ETV Bharat / business

ଆଜିଠୁ ଚାର୍ଜ ଫ୍ରି ହେଲା ଅନଲାଇନ ନେଣଦେଣ

author img

By

Published : Jul 1, 2019, 4:13 PM IST

ଆଜିଠାରୁ RTGS(ରିୟଲ ଟାଇମ ଗ୍ରସ ଟ୍ରାନ୍ସଫର) ଓ NEFT( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର) ପାଇଁ ଆଉ ଦେବାକୁ ପଡିବନି ଦେୟ । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଗୁଡିକ ଆଜିଠୁ ଗ୍ରାହକଙ୍କୁ ଏହାର ଫାଇଦା ଯୋଗାଇବେ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନଲାଇନ ନେଣଦେଣ ହେବ ଦେୟମୁକ୍ତ । RTGS(ରିୟଲ ଟାଇମ ଗ୍ରାସ ଟ୍ରାନ୍ସଫର) ଓ NEFT( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର) ଜରିଆରେ ଅର୍ଥ ସ୍ଥାନାନ୍ତରଣ ଏଣିକି ଦେୟମୁକ୍ତ ରହିବ । ତେବେ ଡିଜିଟାଲ ନେଣଦେଣକୁ ଅଧିକ ପ୍ରୋତ୍ସାହନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଠାରୁ ଗ୍ରାହକଙ୍କୁ ଏହାର ଫାଇଦା ଯୋଗାଇଦେବାକୁ ଆରବିଆଇ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଥିଲା ।

ଆରଟିଜିଏସ ଜରିଆରେ ମୋଟା ଅଙ୍କର ଟଙ୍କା ବହୁଳ ମାତ୍ରାରେ ନେଣଦେଣ ହୋଇଥାଏ । ସେହିପରି ଏନଇଏଫଟି ମାଧ୍ୟମରେ 2 ଲକ୍ଷ ପର୍ଯ୍ୟନ୍ତ ଅର୍ଥ କାରବାର କରାଯାଇଥାଏ । ଏହି 2 ପ୍ରଣାଳୀ ସାହାଯ୍ୟରେ ଜଣେ ଘରେ ବସି ବିନା ଦ୍ବନ୍ଦ୍ବରେ ଟଙ୍କା ପଠାଯାଇଥାଏ । କିନ୍ତୁ ଏଥିପାଇଁ ଏଟିଏମ ଭଳି କିଛି ଦେୟ ଦେବାକୁ ପଡିଥାଏ । ହେଲେ ଏବେ ଆଉ ଚିନ୍ତା ନାହିଁ । ଗ୍ରାହକଙ୍କୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ତାର ମୁଦ୍ରାନୀତି ବୈଠକରେ ଏହାକୁ ଚାର୍ଜ ଫ୍ରି କରିବାକୁ ଘୋଷଣା କରିଥିଲା । ଏହା ଅନୁଯାୟୀ ଆଜିଠାରୁ ଗ୍ରାହକ ଏହାକୁ ସୁବିଧା ଉଠାଇପାରିବେ ।

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ NEFT ମାଧ୍ୟମରେ 1ରୁ 5 ଟଙ୍କା ଓ RTGS ରେ 5ରୁ 50 ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରିଥାଏ । ହେଲେ ଏବେ ଆରବିଆଇର ଏହି ନିଷ୍ପତ୍ତି ପରେ ଗ୍ରାହକ ବିନା ଚାର୍ଜରେ ଟଙ୍କା ପଠାଇ ପାରିବେ ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.