ETV Bharat / business

1 ଡଲାର ମୂଲ୍ୟ 73 ଟଙ୍କା ଟପିଲା

author img

By

Published : Mar 5, 2021, 7:03 PM IST

ହ୍ରାସ ହୋଇଛି ଟଙ୍କାର ବିନିମୟ ମୂଲ୍ୟ । ଡଲାର ତୁଳନାରେ ଟଙ୍କା 19 ପଇସା ଦୁର୍ବଳ ହୋଇଛି । ଅଧିକ ପଢନ୍ତୁ..

1 ଡଲାର ମୂଲ୍ୟ 73 ଟଙ୍କା ଟପିଲା
1 ଡଲାର ମୂଲ୍ୟ 73 ଟଙ୍କା ଟପିଲା

ମୁମ୍ବାଇ: ବୈଶ୍ବିକ ବଜାରରେ ରିସ୍କ ବଢିବା ମଧ୍ୟରେ ଡଲାର ମଜବୁତ ହୋଇଛି । ଏଥିଯୋଗୁଁ ବିଦେଶୀମୁଦ୍ରା ବିନିମୟ ବଜାରରେ ଶୁକ୍ରବାର ଟଙ୍କା 19 ପଇସା ହ୍ରାସ ହୋଇଛି । ଫଳରେ ଟଙ୍କାର ବିନିମୟ ମୂଲ୍ୟ ଡଲାର ପ୍ରତି 73.02 ରହିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଡଲାର ପ୍ରତି ଟଙ୍କା 72.98 ରେ କାରବାର ଆରମ୍ଭ କରିଥିବା ବେଳେ ଏକ ସମୟରେ ଏହା ମଜବୁତ ହୋଉ 72.73 ରହିଥିଲା । ପରେ ଡଲାର ପିଛା ଭାରତୀୟ ଟଙ୍କା 73.09 ରେ ପହଞ୍ଚିଥିଲା । ଶେଷରେ ଟଙ୍କାର ବିନିମୟ ଦର ପୂର୍ବ କାରବାର ଦିବସ ତୁଳନାରେ 19 ପଇସା କମିବା ସହ 73.02 ରେ ବନ୍ଦ ହୋଇଛି । ଗୁରୁବାର ଡଲାର ପ୍ରତି ଟଙ୍କାନ ଦାମ 72.83

ଏପଟେ ଘରୋଇ ବଜାରରେ ସପ୍ତାହ ଆରମ୍ଭର 3 ଦିନ ଦେଖାଦେଇଥିବା ବୃଦ୍ଧିରେ ଲଗାତାର 2 ଦିନ ଧରି ହ୍ରାସ ଜାରି ରହିଛି । ସେନସେକ୍ସ 50,405.32 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟି 15 ହଜାର ତଳେ ଅଛି । ଅଶୋଧିତ ତୈଳ ଦାମ ବି ବ୍ୟାରେଲ ପ୍ରତି 68 ଡଲାର ଅଛି । ଟଙ୍କା ବିନିମୟ ମୂଲ୍ୟ ବୃଦ୍ଧି ଓ ଅଶୋଧିତ ତୈଳ ମହଙ୍ଗାର ପ୍ରଭାବ ଭାରତରେ ସାଧାରଣ ଖାଉଟିକୁ ଭୋଗିବାକୁ ପଡିବ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.