ETV Bharat / business

ଇଏମଆଇ ସ୍ଥଗିତ ଅବଧି ବଢାଇବନି ଆରବିଆଇ !

author img

By

Published : Aug 29, 2020, 2:41 PM IST

ଋଣ ପରିଶୋଧ ଉପରେ ସ୍ଥଗିତାଦେଶ ଅବଧିକୁ ଆଗକୁ ବଢାଇବା ଦ୍ବାରା ଋଣ ଗ୍ରହୀତା ଆଗକୁ ପରିଶୋଧ ସମୟରେ ପ୍ରଭାବିତ ହୋଇପାରନ୍ତି । ଫଳରେ କୋଭିଡ-19 ଯୋଗୁଁ ସେମାନେ ସମ୍ନୁଖୀନ ହେଉଥିବା ସମସ୍ୟାର ସମାଧାନ ମଧ୍ୟ ହେବ ନାହିଁ । ଅଧିକ ପଢନ୍ତୁ..

RBI may not extend moratorium on repayment of loans beyond August 31

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲାଗୁ ଋଣ କିସ୍ତି ସ୍ଥଗିତ ସୁବିଧା ଅଗଷ୍ଟ 31ରେ ଶେଷ ହେବାକୁ ଯାଉଛି । ତେବେ ଏହା ପରେ ଆରବିଆଇ ପୁଣି ଥରେ ଏହାର ଅବଧି ଆଗକୁ ବଢାଇବ ନାହିଁ !

ସୂତ୍ରରୁ ପ୍ରକାଶ ଯେ, ଋଣ ପରିଶୋଧ ଉପରେ ସ୍ଥଗିତାଦେଶ ଅବଧିକୁ ଆଗକୁ ବଢାଇବା ଦ୍ବାରା ଋଣ ଗ୍ରହୀତାଙ୍କ ଋଣ ଆଚାରଣ ପ୍ରଭାବିତ ହୋଇପାରେ । ଆଉ ଏହା ଦ୍ବାରା କୋଭିଡ-19 ଯୋଗୁଁ ସେମାନେ ସମ୍ନୁଖୀନ ହେଉଥିବା ସମସ୍ୟାର ସମାଧାନ ମଧ୍ୟ ହେବ ନାହିଁ ।

କୋଭିଡ -19 ମହାମାରୀ ସମୟରେ କାରବାର ଗତିବିଧି ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହେବ । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । ତେବେ ଏହା ଋଣଗ୍ରହୀତାଙ୍କ ପାଇଁ ଏକ ଅସ୍ଥାୟୀ ରିଲିଫ ବୋଲି କୁହାଯାଇଛି । ଏଣୁ ଏହାର ଅବଧି ବୃଦ୍ଧି ହେବ କି ନାହିଁ ସେ ନେଇ ବିଚାରବିମର୍ଷ ଆକଳନ ହେଉଛି ।

ଯଦି ଏହି ଅବଧି ବଢେ, ତେବେ ଋଣଗ୍ରହୀତାଙ୍କ କିସ୍ତି ପରିଶୋଧ ପ୍ରଭାବିତ ହେବ । ଏହା ପରେ ପୁଣି କିସ୍ତି ପରିଶୋଧ ଅବଧି ଆରମ୍ଭ ପରେ ସେମାନେ ଡିଫଲ୍ଟ ହେବା ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.