ETV Bharat / business

କୋରୋନା କମ୍ପନ: ନଇଁଲା ଟଙ୍କା - Rupee slips

ଆମେରିକୀୟ ଡଲାର ମୁହାଁ ନିବେଶକ । ଫଳରେ ହ୍ରାସ ପାଉଛି ଟଙ୍କାର ବିନିମୟ ମୂଲ୍ୟ ଆଉ ବଢୁଛି ଡଲାର ମୂଲ୍ୟ । ଶୁକ୍ରବାର ପୁଣି ଖସିଛି ଟଙ୍କା ।

Rupee rout deepens, slips 16 paise to 74.44 against USD
କୋରୋନା କମ୍ପନ: ନଇଁଲା ଟଙ୍କା
author img

By

Published : Mar 13, 2020, 11:32 AM IST

ନୂଆଦିଲ୍ଲୀ: ଆମେରିକୀୟ ଡଲାର ମୁହାଁ ନିବେଶକ । ଫଳରେ ହ୍ରାସ ପାଉଛି ଟଙ୍କାର ବିନିମୟ ମୂଲ୍ୟ ଆଉ ବଢୁଛି ଡଲାର ମୂଲ୍ୟ । ଶୁକ୍ରବାର ପୁଣି ଖସିଛି ଟଙ୍କା ।

କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 14 ପଇସା ଖସି 74.44 ସ୍ତରକୁ ହ୍ରାସ ପାଇଛି । ଏହା ଦ୍ବାରା ଭାରତର ଆମଦାନୀ ଖର୍ଚ୍ଚ ମଧ୍ୟ ମହଙ୍ଗା ହେବ । ଗୁରୁବାର କାରବାର ହ୍ରାସ ସହ ଡଲାର ତୁଳନାରେ ଟଙ୍କାର ମୁଲ୍ୟ 60 ପଇସା ହ୍ରାସ ପାଇ 74.28ରେ ପହଞ୍ଚିଥିଲା ।

ଭାରତ ସମେତ ସମଗ୍ର ବିଶ୍ବ ଏବେ କୋରୋନା କବଜାରେ । ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ କାରବାର କମୁଛି । ଏହାକୁ ଦେଖିବାକୁ ଗଲେ ମାନ୍ଦାବସ୍ଥା ଆଉ ଦୂର ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । 2020ର ସ୍ଥିତି ଏବେ 2008 ବିଶ୍ବ ମାନ୍ଦାବସ୍ଥା ତୁଳନାରେ ଗୁରୁତର ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.