ETV Bharat / business

ଲୋକାଲ ଫର ଭୋକାଲ: ସ୍ଥାନୀୟ ଉତ୍ପାଦର ବ୍ରାଣ୍ଡିଙ୍ଗ ପାଇଁ 10 ହଜାର କୋଟି ଫଣ୍ଡ

author img

By

Published : May 15, 2020, 8:10 PM IST

ଆତ୍ମନିର୍ଭରଶୀଳ ଭାରତ ପାଇଁ ସ୍ବଦେଶୀ ଉତ୍ପାଦର ବ୍ୟବହାର ପାଇଁ ମୋଦି ଦେଇଥିବା ଆହ୍ବାନ ଅନୁରୂପ ଏମଏଫଇ ପାଇଁ 10 ହଜାର କୋଟିର ଯୋଜନା ଅଣାଯାଇଛି । ଏହା ଜରିଆରେ ସ୍ଥାନୀୟ ଉତ୍ପାଦକୁ ଗ୍ଲୋବାଲ ବ୍ରାଣ୍ଡରେ ପରିଣତ ହୋଇପାରିବ ।

Micro Food Enterprises:
ସ୍ଥାନୀୟ ଉତ୍ପାଦର ବ୍ରାଣ୍ଡିଙ୍ଗ ପାଇଁ 10 ହଜାର କୋଟିର ଫଣ୍ଡ

ନୂଆଦିଲ୍ଲୀ: କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପାଇଁ ସ୍ବତନ୍ତ୍ର ପ୍ୟାକେଜ । କ୍ଷୁଦ୍ର ଖାଦ୍ୟ ପ୍ରକଳ୍ପ (ଏମଏଫଇ ) ବାବଦରେ 10 ହଜାର କୋଟି ଟଙ୍କାର ଯୋଜନା ଆରମ୍ଭ ହେବ । ଶୁକ୍ରବାର ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପ୍ୟାକେଜର ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଛନ୍ତି ।

ଏହି ଯୋଜନା ଦ୍ବାରା ଗ୍ରାମାଞ୍ଚଳ ଲୋକେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି ଯେ, ଏହି ଯୋଜନା ବିଶ୍ୱସ୍ତରୀୟ ପ୍ରସାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଭୋକାଲ ଫର ଲୋକାଲ' ଆହ୍ବାନର ଅନୂରୂପ ।

ଏହି ସ୍କିମ 2 ଲକ୍ଷ MFEକୁ FSSAI ଗୋଲ୍ଡ ମାନକ ହାସଲ କରିବାକୁ, ବ୍ରାଣ୍ଡ ଗଠନ ଏବଂ ମାର୍କେଟିଂକୁ ପ୍ରୋତ୍ସାହିତ ଦେବାରେ ସାହାଯ୍ୟ କରିବ । ଏହି ଯୋଜନା ଅଧୀନରେ ଉତ୍ତରପ୍ରଦେଶର ଆମ୍ବ, ଜମ୍ମୁ କାଶ୍ମୀରର କେଶର ଭଳି ଉତ୍ପାଦ ପାଇଁ କ୍ଲଷ୍ଟର ଭିତ୍ତିକ ଉପାୟ ଅବଲମ୍ବନ କରାଯିବ।

ସରକାରଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନରେ ସୁଧାର ଆଣିବ । ଏଥିସହ ଖୁଚୁରା ବଜାର ସହିତ ଏକୀକରଣ ଏବଂ ଉନ୍ନତ ଆୟରେ ସହଯୋଗ କରିବ । ଏଥିସହ ରପ୍ତାନୀ ବୃଦ୍ଧିରେ ମଧ୍ୟ ସହଯୋଗ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.