ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ସଂକ୍ରମଣ ରୋକିବା ପାଇଁ ଜାରି ରହିଥିଲା ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ । ଯେଉଁଥିପାଇଁ ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 5 ପ୍ରତିଶତକୁ ହ୍ରାସ ହୋଇପାରେ । ଗୁରୁବାର ଏ ନେଇ ଏସଆଣ୍ଡପି ଗ୍ଲୋବାଲ ରେଟିଂ ପୂର୍ବାନୁମାନ କରିଛି ।
ଏସଆଣ୍ଡପି ଏକ ବିବୃତ୍ତିରେ କହିଛି ଯେ, ‘‘ ଆମେ 2021 ମାର୍ଚ୍ଚରେ ସମାପ୍ତ ହେଉଥିବା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରି ନକରାତ୍ମକ 5 ପ୍ରତିଶତ ରଖିଛୁ । ବର୍ତ୍ତମାନ ସମୟରେ ମହାମାରୀ ପ୍ରକୋପ ତୃତୀୟ ତ୍ରୈୟମାସ ଶେଷ ଯାଏଁ ରହିବ ।’’
ଏହା ପୂର୍ବରୁ ଚଳିତ ସପ୍ତାହରେ ରେଟିଂ ଏଜେନ୍ସି ଫିଚ ଓ କ୍ରିସଲ ମଧ୍ୟ ଭାରତୀୟ ଅର୍ଥବ୍ୟବସ୍ଥାରେ 5 ପ୍ରତିଶତ ସଙ୍କୋଚନ ନେଇ ଅନୁମାନ କରିଛନ୍ତି ।
ଏସଆଣ୍ଡପି କହିଛି କି, ‘‘ ଭାରତରେ କୋଭିଡ-19 ପ୍ରକୋପ ଓ 2 ମାସର ଲକଡାଉନ ଅର୍ଥବ୍ୟବସ୍ଥାକୁ ଅଚାନକ ଅଟାକାଇ ଦେଇଛି । ଏହା ଅର୍ଥ କି ଚଳିତ ଆର୍ଥିକ ବର୍ଷର ବୃ୍ଦ୍ଧି ଦ୍ରୁତ ଗତିରେ ସଙ୍କୁଚିତ ହେବ ।’’