ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କରେ ଆକାଉଣ୍ଟାଣ୍ଟ ନୁହେଁ ରୋବଟ ଗଣିବ ଟଙ୍କା । ପ୍ରତିଦିନ ଟଙ୍କା ଉଠାଣ ଓ ଭରିବା ସମୟରେ ଶୀଘ୍ର ଓ ସଠିକ ଗଣତି ପାଇଁ ବ୍ୟାଙ୍କରେ ନିୟୋଜିତ ହେବେ ରୋବଟ । ହଁ ଏହା ବାସ୍ତବ । ଆଜିକା ଟେକ୍ନୋଲୋଜି ଯୁଗରେ ମଣିଷର କାମ ଚୁଟକିରେ ରୋବଟ କରୁଛି । ଏଥିପାଇଁ ନେଣଦେଣରେ ପ୍ରଥମ ଥିବା ଘରୋଇ ବ୍ୟାଙ୍କ ICICI ଏ ନେଇ ଯୋଜନା କରୁଛି ।
ICICI ବ୍ୟାଙ୍କର ଅପରେସନ ଓ କଷ୍ଟମ ସର୍ବିସର ପ୍ରମୁଖ ଅନୁଭୂତି ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ରୋବୋଟିକ ଆର୍ମସ ସବୁ ମୁମ୍ବାଇ ଓ ସାଙ୍ଗଲୀ (ମହାରାଷ୍ଟ୍ର), ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ମଙ୍ଗଲୁରର, ଜୟପୁର, ହାଇଦ୍ରାବାଦ, ଚଣ୍ଡିଗଡ, ଭୋପାଲ, ରାୟପୁର, ସିଲିଗୁଡି ଓ ବାରଣାସୀରେ କାମ କରୁଛି ।
ଏହି 14 ମେସିନକୁ ଏବେ 12ଟି ସହରରେ ଯୋଗାଇଦିଆଯାଇଛି । ଏହା ବ୍ୟାଙ୍କ କାର୍ଯ୍ୟକାରୀ ଦିବସରେ 60 ଲକ୍ଷ ବା ବାର୍ଷିକ ପାଖାପାଖି 1.80 ଅରବ ନୋଟ ଗଣିପାରିବ ।
ଆଇସିଆଇସି ଭାରତର ପ୍ରଥମ ବାଣିଜ୍ୟିକ ବ୍ୟାଙ୍କ ଓ ଦୁନିଆର ଶ୍ରେଷ୍ଠ ହାତଗଣତି ବ୍ୟାଙ୍କ ଭିତରୁ ଅନ୍ୟତମ । ଏଠାରେ ନଗଦ କାରବାର ମଧ୍ୟ ସେ ଅନୁଯାୟୀ ହୋଉଥିବାରୁ ରୋବଟ ନିୟୋଜନ ଜରୁରୀ । ତେବେ ରୋବର୍ଟିକ ଆର୍ମସ 70ରୁ ଉର୍ଦ୍ଧ୍ବ ପାଟମିଟର୍ସ ଉପରେ ବିଭିନ୍ନ ସେନ୍ସର୍ସର ପ୍ରୟୋଗ ଦ୍ବାରା ବିନା ବ୍ରେକରେ ଲଗାତାର କାମ କରିଥାଏ ।