଗି ଏକ ନିର୍ଦ୍ଧାରିତ ରାଶି ସ୍ଥିର କରନ୍ତୁ । ହେଲେ ସବୁବେଳେ ଆବଶ୍ୟକତାକୁ ସଉକ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପ୍ରତି ମାସରେ ଛୋଟ ଛୋଟ ସଞ୍ଚୟ ଦ୍ବାରା ଏକ ନିର୍ଦ୍ଧିଷ୍ଟ ସମୟ ପରେ ଆପଣଙ୍କ ନିକଟରେ ଆଖିଦୃଶିଆ ଟଙ୍କା ଜମା ହୋଇପାରିବ ।

Last Updated : Jan 2, 2022, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.