ETV Bharat / business

ଆଶ୍ବସ୍ତି! ଡିସେମ୍ବରରେ ଖସିଲା ମୁଦ୍ରାସ୍ଫୀତି - ମହଙ୍ଗା ମାଡ

ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଥିବା ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ହ୍ରାସ ହୋଇ 4.59 ପ୍ରତିଶତ ରହିଛି । ଅଧିକ ପଢନ୍ତୁ...

ଆଶ୍ବସ୍ତି ! ଡିସେମ୍ବରରେ ଖସିଲା ମୁଦ୍ରାସ୍ପୀତି

author img

By

Published : Jan 12, 2021, 10:52 PM IST

ନୂଆଦିଲ୍ଲୀ: ମହଙ୍ଗା ମାଡରେ ସାମାନ୍ୟ ଆଶ୍ବସ୍ତି ! ଆକାଶଛୁଆଁ ଦରଦାମ ମଧ୍ୟରେ ମିଳିଛି ଅର୍ଥନୀତିକୁ ସୁହାଇଲା ଭଳି ସଙ୍କେତ । ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଥିବା ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ହ୍ରାସ ହୋଇ 4.59 ପ୍ରତିଶତ ରହିଛି ।

ମଙ୍ଗଳବାର ଜାରି ସରକାରୀ ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଏହା ପୂର୍ବ ମାସରେ ନଭେମ୍ବର ମାସରେ 6.93 ପ୍ରତିଶତ ରହିଥିଲା ।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ ଖାଦ୍ୟ ମୁଦ୍ରାସ୍ଫୀତି 2020 ଡିସେମ୍ବର ମାସରେ ହ୍ରାସ ହୋଇ 3.41 ପ୍ରତିଶତ ରହିଛି । ଯାହା 1 ମାସ ପୂର୍ବରୁ 9.5 ପ୍ରତିଶତ ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାନୀତି ଉପରେ ବିଚାର କରିବା ସମରେ ଖାସ କରି ମୁଦ୍ରାସ୍ଫୀତି ଉପରେ ଫୋକସ କରାଯାଏ । ସମୀକ୍ଷା ସମୟରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ରେପୋରେଟ ଓ ରିଭର୍ସ ରେପୋରେଟ ସ୍ଥିର କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.