ନୂଆଦିଲ୍ଲୀ: ଫୋବର୍ସ 2000 ସର୍ବାଧିକ ଆୟକାରୀ କମ୍ପାନୀ ତାଲିକାରେ ଭାରତର 57 କମ୍ପାନୀ । ଏଥିମଧ୍ୟରୁ ଶୀର୍ଷ 200ରେ ଦେଶର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାନ୍ସ ଇଣ୍ଡଷ୍ଟ୍ରିଜ ରହିଛି । ଫୋବର୍ସ ଇଣ୍ଡିଆ ପତ୍ରିକା ଏହି ସୂଚୀ ଜାରି କରିଛି ।
ଫୋବର୍ସର ଗ୍ଲୋବାଲ 2000 କମ୍ପାନୀ ସୂଚୀ-2019ର ପ୍ରଥମରେ ଚୀନର ଇଣ୍ଡଷ୍ଟ୍ରୀଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ ଚାଇନା(ଆଇସିବିସି) ରହିଛି । ଲଗାତାର 7 ଥର ଧରି ଏହି କମ୍ପାନୀ ପ୍ରଥମରେ ନିଜ ସ୍ଥାନ ବଜାୟ ରଖିଛି । ସେହିପରି ଭାରତର ସର୍ବଶ୍ରେଷ୍ଠ ତଥା ବୃହତ୍ତ କମ୍ପାନୀ ରିଲାନ୍ସ ଇଣ୍ଡଷ୍ଟ୍ରୀ ଏହି ସୂଚାରେ 71 ନମ୍ବରରେ ରହିପାରିଛି ।
ପେଟ୍ରୋଲିୟମ ଏବଂ ଗ୍ୟାସ କ୍ଷେତ୍ରରେ ରିଲାନ୍ସ ବିଶ୍ବର ସ୍ତରରେ 11 ନମ୍ବର ମାନ୍ୟତାରେ ରହିଥିବା ବେଳେ ପ୍ରଥମରେ ରୟାଲ ଚଡ ସେଲ ଅଛି ।
ରିଲାନ୍ସ ଏକମାତ୍ର ଭାରତୀୟ କମ୍ପାନୀ, ଯେ ଶୀର୍ଷ 200 କମ୍ପାନୀରେ ରହିବାରେ ସଫଳ ହୋଇଛି । ସେହିପରି 2000 କମ୍ପାନୀ ଲିଷ୍ଟରେ ଏଚଡିଏଫସି ବ୍ୟାଙ୍କ (209), ଓଏନଜିସି(220), ଇଣ୍ଡିଆନ ଅଏଲ(288) ଓ ଏଚଡିଏଫସି ଲିମିଟେଡ(332)ରେ ରହିଛି ।
ଏହି ଲିଷ୍ଟରେ 61 ଦେଶର କମ୍ପାନୀ ସାମିଲ ରହିଛି । ସେଥିରୁ ଆମେରିକା ସବୁଠାରୁ ଅଧିକ 575 କମ୍ପାନୀ ରହିଥିବା ବେଳେ ଚୀନର 309 , ଜାପାନର 223 କମ୍ପାନୀ ରହିଛି ।