ETV Bharat / business

3 ବର୍ଷର ସର୍ବୋଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି, ନଭେମ୍ବରରେ 5.54%

ଖାଦ୍ୟସାମଗ୍ରୀ ଦରବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି ନଭେମ୍ବରରେ 5.54 ପ୍ରତିଶତକୁ ବଢିଛି । ଯାହାକି 3 ବର୍ଷର ସର୍ବୋଚ୍ଚ ସ୍ତର ବୋଲି ଜଣାପଡିଛି ।

Retail inflation rises to  5.54% in November
3 ବର୍ଷର ସର୍ବୋଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି, ନଭେମ୍ବରରେ 5.54%
author img

By

Published : Dec 12, 2019, 7:31 PM IST

ନୂଆଦିଲ୍ଲୀ: ଖାଦ୍ୟସାମଗ୍ରୀ ଦରବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି ନଭେମ୍ବରରେ 5.54 ପ୍ରତିଶତକୁ ବଢିଛି । ଯାହାକି 3 ବର୍ଷର ସର୍ବୋଚ୍ଚ । ଗୁରୁବାର ଜାରି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।

ଖାଦ୍ୟପଦାର୍ଥ, ଫଳ, ପରିବା ଦାମ ବଢିବା ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି ଅକ୍ଟୋବରରେ 16 ମାସର ସର୍ବୋଚ୍ଚ ସ୍ତର 4.62 ପ୍ରତିଶତକୁ ଛୁଇଁଥିଲା । ତେବେ ଗତ ବର୍ଷ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି 2.33 ପ୍ରତିଶତ ଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ମୁଖ୍ୟତଃ ଛୁଚୁରା ମୁଦ୍ରାସ୍ପୀତି ଉପରେ ଫୋକସ କରିଥାଏ । ନିକଟରେ ସରିଥିବା ମୁଦ୍ରାନୀତି ବୈଠକରେ ଖୁଚୁରା ମୁଦ୍ରାସ୍ପୀତି 4 ପ୍ରତିଶତ ପାଖାପାଖି ରହିବା ନେଇ ଲକ୍ଷ୍ୟ ରହିଥିଲା । ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ 4 ପ୍ରତିଶତ ମୁଦ୍ରାସ୍ପୀତି ଗ୍ରହଣୀୟ । ଯଦିଓ ଏହା 2 ପ୍ରତିଶତ ଉପରକୁ କିମ୍ବା 2 ପ୍ରତିଶତ ତଳକୁ ରହି ମଧ୍ୟ ପାରିବ । ଏଥିରୁ ଜଣାଯାଇଛି ଯେ, ଆରବିଆଇର ଗାଇଡଲାଇନ ଭିତରେ ନଭେମ୍ବରର ମୁଦ୍ରାସ୍ପୀତି ରହିଛି । ଯାହାକି ସକରାତ୍ମକ ସଙ୍କେତ ପ୍ରଦାନ କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.