ପୁନେ: ବ୍ୟାଙ୍କମାନଙ୍କ ବ୍ୟାଙ୍କ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହାର ପରିଚାଳନାଗତ ଭୂମିକା ବର୍ତ୍ତମାନ ଭୁଲ ତଥ୍ୟ ପ୍ରଚଳନ ଉପରେ ରୋକ ଲଗାଇବ । ଏଥିସହ ଦେଶର ଆର୍ଥିକ ପ୍ରଣାଳୀକୁ ଅଧିକ ବିଶ୍ବାସନୀୟ କରିବାରେ ସହଯୋଗ କରିବ । ବୁଧବାର ରାଷ୍ଟ୍ରୀୟ ପ୍ରବନ୍ଧନ ସଂସ୍ଥାନ(NIBM)ର ସ୍ବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କର Regulatory oversight ବ୍ୟଙ୍କିଂ ପରିଚାଳନାରେ ସ୍ଥିରତା ଆଣିଛି। ନିକଟରେ ଏକ ରେଗୁଲେଟର ରୂପରେ ରିଜର୍ଭ ବ୍ୟାଙ୍କର ଭୂମିକା ବିସ୍ତୃତ କରାଯାଇଛି।
"ଆମର ଭରସା ଯେ, ଏହା ଦ୍ବାରା ଭୁଲ ପ୍ରଚାର ଉପରେ ରୋକ ଲାଗିବ । ଏଥିସହ ଆମର ଆର୍ଥିକ ପ୍ରଣାଳୀ ଅଧିକ ବିଶ୍ବସ୍ତ ହେବ ।" ଏନେଇ ରାଷ୍ଟ୍ରପତି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ନିଜ ଉଦବୋଧନରେ କହିଛନ୍ତି ଯେ, ବ୍ୟାଙ୍କ ଦେଶର ଆର୍ଥିକ ପ୍ରଣାଳୀର ଆଧାର । ଗତ କେତେ ଦଶକ ଧରି ସେମାନେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଆଉ ଆର୍ଥିକ ସମାବେଶ ଜରିଆରେ ବ୍ଯାଙ୍କିଂ ସେବାରୁ ବଞ୍ଚିତ ଥିବା ଲୋକଙ୍କୁ ଏହା ସହ ଯୋଡିବା ପାଇଁ ଦ୍ରୁତ ପ୍ରଗତି କରିଛୁ।
ବଜେଟରେ ବ୍ୟାଙ୍କ ଜମା ବୀମା ରାଶିକୁ ବୃଦ୍ଧି କରି 5 ଲକ୍ଷ କରିବା ଦ୍ବାରା ଜମାକର୍ତ୍ତାଙ୍କୁ ଆଶ୍ବସ୍ତି ମିଳିଛି। ଏହା ଏକ ସକରାତ୍ମକ ପଦକ୍ଷେପ ।
(ପିଟିଆଇ)