ETV Bharat / business

ଦେଶର ପ୍ରିମିୟମ ସ୍ମାର୍ଟଫୋନ ବଜାର କବଜା କଲା ସାମସଙ୍ଗ

CMR ଇଣ୍ଡିଆ ମୋବାଇଲ ହ୍ୟାଣ୍ଡସେଟ୍ ସମୀକ୍ଷା ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ଟେକ ଜଏଣ୍ଟ ସାମସଙ୍ଗ 2020 ର ପ୍ରଥମ ଛଅ ମାସରେ 37 ପ୍ରତିଶତ ବଜାର ଅଂଶଧନ ହାସଲ କରିଛି। ଏଥି୍ସହ ଏହା ଦେଶର ପ୍ରିମିୟମ ସ୍ମାର୍ଟଫୋନ ବଜାରରେ ନିଜ ଦବଦବା ବଜାୟ ରଖିଛି । ଅଧିକ ପଢନ୍ତୁ..

author img

By

Published : Aug 29, 2020, 1:57 PM IST

ଦେଶର ପ୍ରିମିୟମ ସ୍ମାର୍ଟଫୋନ ବଜାର କବଜା କଲା ସାମସଙ୍ଗ
ଦେଶର ପ୍ରିମିୟମ ସ୍ମାର୍ଟଫୋନ ବଜାର କବଜା କଲା ସାମସଙ୍ଗ

ନୂଆଦିଲ୍ଲୀ: ଗ୍ୟାଲେକ୍ସି A71 ଏବଂ A51 ଡିଭାଇସର ସଫଳତା ସହ ସାମସଙ୍ଗ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଭାରତର ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରେ (25,000-50,000 ଟଙ୍କା) ଶୀର୍ଷରେ ରହିଛି । ଶୁକ୍ରବାର ଏକ ନୂଆ ରିପୋର୍ଟରେ ଏନେଇ ଘୋଷଣା କରାଯାଇଛି।

CMR ଇଣ୍ଡିଆ ମୋବାଇଲ ହ୍ୟାଣ୍ଡସେଟ୍ ସମୀକ୍ଷା ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ଟେକ ଜଏଣ୍ଟ ସାମସଙ୍ଗ 2020ର ପ୍ରଥମ ଛଅ ମାସରେ 37 ପ୍ରତିଶତ ବଜାର ଅଂଶଧନ ହାସଲ କରିଛି। ଏହାସହିତ ଆପଲ ଦେଶରେ 26 ପ୍ରତିଶତ ବଜାର ଅଂଶ ସହିତ (ବାର୍ଷିକ ହାରରେ) ) 14 ପ୍ରତିଶତ ଅଭିବୃଦ୍ଧି ସହ ପ୍ରିମିୟମ ସେଗମେଣ୍ଟରେ ନିଜର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି ।

ସେହିପରି ପ୍ରିମିୟମ ସେଗମେଣ୍ଟରେ ୱାନପ୍ଲସ 2020ର ପ୍ରଥମ ଛଅମାସରେ 15 ପ୍ରତିଶତ ବଜାର ଅଂଶଧନ ସହ ତୃତୀୟ ସ୍ଥାନରେ ରହିଛି। CMRର ଇଣ୍ଡଷ୍ଟ୍ରି ଇଣ୍ଟେଲିଜେନ୍ସ ଗ୍ରୁପ (ଆଇଆଇଜି) ବିଶ୍ଳେଷକ ଆନନ୍ଦ ପ୍ରିୟା ସିଂ କହିଛନ୍ତି ଯେ ମହାମାରୀ ହେତୁ 2020 ର ପ୍ରଥମାର୍ଦ୍ଧରେ ସ୍ମାର୍ଟଫୋନ ଶିଳ୍ପ ପାଇଁ ଅନେକ ଚ୍ୟାଲେଞ୍ଜ ସହ ଏକ କଷ୍ଟକର ସମୟ ଥିଲା। ତେବେ ପ୍ରିମିୟମ ସ୍ମାର୍ଟଫୋନ ସେଗମେଣ୍ଟ ସବୁଠାରୁ କମ ପ୍ରଭାବିତ କ୍ଷେତ୍ର ମଧ୍ୟରୁ ଗୋଟିଏ ହୋଇ ରହିଛି । ବାସ୍ତବରେ ଗ୍ରାହକଙ୍କ ଚାହିଦା ଏବଂ ଭଲ ଯୋଗାଣ ହେତୁ ଏହି ସେଗମେଣ୍ଟ ବଢିବାକୁ ଲାଗିଲା ।

ମୋଟ ମିଶାଇ ଦେଶରେ ପ୍ରିମିୟମ ସେଗମେଣ୍ଟରେ ସ୍ମାର୍ଟଫୋନ ବିକ୍ରି (ସିପମେଣ୍ଟ) 2020ର ପ୍ରଥମାର୍ଦ୍ଧରେ 18 ପ୍ରତିଶତ ବୃଦ୍ଧି ପାଇଛି। ଜାନୁଆରୀ-ଜୁନ ଅବଧିରେ ଏହି ସେଗମେଣ୍ଟରେ ସ୍ମାର୍ଟଫୋନ ସିପମେଣ୍ଟର ପାଞ୍ଚ ପ୍ରତିଶତ ଅଶ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.