ETV Bharat / business

440 କୋଟି ଟଙ୍କାର ଜିଏସଟି ଠକେଇ, ଜଣେ ଗିରଫ - ତାମିଲନାଡୁରେ ବଡ ଜିଏସଟି ଘୋଟଲା

ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାଶ। ଏ ଅଭିଯୋଗରେ ଜଣେ ଗିରଫ ହୋଇଥିବା ବେଳେ, ଅନ୍ୟ 2 ଜଣଙ୍କୁ ଖୋଜୁଛି ପୋଲିସ। 440 କୋଟି ଟଙ୍କାର ନକଲି ବିଲ ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିଲା ଏହି ରାକେଟ।

Rs 440 Crore GST Fraud Busted In Tamil Nadu, Man Arrested
440 କୋଟିର ଜିଏଟି ଠକେଇ, ଜଣେ ଗିରଫ
author img

By

Published : Nov 30, 2019, 1:31 PM IST

ଚେନ୍ନାଇ: ତାମିଲନାଡୁରେ ଜିଏସଟି ଠକଙ୍କ ପର୍ଦ୍ଦାଫାସ । ପାଖାପାଖୀ 440କୋଟି ଟଙ୍କାର ଯୋଗାଣ ନେଇ ଅଲଗା ଅଲଗା ଫର୍ମରେ ନକଲି ବିଲ ଜାରି କରୁଥିବା ରାକେଟରେ ପର୍ଦ୍ଦାଫାଶ ହୋଇଛି। ଫଳରେ 79 କୋଟି ଟଙ୍କାର ନକଲି ଟିକସ କ୍ରେଡିଟର ପୂରା ହିସାବ ଜଣାପଡିଛି। ଶୁକ୍ରବାର ଜିଏସଟି ଇଣ୍ଟେଲିଜେନ୍ସି ମହାନିର୍ଦ୍ଦେଶାଳୟ(Directorate General of GST Intelligence) ଏନେଇ ସୂଚନା ଦେଇଛି।

ଏହି ରାକେଟରେ ସାମିଲ 3 ପ୍ରମୁଖ ଲୋକଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରି ରିମାଣ୍ଡରେ ପଠାଯାଇଛି । ସେପଟେ ଅନ୍ୟ 2ଜଣଙ୍କ ସନ୍ଧାନ ଜାରି ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଏହି ଘୋଟାଲାରେ ଘରୋଇ ବ୍ୟାଙ୍କର ଅଧିକାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଯାଞ୍ଚ ଚାଲିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.