ETV Bharat / business

କୋରୋନା ମୁକାବିଲା, ଲିକ୍ୟୁଡିଟି ଟେନସନ ଦୂର କରିଛି ଆରବିଆଇ - ଶକ୍ତିକାନ୍ତ ଦାସ

ଅର୍ଥନୀତିରେ କୋରୋନା ପ୍ରଭାବକୁ ହ୍ରାସ କରିବା ପାଇଁ ଆରବିଆଇ ଲିକ୍ୟୁଡିଟି ଚାପକୁ ହ୍ରାସ କରିଛି । ଲଗାତାର ରେପୋରେଟ ଦର ହ୍ରାସ କରି ଅର୍ଥନୀକତିକୁ ବୁଷ୍ଟର ଓ ନଗଦ ପ୍ରବାହ ଜାରି ରଖିବାକୁ ପ୍ରୟାସ କରିଛି । ଅଧିକ ପଢନ୍ତୁ..

କୋରୋନା ମୁକାବିଲା,  ଲିକ୍ୟୁଡିଟି ଟେନସନ ଦୂର କରିଛି  ଆରବିଆଇ

author img

By

Published : Jul 11, 2020, 1:28 PM IST

ମୁମ୍ବାଇ: 2019 ଫେବୃଆରୀ ପରଠୁ ଲିକ୍ୟୁଡିଟି ଟେନସନ କମାଇବା ସହ ଅର୍ଥବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋଟେର ଦର 250 ବେସିସ ପଏଣ୍ଟ ହ୍ରାସ କରିଛି । ଶନିବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ କହିଛନ୍ତି । ସେ କହିଛନ୍ତି କି, ଚଳିତ ବର୍ଷ ଫେବୃଆରୀରେ କୋଭିଡ-19 ସଙ୍କଟ ଆରମ୍ଭ ପର୍ଯ୍ଯନ୍ତ ଆରବିଆଇ ରେପୋରେଟ ଦର 135 ବେସିସ ପଏଣ୍ଟ ହ୍ରାସ କରିଛି ।

ସପ୍ତମ ଏସବିଆଇ ବ୍ୟାଙ୍କିଙ୍ଗ ଏବଂ ଇକୋନୋମିକ କନକ୍ଲେଭକୁ ସମ୍ବୋଧନ କରି ଦାସ ଆହୁରୀ ମଧ୍ୟ କହିଛନ୍ତି କି, ‘ଫେବୃଆରୀ 2019 ଠାରୁ ଏକ ସମନ୍ୱିତ ଭିତ୍ତିରେ, ଆମେ COVID-19 ଆରମ୍ଭ ହେବା ପର୍ଯ୍ୟନ୍ତ ରେପୋରେଟ ଦରକୁ 250 ବେସିସ ପେଣ୍ଟ ହ୍ରାସ କରିଛୁ । ଅଭିବୃଦ୍ଧିର ମନ୍ଥରତାର ମୁକାବିଲା ପାଇଁ ଏହା କରାଯାଇଛି । ଯାହାକି ସେହି ସମୟରେ ଦେଖାଦେଇଥିଲା ଓ ଆମେ MPC ରିଜୋଲ୍ୟୁସନରେ ଏହାର ବିସ୍ତୃତ ଭାବରେ ଉପସ୍ଥାପନ କରିଛୁ ।’

‘ଗତ 100 ବର୍ଷରେ କୋଭିଡ-19 ସବୁଠୁ ଖରାପ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ । ଯେଉଁଥିରେ ଉତ୍ପାଦନ, ଚାକିରି ଓ କଲ୍ୟାଣ ପାଇଁ ଅର୍ଭୁଦପୂର୍ବ ନକରାତ୍ମକ ପରିମାଣ ଦେଖିବାକୁ ମିଳିଛି । ଏହା ସମଗ୍ର ବିଶ୍ବରେ ମୁଲ୍ୟ ଶୃଙ୍ଖଳା , ଶ୍ରମ ଓ ପୁଞ୍ଜି ଆନ୍ଦୋଳନକୁ ଗତି ଦେଇଛି ବୋଲି ଦାସ ମତ ଦେଇଛନ୍ତି । ଶକ୍ତିକାନ୍ତ ଆହୁରି ମଧ୍ୟ କହିଛନ୍ତି କି,‘କୋଭିଡ -19 ମହାମାରୀ ବୋଧହୁଏ ଆମର ଅର୍ଥନୈତିକ ଏବଂ ଆର୍ଥିକ ବ୍ୟବସ୍ଥାର ଶକ୍ତି ଏବଂ ସ୍ଥିରତାର ସବୁଠାରୁ ବଡ ପରୀକ୍ଷା ଅଟେ। ’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.