ମୁମ୍ବାଇ: ସାଉଦି ଆରମକୋକୁ ରିଲାଏନ୍ସର ତୈଳ ବିଶୋଧନ ଓ ପେଟ୍ରୋକେମିକାଲର କାରବାରର ଅଂଶଧନ ବିକ୍ରି ଚୁକ୍ତି ମାର୍ଚ୍ଚ ଶେଷ ସୁ୍ଦ୍ଧା ଶେଷ ନେଇ ସମ୍ଭାବନା ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ(ଆରଆଇଏଲ )ର ଜଣେ ବରିଷ୍ଠ ଅଧିକାରୀ ଏ ନେଇ ଜଣାଇଛନ୍ତି।
ଆରଆଇଏଲର ସାଉଦି ଆରବର କମ୍ପାନୀକୁ 20 ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଗତ ବର୍ଷ ଅଗଷ୍ଟରେ କଥାବାର୍ତ୍ତା କରାଯାଇଥିଲା। ଆଉ ଏନେଇ ହୋଇଥିବା ଚୁକ୍ତି 15 ଅରବ ଡଲାରର ବୋଲି କୁହାଯାଇଥିଲା।
ଆରଆଇଏଲର ମୁଖ୍ୟ ଅର୍ଥ ଅଧିକାରୀ ଭି ଶ୍ରୀକାନ୍ତ କମ୍ପାନୀର ତ୍ରୈୟମାସ ରିପୋର୍ଟ ଘୋଷଣା ପରେ ଗଣାମାଧ୍ୟମକୁ କହିଛନ୍ତି, ‘ଏହି ଚୁକ୍ତି ମାର୍ଚ୍ଚ 31 ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନପାରେ। ଏହା ଏକ ବଡ ବୁଝାମଣା। ଏଥିରେ ନେଣଦେଣ ଗୋଟିଏ ଦେଶରୁ ଦ୍ବିତୀୟ ଦେଶ ଭିତରେ ବିସ୍ତାର ରହିଛି। ଯାହାକି ବହୁତ ଜଟିଳ। ଏଥିପାଇଁ ସମୟସୀମାକୁ ନେଇ ଯତ୍ନଶୀଳ ହେବାକୁ ପଡିବ। ’