ETV Bharat / business

ଜାନୁଆରୀରୁ ବଢିଲା କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନ ଲିମିଟ, ଜାଣନ୍ତୁ ଏହାର ଫାଇଦା - ଆବିଆଇର ଏମସିପି ବୈଠକ

ଡେବିଟ ଓ କ୍ରେଡିଟ କାର୍ଡକୁ ନେଇ ବଡ ଖବର । ବଦଳିଲା କଣ୍ଟାକଲେସ କାର୍ଡ ମାଧ୍ୟମରେ ଟ୍ରାଞ୍ଜକ୍ସନ ଲିମିଟ । ତେବେ ଆରବିଆଇର ଏଭଳି ପଦକ୍ଷେପ ଦ୍ବାରା କିଭଳି ହେବେ ଲାଭବାନ, ଜାଣନ୍ତୁ..

ଜାନୁଆରୀରୁ ବଢିଲା କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନ ଲିମିଟ , ଜାଣନ୍ତୁ ଏହାର ଫାଇଦା

author img

By

Published : Dec 4, 2020, 11:06 PM IST

ହାଇଦ୍ରାବାଦ: 2021 ଜାନୁଆରୀ ପହିଲାରୁ ବଢିବ କଣ୍ଟାକ୍ଟଲେସ କାର୍ଡ ନେଣଦେଣ ସୀମାର ଲିମିଟ । ବର୍ତ୍ତମାନ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ 2000 ଟଙ୍କା ଟ୍ରାଞ୍ଜାକ୍ସନ ହେଉଥିଲା ବେଳେ ଜାନୁଆରୀ 1 ରୁ ଏହା ବଢି 5 ହଜାର ଟଙ୍କା ହେବ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏନେଇ ପ୍ରସ୍ତାବ କରିଛି ।

ଷଷ୍ଠ ଦ୍ବିମାସିକ ମୁଦ୍ରାନୀତି ବୈଠକର ନିର୍ଣ୍ଣୟ ଘୋଷଣା କରି କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଏହି ପଦକ୍ଷେପ ଦ୍ବାରା ଡିଜିଟାଲ ପେମେଣ୍ଟକୁ ସୁରକ୍ଷିତ ଭାବେ ଆପଣାଇବାରେ ସହଯୋଗ ମିଳିବ ।

ତେବେ ଏହି ବର୍ଦ୍ଧିତ ସୀମାକୁ ପରିବର୍ତ୍ତନ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭାବେ ଉପଭୋକ୍ତାଙ୍କ ଉପରେ ନିର୍ଭର । ଅର୍ଥାତ ଯଦି କାର୍ଡଧାରୀ ସୁରକ୍ଷା ଚିନ୍ତା ଯୋଗୁଁ 2000 ଟଙ୍କାର ବର୍ତ୍ତମାନ ସୀମାକୁ ଅପରିବର୍ତ୍ତିତ ରଖିବାକୁ ଚାହିଁବେ , ତେବେ ଏଭଳି କରିପାରେିବେ ।

କଣ୍ଟାକ୍ଟଲେସ ପେମେଣ୍ଟ କଣ ?

କଣ୍ଟାକ୍ଟଲେସ ପେମେଣ୍ଟ ତୁଳନାତ୍ମକ ଭାବେ ନୂତନ ଟେକ୍ନୋଲୋଜି । ଯାହା ଦ୍ବାରା ଆପଣଙ୍କୁ କଣ୍ଟାକ୍ଟଲେସ୍ ପେମେଣ୍ଟ କାର୍ଡ ମେସିନରେ ଆପଣଙ୍କ କାର୍ଡକୁ ଟ୍ୟାପ କିମ୍ବା ତାହାକୁ ଲଗାଇବା କ୍ଷଣି ପେମେଣ୍ଟ ହୋଇଯିବ । ଏଥିପାଇଁ ଆପଣଙ୍କୁ କାର୍ଡକୁ ସ୍ବାଇପ କିମ୍ବା ଭର୍ତ୍ତି କରିବାକୁ ପଡିବ ନାହିଁ । ତେବେ ମେସିନର 2ରୁ 5 ସେମି ମଧ୍ୟରେ କାର୍ଡ ରହିଲେ ବି ପେମଣ୍ଟ ହୋଇଯିବ । ଏପରିକି ଏଥିପାଇଁ କୌଣସି ଓଟିପି କିମ୍ବା ପିନର ମଧ୍ୟ ଆବଶ୍ୟକ ନାହିଁ । କଣ୍ଟାକ୍ଟଲେସ ପେମେଣ୍ଟରେ ଏବେ ସର୍ବାଧିକ 2000 ଟଙ୍କା ପେମଣ୍ଟ କରାଯାଉଛି ।

ମହାମାରୀ ସମୟରେ ଏହାର ବ୍ୟବହାର ଅଧିକ ହୋଇଛି । ଏବେ ଆରବିଆଇ ଏହି କ୍ୟାରରକୁ ବଢାଇ 5000 କରିଦେଇଛି । ଅର୍ଥାତ 5000 ଟଙ୍କାରୁ ଅଧିକ ନେଣଦେଣ ଉପରେ କୌଣସି ପିନ କିମ୍ବା ଓଟିପିର ଆବଶ୍ୟକତା ହେବ ।

କିଭଳି କାମ କରେ କଣ୍ଟାକଲେସ ପେମେଣ୍ଟ ?

କଣ୍ଟାକଲେସ ପେମେଣ୍ଟରେ ଏକ ଚିପ୍‌ ଓ ଏକ ଏଣ୍ଟିନା ହୋଇଥାଏ । ଯେବେ ଆପଣ କଣ୍ଟାକ୍ଟଲେସ ଇନେବଲ୍ଡ ଟର୍ମିନାଲରେ କାର୍ଡ ଟ୍ୟାପ କରନ୍ତି , ସେତେବେଳେ ଉକ୍ତ କାର୍ଡରୁ ଭାଇରାଲ ଭାବେ ଟର୍ମିନାଲରେ ଟ୍ରାନ୍ସଫର ହୋଇଥାଏ । ଆଉ ପେମେଣ୍ଟ ସୁରକ୍ଷିକ ଭାବେ ହୋଇଥାଏ ।

କଣ ଏହି ପେମେଣ୍ଟର ସ୍ଲିପ ଜାରି ହୋଇଥାଏ ?

ଗ୍ରାହକ 50000 ଟଙ୍କାରୁ କମ ନେଣଦେଣ ପାଇଁ ଶୁଳ୍କ ସ୍ଲିପ ପାଇଁ ଅନୁରୋଧ କରିପାରିବେ । 5000 ଟଙ୍କାରୁ ଅଧିକ ନେଣଦେଣ ଉପରେ ସ୍ବଚାଳିତ ଭାବେ ଏକ ଚାର୍ଜ ସ୍ଲିପ ପ୍ରଦାନ କରାଯିବ ।

ଯଦି ଗ୍ରାହକ ନିଜ କାର୍ଡକୁ ଗୋଟିଏରୁ ଅଧିକ ଟ୍ୟାପ କରେ ତେବେ କଣ 2 ଥର ଚାର୍ଜ ନିଆଯିବ ?

ନାହିଁ, ଯୋଗାଯୋଗରହିତ ପେମେଣ୍ଟ କାର୍ଡ ଟର୍ମିନାଲକୁ ଥରକରେ ପ୍ରତି କାର୍ଡ କେବଳ ଥରେ ନେଣଦେଣ କରିବା ପାଇଁ ଡିଜାଇନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.