ନୂଆଦିଲ୍ଲୀ: 4 % ସହ ରେପୋରେଟକୁ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାସହ 3.35% ସହିତ ରିଭର୍ସ ରେପୋ ରେଟ ମଧ୍ୟ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି କମିଟି(ଏମପିସି) ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ସେହିପରି ବ୍ୟାଙ୍କ ରେଟ 4.25% ରେ ସ୍ଥିର ରହିଛି । ଅନ୍ୟପଟେ 2021-22 ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର 10.5 ପ୍ରତିଶତ ହୋଇପାରେ ବୋଲି ସେ କହିଛନ୍ତି। ଏହାସହ 2020-21 ଆର୍ଥିକ ବର୍ଷର ଚତୁର୍ଥ କ୍ବାର୍ଟରରେ ଖୁଚୁରା ମୁଦ୍ରାସ୍ଫୀତି ଆକଳନକୁ 5.2 ପ୍ରତିଶତକୁ ସଂଶୋଧନ କରାଯାଇଛି ବୋଲି ସେ କହିଛନ୍ତି ।
ସେପଟେ ପ୍ରଥମ କ୍ବାର୍ଟର ତୁଳନାରେ ଦ୍ବିତୀୟ କ୍ବାର୍ଟରରେ ଉତ୍ପାଦନ କ୍ଷେତ୍ରରେ କ୍ଷମତାର ଉପଯୋଗ 63.3 ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ରଥମ ତ୍ରୟମାସିକରେ ଏହି ସଂଖ୍ୟା 47.3 ପ୍ରତିଶତରେ ଥିଲା। ଗତ କିଛି ମାସ ମଧ୍ୟରେ ଏଫଡିଆଇ ଏବଂ ଏଫପିଆଇ ବିନିଯୋଗରେ ବୃଦ୍ଧି ଘଟିଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।