ETV Bharat / business

ଲକଡାଉନ4.0: ଇଏମଆଇ ସ୍ଥଗିତ ଅବଧି ବଢାଇପାରେ ଆରବିଆଇ - rbi may extend loan moratorium

ଆଉ 3 ମାସ ଯଦି ଋଣ ସ୍ଥଗିତ ନେଇ ଘୋଷଣା ହୁଏ , ତେବେ 2020 ଅଗଷ୍ଟ 31 ଯାଏଁ କମ୍ପାନୀଙ୍କୁ ଇଏମଆଇ ପେମେଣ୍ଟ ଟେନସନରୁ ମୁକ୍ତି ମିଳିବ ।

rbi may extend loan
ଲକଡାଉନ4.0 , ଇଏମଆଇ ସ୍ଥଗିତ ଅବଧି ବଢାଇପାରେ ଆରବିଆଇ
author img

By

Published : May 18, 2020, 7:36 PM IST

ମୁମ୍ବାଇ: କୋରୋନା ସଂକ୍ରମଣ ରୋକିବାକୁ ସରକାର ଦେଶବ୍ୟାପି ଲକଡାଉନ ଅବଧିକୁ ମେ 31 ଯାଏଁ ବଢାଇଛନ୍ତି । ଏହି ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ଆଦାୟକୁ ଆହୁରୀ 3 ମାସ ସ୍ଥଗିତ କରିପାରେ ବୋଲି ଷ୍ଟେଟ ବ୍ୟାଙ୍କର ଏକ ରିସର୍ଚ୍ଚ ରିପୋର୍ଟରେ ପ୍ରକାଶ ପାଇଛି ।

ଲକଡାଉନ ଅବଧିକୁ ଆଉ 14 ଦିନ ଅର୍ଥାତ ମେ 31 ଯାଏଁ ବୃଦ୍ଧି କରାଯାଇଥିବା ନେଇ ରବିବାର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ(ଏନଡିଏମଏ) ପକ୍ଷରୁ ସବୁ ମନ୍ତ୍ରାଳୟ, ବିଭାଗ ଓ ରାଜ୍ୟ ସରକାର ଓ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖାଯାଇଛି ।

ତେବେ ଏହା ପୂର୍ବରୁ ମାର୍ଚ୍ଚ 27ରେ ଆରବିଆଇ ଇଏମଆଇ ସ୍ଥଗିତ ନେଇ ଘୋଷଣା କରିଥିଲା । ଏହି ନିୟମ ମେ 31 ଯାଏଁ ଲାଗୁଥିଲା । ତେବେ ଯେହେତୁ ସରକାର ଲକଡାଉନ ବଢାଇଛନ୍ତି ଏଣୁ କିସ୍ତି ସ୍ଥଗିତ ଅବଧି ମଧ୍ୟ 3 ମାସ ବଢିବା ଆଶା ରହିଛି ବୋଲି ଏସବିଆଇ ରିପୋର୍ଟରେ ଦର୍ଶାଇଛି ।

ରିପୋର୍ଟ ମୁତାବକ, ଆଉ 3 ମାସ ଯଦି ଋଣ ସ୍ଥଗିତ ନେଇ ଘୋଷଣା ହୁଏ , ତେବେ 2020 ଅଗଷ୍ଟ 31 ଯାଏଁ କମ୍ପାନୀଙ୍କୁ ଇଏମଆଇ ପେମେଣ୍ଟ ଟେନସନରୁ ମୁକ୍ତି ମିଳିବ ।

ଆରବିଆଇ ନିୟମ ମୁତାବକ, ଋଣ ଗ୍ରହୀତା ଯଦି ଟଙ୍କା ପରିଶୋଧରେ ବିଫଳ ହୁଅନ୍ତି, ତେବେ ଏହି ଋଣକୁ ଅନାଦେୟ ଋଣ ଏନପିଏ ରୂପେ ଧରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.