ETV Bharat / business

ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି 6.93 ପ୍ରତିଶତକୁ ବୃଦ୍ଧି

author img

By

Published : Aug 13, 2020, 7:02 PM IST

ଖାଦ୍ୟସାମଗ୍ରୀ ମହଙ୍ଗା ହେବା ଦ୍ବାରା ଖୁଚୁରା ମୁଦ୍ରାସ୍ପୀତି ଜୁନ ମାସରେ ବୃଦ୍ଧି ପାଇ 6.93 ପ୍ରତିଶତରେ ପହଞ୍ଚିଛି । ଗୁରୁବାର ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି 6.93 ପ୍ରତିଶତକୁ ବୃଦ୍ଧି
ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି 6.93 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ : ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି 6.93 ପ୍ରତିଶତକୁ ବୃଦ୍ଧି ପାଇଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଗୁରୁବାର ଜାରି ସରକାରୀ ତଥ୍ୟରୁ ସୂଚନା ମିଳିଛି ।

ଖାଦ୍ୟ ମୁଦ୍ରାସ୍ପୀତି ଜୁଲାଇ ମାସରେ 9.62 ପ୍ରତିଶତ ବଢିଥିବା ନେଇ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ତଥ୍ୟରୁ ଜଣାପଡିଛି ।

ଜୁନ ମାସରେ ଖୁଚୁରା ମୁଦ୍ରାସ୍ପୀତି 6.23 ପ୍ରତିଶତ ରହିଥିଲା ବେଳେ ଖାଦ୍ୟ ମୁଦ୍ରାସ୍ପୀତି 8.72 ପ୍ରତିଶତ ଥିଲା ।

କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସନ୍ତୋଷଜନକ ସ୍ତର ଠାରୁ ଅଧିକ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ଖୁଚୁରା ମୁଦ୍ରାସ୍ପୀତି 4 ପ୍ରତିଶତରେ ରହିବା ନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ହେଲେ ବର୍ତ୍ତମାନର ସଙ୍କଟ ସମୟରେ ଚାହିଦା ତୁଳନାରେ ଯୋଗାଣ ହ୍ରାସ ଯୋଗୁଁ ଦରଦାମ ବଢିଚାଲିଛି ।

ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ମୁଦ୍ରାସ୍ପୀତିକୁ 2 ପ୍ରତିଶତ ହ୍ରା-ବୃଦ୍ଧି କରିବା ସହ 4 ପ୍ରତିଶତ ସ୍ତରରେ ରଖିବା ନେଇ ଦାୟିତ୍ବ ଦେଇଛନ୍ତି । ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ମୁଖ୍ୟତଃ ଖୁଚୁରା ମୁଦ୍ରାସ୍ପୀତି ଉପରେ ଫୋକସ ରଖିଥାଏ ।

ପିଟିଆଇ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.