ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ସମସ୍ତେ ଘରେ ବନ୍ଦ । ଏଭଳି ସମୟରେ ସୁରକ୍ଷାକୁ ନଜରରେ ରଖି କର୍ମଚାରୀଙ୍କୁ ୱାର୍କ ଫ୍ରମ ହାଉସ ସୁବିଧା ବି ଦେଉଛନ୍ତି ବିଭିନ୍ନ କମ୍ପାନୀ । ଏଥିପାଇଁ କମ୍ପାନୀଗୁଡିକ ଲାପଟପ କ୍ରୟରେ ଲାଗିପଡିଛନ୍ତି। ଫଳରେ ଏଚପି ଓ ଲେନୋଭୋ ଭଳି ଲାପଟପ ନିର୍ମାତା କମ୍ପାନୀଙ୍କୁ ପ୍ରବଳ ମାତ୍ରାରେ ଅର୍ଡର ମିଳୁଛି ।
ଲକଡାଉନ ଘୋଷଣା ପରଠାରୁ ଲାପଟପ ଚାହିଦା କାହିଁରେ କଣ । ଏଥିଯୋଗୁଁ ଏହାର ବିକ୍ରି ମଧ୍ୟ ବୃଦ୍ଧି ପାଉଛି । ଲେନୋଭୋର ପ୍ରବକ୍ତା କହିଛନ୍ତି ଯେ, ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲୋକେ ଘରୁ କାମ କରିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ଲାପଟପ ଓ ଏଥିରେ ସହାୟକ ଉପକରଣ ଚାହିଦା ବିପୁଳ ପରିମାଣରେ ବଢୁଛି ।
କ୍ଲାଉଡରେ ସବୁଠୁ ଅଧିକ ଡାଟା ସଂଗ୍ରହ କରାଯାଏ , ଏଥିଯୋଗୁଁ ଫ୍ରେମବୁକ ସବୁଠୁ ଅଧିକ ଚାହିଦା ରେକର୍ଡ କରିଛି । ସାଇବର ସୁରକ୍ଷା ଦୃଷ୍ଟିକେଣରୁ ମଧ୍ୟ ଏହାକୁ କମ୍ପାନୀଙ୍କ ପାଇଁ ସୁରକ୍ଷିତ ଦର୍ଶାଯାଏ । କମ୍ପାନୀ ଦ୍ବାରା ପ୍ରମୁଥ ରୂପରେ ଆଇଟି ଦିଗ୍ଗଜୟ କମ୍ପାନୀ ଓ ଏଚପି ଫ୍ରେମୱାର୍କ ବା ବିଜନେସ ଲାପଟପ ହୋଲସେଲରେ କିଣାଯାଉଛି ।
ଆଇଏଏନଏସ